
୨ ଅଗଷ୍ଟରେ ଜେନ ଫେସବୁକ ୟୁଜର ଜୟ ନବୀନ ନାମକ ଫେସବୁକ ଗ୍ରୁପ ରେ ଗୋଟିଏ ଖବର କାଗଜର ଫୋଟୋ ପୋଷ୍ଟ କରିଛନ୍ତି। ଏହି ଫୋଟୋରେ ଲେଖା ଯାଇଅଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁବୋଲି ଭଉଣୀ କମର ମୋହସିନ ସେଖ୍ ପାକିସ୍ତାନରୁ ତାଙ୍କ ପାଇଁ ରାକ୍ଷୀ ପଠେଇ କହିଛନ୍ତି ଯେ କୋରୋନା ସମୟରେ ସେ ପ୍ରଥମେ ନିଜ ଭାଇଙ୍କ ଚହୁଁଛନ୍ତି। ଆସନ୍ତୁ ଜାଣିବା ସତ୍ୟ କଣ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ୟୁଟ୍ୟୁବରେ ଯାଇ ପ୍ରଧାନମନ୍ତ୍ରୀଙ୍କ ଭଉଣୀ କମର ମୋହସିନ ସେଖ୍ ବିଷୟରେ ସର୍ଚ କରିଲୁ। ଆମେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ମଧ୍ୟରେ ସମ୍ବନ୍ଧ କଣ ଏବଂ କେବେଠାରୁ ଅଛି ଏହା ଖୋଜିଲୁ। ସର୍ଚ କରିଲା ପରେ ଆମକୁ ୨୭ ଅଗଷ୍ଟ ୨୦୧୮ ମସିହାରେ ବିବିସି ହିନ୍ଦୀ ସମ୍ବାଦର ଗୋଟିଏ ଭିଡିଓ ୟୁଟ୍ୟୁବରେ ପ୍ରସାରିତ ହେଇଥିବା ମିଳିଲା। କମର ମୋହସିନ ସେଖ୍ ବିବିସି ନ୍ୟୁଜ ସହିତ ସାକ୍ଷାତକାର ରେ କହିଥିଲେ ଯେ ସେ ଗତ ୨୪ ବର୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ରାଖୀ ବାନ୍ଧି ଆସିଛନ୍ତି। ପୂର୍ବରୁ ତାଙ୍କ ପାକିସ୍ତାନ ରୁ ଦିଲ୍ଲୀ ଯିବା ଲାଗି ରହିଥିଲା। ସେହି ସମୟ ରେ ଗୁଜରାତ ରାଜ୍ୟର ସାଂସଦ ଦିଲୀପ ଭାଇଙ୍କ ସହିତ ତାଙ୍କ ବହୁତ ଭଲ ସମ୍ବନ୍ଧ ଥିଲା। ସେହି ସମୟରେ ସେ ନରେନ୍ଦ୍ର ମୋଦୀଙ୍କ ସାହିତ ଦେଖା ହେଇଥିଲେ। କମର ମୋହସିନ ସେଖ୍ କହିଛନ୍ତି ଯେ ୩୭ ବର୍ଷ ପୂର୍ବରୁ ଯେତେବେଳେ ସେ ୨୨ ବର୍ଷର ଥିଲେ ଏବଂ ସେହି ସମୟରୁ ସେ ଭାରତ ଆସି ଏଠାରେ ରହୁଛନ୍ତି।
ଏହା ପରେ ଆମେ ଗୁଗୁରେ ଯାଇ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ୧ ଅଗଷ୍ଟ ୨୦୨୦ ରେ ଦି ନ୍ୟୁ ଇଣ୍ଡିଆ ଏକ୍ସପ୍ରେସ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ କୁହା ଯାଇଅଛି ଯେ ଏହି ବର୍ଷ କୋରୋନା ସ୍ଥିତି ପାଇଁ ମୋଦୀଜିଙ୍କ ପାକିସ୍ତାନୀ ଭାଉଣୀ କମର ମୋହସିନ ସେଖ୍ ତାଙ୍କ ସହିତ ଦେଖା ହେଇ ରାକ୍ଷୀ ବାନ୍ଧିବା ସମ୍ଭବ ହେବ ନାହିଁ, ସେଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଡାକ ଦ୍ଵାରା ରାକ୍ଷୀ ପଠାଇଛନ୍ତି। ପାକିସ୍ତାନରେ ଜନ୍ମ ନେଇଥିବା କମର ମୋହସିନ ବିବାହ ପରେ ଅହମଦାବାଦରେ ପରିବାର ସହିତ ରହୁଛନ୍ତି। ଏନି ନ୍ୟୁଜ ସହିତ ସାକ୍ଷାତରେ ସେ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀଙ୍କୁ ଗତ ୩୦-୩୫ ବର୍ଷ ହେଲା ଜାଣିଛନ୍ତି। ଯେତେବେଳେ ସେ କରାଚି ରୁ ଦିଲ୍ଲୀ ଆସିଥିଲେ ସେତେବେଳେ ମୋଦୀଙ୍କ ସହିତ ତାଙ୍କ ପ୍ରଥମ ସାକ୍ଷାତ ହେଇଥିଲା ଏବଂ ସେହି ସମୟରେ ମୋଡିଜି ତାଙ୍କୁ ଭାଉଣୀ ବୋଲି ଡାକି ଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ କୋରୋନା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ୨୫ ତମ ଥର ରାକ୍ଷୀ ବାନ୍ଧିବା ଅବସର ମିଳି ପାରିଲା ନାହିଁ।
The New Indian Express | Archive
ଏହା ପରେ ଆମେ ଗୁଗୁଲରେ କମର ମୋହସିନ, ମୋଡିଜିଙ୍କୁ ରାକ୍ଷୀ ବାନ୍ଧୁ ଥିବା ଫୋଟୋ ଖୋଜିଲୁ।
Photo Credit: Zee News
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ କମର ମୋହସିନ ସେଖ୍ ବିବାହ ପରେ ଅହମଦାବାଦ ଜିଲ୍ଲାରେ ପରିବାର ସହିତ ରହୁଛନ୍ତି। ପାକିସ୍ତାନରୁ ରାଖୀ ପଠାଇବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।

Title:କ’ଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଭଉଣୀ ପାକିସ୍ତାନରୁ ତାଙ୍କ ପାଇଁ ରାକ୍ଷୀ ପଠେଇଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False