କ’ଣ ଆଦିତ୍ୟ ଠାକରେଙ୍କ ସହିତ କାରରେ ବସି ଥିବା ଯୁବତୀ ରିୟା ଚକ୍ରବତ୍ତୀ ଅଟନ୍ତି? କ’ଣ ଏହି କାରଣ ପାଇଁ ସୁଶାନ୍ତଙ୍କ କେସ୍ ସିବିଆଇ କୁ ଦିଆ ଯାଉ ନାହିଁ?

False Social
image.jpg

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ବର୍ତମାନ ସୁଧା ରହସ୍ୟମାୟୀ ସ୍ଥିତି ରେ ଅଛି। ପୋଲିସ ଏହି ଘଟଣା ନେଇ ଅନେକ ବୋଲିବୁଡ ଅଭିନେତାଙ୍କ ସହିତ ପଚରାଉଚରା କରୁଛି। ଏହି ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ନାମ ମଧ୍ୟ ସାମନାକୁ ଆସିଛି। ଶୁଣିବାକୁ ମିଳିଛି ଯେ ରିୟା ଓ ସୁଶାନ୍ତଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ଥିଲା। ସୋସିଆଲ ମିଡିଆରେ ରିୟାଙ୍କ ନାମ ଅନେକ ନିର୍ମାତା ଏବଂ ନିର୍ଦେଶକଙ୍କ ସହିତ ଯୋଡ଼ା ଯାଇଅଛି। ଏହି ସମୟରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ କାର ରେ ରିୟା ଚକ୍ରବର୍ତ୍ତୀ ଆଦିତ୍ୟ ଠାକରେଙ୍କ ସହିତ ବସିଛନ୍ତି। ଏହି ଦୁହେଁଙ୍କ ମଧ୍ୟରେ ସମ୍ବନ୍ଧ ଥିବା କାରଣରୁ ସୁଶାନ୍ତଙ୍କ କେସ୍ ସିବିଆଇ କୁ ଦିଆ ଯାଉ ନାହିଁ। 

fb.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସରହ କରିଲୁ। ସର୍ଚ କରିଲା ପରେ ଆମକୁ ୧୧ ମାର୍ଚ ୨୦୧୯ ମସିହାରେ ଇଣ୍ଡିଆ ଟିଭି ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ ଆମକୁ ପୋଷ୍ଟ ରେ ଦାବି କରା ଯାଇଥିବା ଫୋଟୋ ମିଳିଲା। ଏହି ଫୋଟୋରେ ଲେଖା ଯାଇଅଛି ଯେ ବୋଲିବୁଡ ଅଭିନେତ୍ରୀ ଦିଶା ପଟାନିଙ୍କୁ ଆଦିତ୍ୟ ଠାକରେଙ୍କ ସହିତ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଦେଖିବା କୁ ମିଳିଛି।

india tv.jpg

India TV | Archive

୧୧ ମାର୍ଚ ୨୦୧୯ ରେ ସିମ୍ପ୍ଲି ବୋଲିବୁଡ ନାମକ ୟୁଟ୍ୟୁବ ଚ୍ଯାନେଲର ଗୋଟିଏ ଭିଡିଓ ରେ ମଧ୍ୟ ପୋଷ୍ଟ କରା ଯାଇଥିବା ଫୋଟୋ ଦେଖିବା କୁ ମିଳିଛି। ଏହି ଭିଡିଓରେ କୁହ ଯାଇଅଛି ଯେ ମଧ୍ୟାହ୍ନ ଭୋଜନ କରିଲା ଦିଶା ପତାନିଙ୍କୁ ଆଦିତ୍ୟ ଠାକରେ ସହିତ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ପରସ୍ପର ସହିତ ଦେଖିବାକୁ ମିଲିଛନ୍ତି। 

compare.jpg

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ କାରରେ ଆଦିତ୍ୟ ଠାକରେଙ୍କ ସହିତ ବସିଥିବା ଅଭିନେତ୍ରୀ ଦିଶା ପଟନୀ ଅଟନ୍ତି। ଦିଶା ପଟନୀଙ୍କୁ ରିୟା ଚକ୍ରବର୍ତ୍ତୀ କହି ଗୁଜବ ସୃଷ୍ଟି କରା ଯାଉଅଛି।

Avatar

Title:କ’ଣ ଆଦିତ୍ୟ ଠାକରେଙ୍କ ସହିତ କାରରେ ବସି ଥିବା ଯୁବତୀ ରିୟା ଚକ୍ରବତ୍ତୀ ଅଟନ୍ତି? କ’ଣ ଏହି କାରଣ ପାଇଁ ସୁଶାନ୍ତଙ୍କ କେସ୍ ସିବିଆଇ କୁ ଦିଆ ଯାଉ ନାହିଁ?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *