
ସୂଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଆଲୋଚନାର ଲାଗି ରହିଛି । କିଛି ଫିଲ୍ମସ୍ଟାରଙ୍କୁ ତାଙ୍କ ମୃତ୍ୟୁର କାରଣ ବୋଲି କୁହା ଯାଉଛି ତ କେବେ ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ନୁହେଁ ହତ୍ୟା ଘଟଣା ବୋଲି କୁହାଯାଉଛି। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ସିବିଆଇ ଜାଞ୍ଚ କରିବା ପାଇଁ ଦାବି କରୁଛନ୍ତି। ଏଥିମଧ୍ୟରେ ଅନ୍ୟ ଏକ ଖବର ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଉଛି ଯେ, ନିର୍ଭୟା କେସ ଲଢିଥିବା ଓକିଲ ଏବେ ସୁଶାନ୍ତ ସିଂହ ରାଜପୁତଙ୍କ କେଶ ଲଢ଼ିବେ। ଯିଏ ନିର୍ଭୟା ଅପରାଧିଙ୍କୁ ଫାଶି ଦଣ୍ଡ ଦେଇଥିଲେ।
18 ଜୁଲାଇରେ Sunil Gound ନାମକ ଜଣେ ଫେସବୁକ ୟୁଜର Naveen pattnaik fan clubରେ ଏକ ଫୋଟୋ ପୋଷ୍ଟ କରି ଏହା ଦାବି କରାଛନ୍ତି। ପୋଷ୍ଟରେ ଲେଖା ଯାଇଛି ଯେ, ନିର୍ଭୟା କେସ ଲଢିଥିବା ଓକିଲ ଏବେ ସୁଶାନ୍ତ ସିଂହ ରାଜପୁତଙ୍କ କେସ ଲଢ଼ିବେ। ଯିଏ ନିର୍ଭୟା ଅପରାଧିଙ୍କୁ ଫାଶି ଦଣ୍ଡ ଦେଇଥିଲେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 154ଥର ସେୟର କରାଯାଇଛି। ଏହା ସହ ଚାରିହଜାରରୁ ଅଧିକଥର ଲାକ କରାଯାଇଛି। ଏହା ସହ ପୋଷ୍ଟକୁ 380 କମେଣ୍ଟ ମିଳିଛି। ତଳେ ପୋଷ୍ଟ ଦେଖନ୍ତୁ ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତବେ କଣ ନିର୍ଭୟା କେସ ଲଢିଥିବା ଓକିଲ ଏବେ ସୁଶାନ୍ତ ସିଂହ ରାଜପୁତଙ୍କ କେସ ଲଢ଼ିବେ। ଯିଏ ନିର୍ଭୟା ଅପରାଧିଙ୍କୁ ଫାଶି ଦଣ୍ଡ ଦେଇଥିଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବରକୁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମେ ପୋଷ୍ଟ ସମ୍ପର୍କରେ କିଛି ଲିଙ୍କ ପାଇଲୁ। 18 ଜୁଲାଇରେ Ajtak ପେଜରେ ଏହାକୁ ନେଇ ଖବାର ପ୍ରକାଶିତ ହୋଇଛି। ଖବର ଅୁସାରେ ନିର୍ବୟା ଓକିଲ ସୀମା ସମ୍ରିଧୀ ଟୁଇଟ୍ କରି ସୁଶାନ୍ତ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି।
ଯଦିଓ ସୀମାର ଏହି ଟ୍ୱିଟର ଆକାଉଣ୍ଟ ନୀଳ ଟିକ୍ ନୁହେଁ (ଯାଞ୍ଚ ହୋଇଛି), କିନ୍ତୁ ତାଙ୍କର ଅନ୍ୟ ଟ୍ୱିଟ୍ ଗୁଡିକୁ ଦେଖିଲେ ଜଣାପଡୁଛି ଯେ ସେ ଏହି ଟ୍ୱିଟର ହ୍ୟାଣ୍ଡେଲକୁ ଯାଞ୍ଚ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି। ସୀମା ସମ୍ରିଧୀ ନିର୍ଭୟା ମାମଲା ପରିଚାଳନା କରିଥିଲେ। 7 ବର୍ଷ ଯୁଦ୍ଧ ପରେ ସେ ଶେଷରେ ନିର୍ଭୟା କେସରେ ନ୍ୟାୟ ପାଇଲେ।
ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Ajtak । Archive
ଏହା ଛଡ଼ା 18 ଜୁଲାଇ 2020 NBT ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ଭାଇରାଲ ଖବର ସମ୍ପର୍କରେ ଖବର ପ୍ରକାଶିତ କରାଯାଇଛି। ଯେଉଁଥିରେ ସୀମା ସମ୍ରଧୀ ପ୍ରଧାନମନ୍ତ୍ରୀଙ୍କୁ ସୁଶାନ୍ତ ସିଂ ରାଜପୁତ ହତ୍ୟା ମାମଲାକୁ ସିବିଆଇ ଜାଞ୍ଚ କରିବା ପାଇଁ ଅନୁରୋଧ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମେ ସୀମା ସମ୍ରିଧୀ ଟ୍ୱିଟ୍ ପାଇଲୁ। 17 ଜୁଲାଇରେ ସେ ଲେଖିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ, ସୁଶାନ୍ତ ସିଂଙ୍କ ମୃତ୍ୟୁର ସତ୍ୟ ଜାଣିବାର ପ୍ରତ୍ୟେକ ଭାରତୀୟଙ୍କର ଅଧିକାର ଅଛି। ମାତ୍ର ଏକ ମାସରୁ ଅଧିକ ସମୟ ପରେ ମଧ୍ୟ ମୁମ୍ବାଇ ପୋଲିସ ସତ୍ୟପାଠ ଆଣିବାରେ ବିଫଳ ହୋଇଛି। ଆମ ପ୍ରିୟ ହିରୋଙ୍କ ମାମଲା ସିବିଆଇକୁ ଦେବାକୁ ତୁମକୁ ଅନୁରୋଧ । ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Twittr । Achive
ସୀମା ସମ୍ରିଧୀଙ୍କ ଟ୍ୱିଟର ଆକାଉଣ୍ଟ ଭେରିଫାଏ ହୋଇଥିବାରୁ ଆମେ ତାଙ୍କ ଭେରିଫାଏ ଫେସବୁକ ପେଜରେ ତାଙ୍କ ଟ୍ୱିଟର ଆକାଉଣ୍ଟର ଫୋଟୋ ପାଇଲୁ। ଯାହା ପରେ ଆମେ ସ୍ପଷ୍ଟ ହେଲୁ ଯେ, ଏହି ଟ୍ୱିଟ ନିର୍ଭୟା କେସ ଲଢ଼ିଥିବା ସୀମା ସମ୍ରିଧୀଙ୍କର ଅଟେ। ଆମ ଜାଞ୍ଚରେ ଆମେ କେଉଁଠାରେ ମଧ୍ୟ ସୀମା ସମ୍ରିଧୀ ସୁଶାନ୍ତ ସିଂ ରାଜପୁତ କେସ ଲଢ଼ିବା ନେଇ ଖବର ପ୍ରକାଶିତ ହୋଇ ନାହିଁ। ଆମେ ଏହାକୁ ନେଇ ସୀମା ସମ୍ରିଧୀଙ୍କ ସହ ସମ୍ପର୍କ କରିବା ପାଇଁ ଚେଷ୍ଟା କରିଲୁ। କିନ୍ତୁ ସମ୍ପର୍କ ହୋଇ ପାରିଲା ନାହିଁ। ସମ୍ପର୍କ ହେଲେ ଆମେ ଏହି ଖବରକୁ ଅପଡେଟ୍ କରିବୁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ନିର୍ଭୟା କେସ ଲଢ଼ିଥିବା ଓକିଲ ସୀମା ସମ୍ରିଧୀ ଏବେ ସୁସାନ୍ତ ସିଂ ରାଜପୁତ କେସକୁ ଲଢ଼ିବା ନେଇ କରାଯାଉଥିବା ଦାବି ମିଥ୍ୟା ଅଟେ। ନିର୍ଭୟା କେସ ଲଢ଼ିଥିବା ଓକିଲ ସୀମା ସମ୍ରିଧୀ ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ କରି ସୁସାନ୍ତ ସିଂ ରାଜପୁତ କେସକୁ ସିବିଆଇ ଜାଞ୍ଚ କରିବା ପାଇଁ ଦାବି କରିଛନ୍ତି।

Title:ନିର୍ଭୟାକୁ ନ୍ୟାୟ ଦେଇଥିବା ଓକିଲ ସୀମା ସମ୍ରିଧୀ ଏବେ ସୁଶାନ୍ତ ସିଂ ହତ୍ୟା ମାମଲା ଲଢ଼ିବେ ?
Fact Check By: Saritadevi SamalResult: False