ଅମିତାଭ ବଚ୍ଚନଙ୍କ କୋରୋନା ସଂକ୍ରମଣ ରିପୋର୍ଟ ନେଗେଟିଭ ଆସିଥିବା ଖବର ମିଥ୍ୟା ଅଟେ।

False Social

11 ଜୁଲାଇରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଏବଂ ତାଙ୍କ ପୁଅ ବହୁ ସମେତ କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଏବଂ ତାଙ୍କର ନାନବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।  ଏହି ଖବର ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ବନି ଯାଇଥିଲା। ଏବେ ସୋସିଆଲ ମିଡିଆରେ ଅମିତାଭ ବଚ୍ଚନଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ନେଇ ଖବର ଭାଇରାଲ ହେଉଛି। 

News7 ଖବର ପେଜରେ 23 ଜୁଲାଇରେ ଏହି ଖବର ପ୍ରକାଶିତ କରାଯାଇଛି। ଏବଂ ଦାବି କରାଯାଇଛି ଯେ, ଅମିତାଭ ବଚ୍ଚନ କୋରୋନା ସଂକ୍ରମଣ ରିପୋର୍ଟ ନେଗେଟିଭ ଆସିଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, କୋରୋନା ସଂକ୍ରମଣର ଶିକାର ହୋଇ ବିଗ ବି ଅମିତାଭ ବଚ୍ଚନ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା। ଜୁଲାଇ ୧୧ ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ଅମିତାଭଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। କରୋନା ଟେଷ୍ଟ ଛଡା ଅମିତାଭଙ୍କ ବ୍ଲଡ଼ ଟେଷ୍ଟ, ସିଟି ସ୍କାନ ମଧ୍ୟ କରାଯାଇଛି। ସମସ୍ତ ରିପୋର୍ଟ ନର୍ମାଲ ଆସିଛି। 

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର ଏବଂ ଲାଇକ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- News7 Archive

ତେବେ କଣ ଅମିତାଭ ବଚ୍ଚନଙ୍କ କୋରୋନା ସଂକ୍ରମଣ ରିପୋର୍ଟ ନେଗେଟିଭ ଆସିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ। 

ଅନୁସନ୍ଧାନ-

ଆମ ଅନୁସନ୍ଧାନ ଆରଗେ ଆମେ ଭାଇରାଲ ପୋଷ୍ଟ ସମ୍ପର୍କଗେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ପୋଷ୍ଟ ସମ୍ପର୍କରେ ଅନେକ ଲିଙ୍କ ମିଳିଲା। ଆମକୁ 23 ଜୁଲାଇରେ Times now news ପେଜରେ ପ୍ରକାଶଇତ ହୋଇଥିବା ଏକ ଖବର ମିଳିଲା। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଅମିତାବ ବଚ୍ଚନଙ୍କ କୋରୋନା ସଂକ୍ରମଣ ରିପୋର୍ଟ ନେଗେଟିଭ ଆସି ନାହିଁ। ଭାଇରାଲ  ଖବର ମିଥ୍ୟା ଅଟେ। ଅମିତାଭ ବଚ୍ଚନ ଏହି ଖବରକୁ ନେଇ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ କରି ସ୍ପଷ୍ଟ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Times now newsArchive

ଏହା ପରେ ଆମେ ଅମିତାଭ ବଚ୍ଚନ 23 ଜୁଲାଇରେ କରିଥିବା Twitter ପାଇଲୁ। Times Now ନ୍ୟୁଜ  ଚ୍ୟାନେଲ ଦ୍ୱାରା ପ୍ରକାଶିତ କରାଯାଇଥିବା ଏହି ମିଥ୍ୟା ଖବରକୁ ସଂଶୋଧନ କରି କହିଛନ୍ତି ଯେ, ଭାଇରାଲ ଖବର ମିଥ୍ୟା ଅଟେ। ମୋର କୋରୋନା ସଂକ୍ରମଣ ରିପୋର୍ଟ ନେଗେଟିଭ ଆସି ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଅମିତାଭ ବଚ୍ଚନଙ୍କ କୋରୋନା ସଂକ୍ରମଣ ରିପୋର୍ଟ ନେଗେଟିଭ ଆସିଥିବା ଖବର ମିଥ୍ୟା ଅଟେ। ଅମିତାଭ ବଚ୍ଚନ ଏହା ନିଜେ ଟ୍ୱିଟ କରି ସ୍ପଷ୍ଟ କରିଛନ୍ତି। 

Avatar

Title:ଅମିତାଭ ବଚ୍ଚନଙ୍କ କୋରୋନା ସଂକ୍ରମଣ ରିପୋର୍ଟ ନେଗେଟିଭ ଆସିଥିବା ଖବର ମିଥ୍ୟା ଅଟେ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *