
ଆର୍ଥିକ ସାହାଜ୍ଯତା ଦେବା ପାଇଁ ନବୀନ ସରକାର କଳିୟା ଯୋଜନା ଅନ୍ତର୍ଗତ ରାଜ୍ୟର ଚାଷୀଙ୍କୁ ପ୍ରତ୍ଯେକ ବର୍ଷ 10000 ଟଙ୍କା ଦେବା ନିଷ୍ପତ୍ତି ନେଇ ଥିଲେ। ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ସ୍ତରରେ ଚାଷୀଙ୍କୁ ପଇସା ଦିଆ ଯାଇଥିଲା। ରାଜ୍ୟରେ କୋରୋନା ପାଇଁ ଆର୍ଥିକ ସ୍ଥିତି ଦୁର୍ବଳ ପଡ଼ିଥିବାରୁ ବର୍ତମାନ ଏପରି ଖବର ସାମନା କୁ ଆସିଛି ଯେ ନବୀନ ସରକାର କାଳିଆ ଯୋଜନା ଅନ୍ତର୍ଗତ, ଚାଷୀ ମାନଙ୍କୁ ଦିଆ ଯାଇଥିବା ପଇସା ଫେରସ୍ତ କରିବା ପାଇଁ କହିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୭ ଜୁଲାଇ ରେ ନେସନ ନ୍ୟୁଜ ପତ୍ରିକାରେ ପ୍ରକାଶିତ ଗୋଟିଏ ଅନୁଛେଦରେ କୁହା ଯାଇଅଛି ଯେ ଚାଷୀ ମାନଙ୍କ ଠାରୁ କାଳିଆ ଯୋଜନା ଅନ୍ତର୍ଗତ ମିଳିଥିବା ପଇସା କୁ ଫେରସ୍ତ କରିବା କଥା ନେଇ ବିପକ୍ଷ ଦଳ ନେତା ପ୍ରଦୀପ ନାୟକ ଏହି ପଦକ୍ଷେପ ବିରୁଦ୍ଧରେ ନିଜ ମତ ଦେଇଛନ୍ତି। ସେ କହିଛନ୍ତି ଯେ ସରକାର ଅତି ଶୀଘ୍ର ଏହି ପଦକ୍ଷେପରୁ ପଛାଇବା ଦରକାର। ତାଙ୍କ କହିବା ଅନୁଯାୟୀ ଚାଷୀ ମାନେ ପାଇସା ମାଗି ନଥିଲେ। ସରକାର ନିଜ ତରଫରୁ ପାଇସା ବାଣ୍ଟି ଥିଲା, ସେଥିପାଇଁ ବର୍ତମାନ ଚାଷୀ ମାନଙ୍କ ଠାରୁ ୫୦୦୦ ଟଙ୍କା ଫେରସ୍ତ ନେବା ଉଚ୍ଛିତ ନୁହେଁ। ସେ ନବୀନ ସରକାର ଉପରେ ଅଭିଯୋଗ ଲଗାଇ କହିଛନ୍ତି ଯେ ସରକାର ନିଜ ସ୍ଵାର୍ଥ ପାଇଁ ବର୍ତମାନ ଚାଷୀଙ୍କ ଠାରୁ ପାଇସା ଆଦାୟ କରିବା ଚେଷ୍ଟା କରୁଛି।
ଏହା ପରେ ଆମେ ୟୁଟ୍ୟୁବରେ ଯାଇ ଏହି ବିଷୟରେ ସର୍ଚ କରିଲୁ। ୨୪ ଜୁଲାଇ ରେ ଓଟିଭି ଦ୍ଵାରା ପ୍ରସାରିତ ଗୋଟିଏ ସାମ୍ବାଦିକ ଭିଡିଓ ରେ କୁହା ଯାଇଅଛି ଯେ କାଲିୟା ଯୋଜନାର ୫୧ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୯୮% ଚାଷୀ ଯୋଗ୍ୟ ଥିବା ବେଳେ ବାକି ୨% ଚାଷୀ ଅର୍ଥାତ ୫୦୦୦୦ ଚାଷୀ ଅଯୋଗ୍ୟ ଅଟନ୍ତି। ଏହି ଅବୈଧ ହିତାଧିକାରୀଙ୍କୁ ଟଙ୍କା ଫେରସ୍ତ କରିବା କୁ କୁହା ଯାଇଅଛି। କୃଷି ସଚିବ ସୌରବ ଗର୍ଗ କହିଛନ୍ତି ଯେ ଅଯୋଗ୍ୟ ପଇସା ପାଇଥା ଚାଷୀ ମାନଙ୍କୁ ଚିଠି ଲେଖା ଯାଇଅଛି ଏବଂ ବ୍ୟାଙ୍କ ଏକାଉଣ୍ଟ ମଧ୍ୟ ଦିଆ ଯାଇଅଛି ଯେଉଥିରେ ଲୋକେ ଟଙ୍କା ଫେରସ୍ତ କରି ପାରିବେ। ଏମାନଙ୍କ ମଧ୍ୟରୁ କିଛି ହିତାଧିକାରୀ ଟଙ୍କା ଫେରସ୍ତ କରି ସାରିଲେଣି ବୋଲି ମଧ୍ୟ ସୌରଭ ଗର୍ଗ ସୂଚନା ଦେଇଛନ୍ତି।
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ କାଲିୟା ଯୋଜନା ବିଭାଗ ଅଫିସ ଫୋନ ଲଗାଇ ବିଭାଗର ଉପ ଅଧ୍ୟକ୍ଷ ଶ୍ରୀମତୀ ଗାୟତ୍ରୀଙ୍କ ସହିତ କଥା ହେଳୁ। ଶ୍ରୀମତୀ ଗାୟତ୍ରୀଙ୍କ କହିବା ଅନୁଯାୟୀ ସରକାର ସମସ୍ତ ଚାଷୀ ମାନଙ୍କୁ ଟଙ୍କା ଫେରସ୍ତ ପାଇଁ କହି ନାହାନ୍ତି। ଚାଷୀଙ୍କ ହିତ ପାଇଁ କାଳିଆ ଯୋଜନା ଆରମ୍ଭ କରା ଯାଇଥିଲା କିନ୍ତୁ କିଛି ଚାଷୀ ମାନେ ଅବୈଧ ଧାରଣରେ ନିଜ ନାମ ଏହି ଯୋଜନାରେ ଲେଖାଇ ପାଇସା ପାଇଛନ୍ତି। ବର୍ତମାନ ସରକାର କେବଳ ସେହି ଅବୈଧ ହିତାଧିକାରୀ ମାନଙ୍କ ଠାରୁ ପଇସା ଫେରସ୍ତ କରିବା ପାଇଁ କହିଅଛି। ପୋଷ୍ଟରେ କରା ଯାଇଥିବା ଦାବି ର ଖଣ୍ଡନ କରି ସେ ଏହା କୁ ମିଥ୍ୟା ବୋଲି କହିଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବା କୁ ପାଇଲୁ ଯେ ଯଦିଓ ବିପକ୍ଷ ଦଳ ଚାଷୀଙ୍କ ଠାରୁ ପଇସା ଫେରସ୍ତ ନେଇ ସରକାର ଉପରେ ଜୋର ପକାଉଛନ୍ତି, ସରକାରଙ୍କ କହିବା ଅନୁଯାୟୀ ଏହି ପଇସା କେବଳ ଅବୈଧ ହିତାଧିକାରୀଙ୍କ ଠାରୁ ଫେରସ୍ତ କରା ଯାଉଅଛି। ସେହି ହିତାଧିକାରୀ ମାନଙ୍କୁ ଚିତି ସହିତ ବ୍ୟାଙ୍କ ଖାତା ନମ୍ବର ଯୋଗାଇ ଦିଆ ଯାଇଅଛି। ପୋଷ୍ଟରେ କରା ଯାଇଥିବା ଦାବିକୁ କୃଷି ସଚିବ ସୌରଭ ଗର୍ଗ ଏବଂ କାଲିୟା ଯୋଜନା ଉପ ଅଧ୍ୟକ୍ଷ ଶ୍ରୀମତୀ ଗାୟତ୍ରୀ ଖଣ୍ଡନ କରିଛନ୍ତି।
Title:କ’ଣ କୋରୋନା ସମୟରେ ନବୀନ ପଟନାୟକ କାଳିଆ ଯୋଜନା ଅନ୍ତର୍ଗତ ସମସ୍ତ ଚାଷୀ ମାନଙ୍କୁ ମିଳିଥିବା ଟଙ୍କା ଫେରସ୍ତ କରିବା ପାଇଁ କହିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Explainer