
୨୫ ଉଲାଇ ରେ ୱ୍ହାତ୍ସ ଏପ୍ ମାଧ୍ୟମରୁ ଆମକୁ ଗୋଟିଏ ପୋଷ୍ଟ ଇଶୟରେ ସତ୍ୟ ଯାଞ୍ଚ କରିବାର ଅନୁରୋଧ ଆସିଲା। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଭୁବନେଶ୍ବର ର ମାଞ୍ଚେଶ୍ଵର ଅଞ୍ଚଳ ରେ ସ୍ଥାପିତ ରିଶତା ଅଟା କାରଖାନା ରେ ପାଖାପାଖି ୬୯ କର୍ମଚାରୀ କୋରୋନା ଚିହ୍ନଟ ବାହାରିଛନ୍ତି। ଏହି କାରଣରୁ ଲୋକଙ୍କୁ ରିଶତା ଅଟା ବା ରିଶତାର ଅନ୍ୟ ଉତ୍ପାଦ ନଖାଇବା ପାଇଁ ଅନୁରୋଧ କରା ଯାଇଅଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୪ ଜୁଲାଇ ରେ କଳିଙ୍ଗ ଟିଭି ଦ୍ଵାରା ୟୁଟ୍ୟୁବରେ ପ୍ରସାରିତ ଗୋଟିଏ ଭିଡିଓ ମିଳିଲା। ଏହି ଭିଡିଓରେ ରିଶତା ଅଟା ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ଏହି ଦାବି କୁ ଖଣ୍ଡନ କରି କହିଛନ୍ତି ଯେ ଏହା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ରିଶତା ଅଟା ମାଚେଶ୍ଵରରେ ଉତ୍ପାଦନ କରା ଯାଏ ନାହିଁ। ରିଶତା ଅଟା କାରଖାନା ଖୋର୍ଦାର ବୁର୍ନେଇଅଞ୍ଚଳରେ ଅଛି ଆଉ ସେହି ସ୍ଥାନରେ ଆଜି ପର୍ଯ୍ୟନ୍ତ କୌଣସି କୋରୋନା ଚିହ୍ନଟ ବାହାରି ନାହାନ୍ତି। ନିଜ ଗ୍ରାହକଙ୍କୁ ଅନୁରୋଧ କରି ସୁଭାଷ ଚନ୍ଦ୍ର କହିଛନ୍ତି ଯେ ଯେଉଁ ବିଶ୍ଵାସ ଆଜି ଟକ ରିଶତା ଅଟା ଉପରେ ରଖୀ ଆସିଛନ୍ତି ସେହି ବିଶ୍ଵାସ ସେ ବନେଇ ରଖନ୍ତୁ ଆଉ ଏହା ମଧ୍ୟ ବିଶ୍ଵାସ ରଖନ୍ତୁ ଯେ କୌଣସି ଭୁଲ ଉତ୍ପାଦ ବାହାରିବ ନାହିଁ।
ଏହା ପରେ ଆମେ ଗୁଗୁଲରେ ଯାଇ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୫ ଜୁଲାଇ କେନ୍ୟୁଜ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ କୁହା ଯାଇଅଛି ଯେ ରିଶତା ଫୁଦ୍ଶ୍ ଅଧିକାରୀ ସୁଭାଷଚନ୍ଦ୍ର ଗୁପ୍ତା ସ୍ପଷ୍ଟ କରିଛନ୍ତି ଯେ ରିଶତା ଆଆ ପ୍ରସ୍ତୁତି କାରଖାନା ମାଞ୍ଚେଶ୍ଵରରେ ନୁହେଁ ଖୋର୍ଦାର ବୁର୍ନେଇ ଅଞ୍ଚଳରେ ରହିଛି। ସେଥିପାଇଁ ରିଶତା ଅଟା କୁ ବଦନାମ କରାନଯାଉ ବୋଲି ମଧ୍ୟ କହିଛନ୍ତି। ମଇଦା କଳରୁ କୋରୋନା ଚିହ୍ନଟ ହେଇଛନ୍ତି। ରିଶତା ଅଟାରେ କୌଣସି ଅସୁବିଧା ନାହିଁ ବୋଲି ସୁଭାଷଚନ୍ଦ୍ର କହିଛନ୍ତି।
ଶେଷକଥା:
ରିଶତା ଅଟା କାରଖାନା ମାଞ୍ଚେଶ୍ଵର ରେ ନୁହଁ, ଖୋର୍ଦାର ବୁର୍ନେଇ ଅଞ୍ଚଳରେ ଅଛି। ସେହି ଅଞ୍ଚଳରେ ବର୍ତମାନ ସୁଧା କେହି କୋରୋନା ପଜିଟିଭ୍ ବାହାରି ନାହାନ୍ତି ବୋଲି ରିଶତା ଫୁଦ୍ଶ୍ ଅଧ୍ୟକ୍ଷ ସୁଭାଷଚନ୍ଦ୍ର ଗୁପ୍ତା କହିଛନ୍ତି। ପୋଷ୍ଟରେ କରା ଯାଇଥିବା ଦାବି ଯେ ରିଶତା ଅଟା କାରଖାନା ରୁ ୬୯ କୋରୋନା ରୋଗୀ ଚିହ୍ନଟ ହେଇଥିବା କଥା ମିଥ୍ୟା ଅଟେ।

Title:କ’ଣ ଭୁବନେଶ୍ବର ର ମାଞ୍ଚେଶ୍ଵର ଅଞ୍ଚଳରେ ସ୍ଥାପିତ ରିଶତା ଅଟା କାରଖାରେ କୋରୋନା ରୋଗୀ ଚିହ୍ନଟ ହେଇଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False