
29 ଜୁଲାଇରେ ଭାରତ ରାଫେଲ ପହଞ୍ଚିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଦାବି କରାଯାଉଛି ଯେ, ଭରତରେ ରାଫେଲ ପହଞ୍ଚିଲା ପରେ ରାଜନାଥ ସିଂ ରାଫଲ ପରିଦର୍ଶନ କରିଥିବାର ଫୋଟୋ ଅଟେ। Subrajeet Dash ନାମକତ ଜଣେ ଫେସବୁକ ୟୁଜର ତାଙ୍କ ଆକାଇଣ୍ଟରେ ଏହା ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଭାରତରେ ପହଞ୍ଚିଲା ରାଫେଲ ବିମାନ। ରାଫେଲ ବିମାନ ପରିଦର୍ଶନ କଲେ ମାନନୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରିବା ସହ ପୋଷ୍ଟକୁ 111 ଲାଇକ ମିଳି ସାରିଥିଲା। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ 29 ଜୁଲାଇରେ ରାଫେଲ ଭାରତ ପହଞ୍ଚିଲା ପରେ ରାଜନାଥ ସିଂ ରାଫେଲ ପରିଦର୍ଶନ କରିଯାଇଥିବାର ଏହା ଫୋଟୋ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ପୋଷ୍ଟର ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ Biharpost ପେଜରେ ଭାଇରାଲ ଫୋଟୋ ମିଳିଲା। ଯେଉଁଥିରେ ରାଜନାଥ ସିଂ ଏକ ରାଫେଲ ବିମାନର ଉଦଘାଟନ କରୁଛନ୍ତି। ଖବର ଅନୁସାରେ ଭାଇରାଲ ଫୋଟୋ 2019 ଅକ୍ଟୋବର 8ର ଅଟେ। ଏହା ଭାରତର ପ୍ରଥମ ରାଫେଲ ଥିଲା ,ଯହା ଭାରତକୁ ଆସିଥିଲା। 29 ଜୁଲାଇରେ ଭାରତକୁ ଆଉ 5ଟି ରାଫେଲ ଆସିଛି। କିନ୍ତୁ ଭାଇରାଲ ଫୋଟୋରେ ଏବେର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Biharpost । Archive
ଏହା ପରେ ଆମକୁ ଦ୍ୱିତିୟ ଫୋଟୋ news18 ନ୍ୟୁଜ ପେଜରେ ପାଇଲୁ। ଯେଉଁଥିରେ ଭାଇରାଲ ଫୋଟୋ ଅକ୍ଟୋବର 2019ରେ ଆସିଥିବା ପ୍ରଥମ ରାଫେଲର ଅଟେ। 2019ରେ ଆସିଥିବା ରାଫେଲକୁ ରାଜନାଥ ସିଂ ହିନ୍ଦୁ ଧର୍ମର ପ୍ରତିକ ଲେଖି ଉଦଘାଟନ କରିଥିଲେ। ଏହାକୁ ନେଇ ରାଜନାଥ ସିଂଙ୍କ ଉପରେ ଧର୍ମକୁ ନେଇ ଅନେକ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା। ଭାଇରାଲ ଫୋଟୋର ଏବେ ଭାରତକୁ ଆସିଥିବା ରାଫେଲ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- news18 । Archive
DD NEWS ୟୁଟ୍ୟୁବ ଚ୍ୟାନେଲରେ 2019ରେ ଭାରତକୁ ପ୍ରଥମ ରାଫେଲ ଆସିଥିବା ସମୟରେ ରାଜନାଥ ସିଂ କିପରି ରାଫେଲକୁ ପୂଜା କରିଥିଲେ ତାହାର ଏକ ଭିଡିଓ ପୋଷ୍ଟ କରାଯାଇଛି। ଯେଉଁଥିରେ ସ୍ପଷ୍ଟ ଦେଖା ଯାଉଛି ଯେ, ରାଜନାଥ ସିଂ ରାଫେଲକୁ ପୂଜା କରୁଥିବା ଦୃଶ୍ୟ ଭାଇରାଲ ଫୋଟୋ ସହ ସମାନ। ଅଧିକ ସୂଚନା ପାଇଁ ତଳେ ଭିଡିଓ ଦେଖନ୍ତୁ।
ଆମେ 29 ଜୁଲାଇ 2020ରେ ଭାରତ ପହଞ୍ଚିଥିବା 5ଟି ରାଫେଲକୁ କିପରି ସ୍ୱାଗତ କରାଗଲା ତହେ ଦେଖିବା ପାଇଁ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Ajtak ନ୍ୟୁଜ ପେଜର ଖବର ମିଳିଲା। ତଳେ ଭିଡିଓ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋ ବର୍ତ୍ତମାନ ରାଫେଲ ଆସିଥିବାର ଫୋଟୋ ନୁହେଁ। ଏହା 2019ରେ ଭାରତକୁ ଆସିଥିବା ପ୍ରଥମ ରାଫେଲ ସମୟର ଫୋଟୋ ଅଟେ ।

Title:ରାମନାଥ ସିଂ ରାଫେଲ ପରିଦର୍ଶରେ ପହଞ୍ଚିଥିବା ଫୋଟୋ 2019ର ଅଟେ।
Fact Check By: Saritadevi SamalResult: False