
ରାମ ମନ୍ଧିର ଭୂମି ପୂଜନ ସମୟରେ ଦେଶରେ ଉତ୍ସାହର ବାତାବରଣ ଥିବା ସମୟରେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେ, ରାମ ମନ୍ଦିର ପାଇଁ ଅନୁମତି ନ ଦେଇଥିବା ପୂର୍ବ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଭୁମି ପୂଜନ ଦିନ କୋରୋନା ସଂକ୍ରମିତ ହୋଇଛନ୍ତି। 5 ଅଗଷ୍ଟରେ Rajani kanta swain ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏହି ଖବର ପୋଷ୍ଟ କରିଛନ୍ତି।
ପୋଷ୍ଟରେ ଦାବି କରାଯାଇଛି ଯେ, ରଞ୍ଜନ ଗୋଗୋଇ କୋରୋନା ପୋଜେଟିଭ। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ରଞ୍ଜନ ଗୋଗଇ କୋରୋନା ପଜେଟିଭ, ହେ ପ୍ରଭୁ ଇଏ କଣ କଲ ଜୟ ଶ୍ରୀ ରାମ, କିଛି ମନେ ପଡିଲା ଆଜି ପାଇଁ କରିଥିଲେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର ଏବଂ ଦେଖା ଯାଇ ସାରିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ-Facebook । Archive
ତେବେ କ’ଣ ରାମ ମନ୍ଦିର ପାଇଁ ଅନୁମତି ନ ଦେଇଥିବା ପୂର୍ବତନ ବିଚାରପତି ରଞ୍ଜନ ଗୋଗୋଇ ଭୁମି ପୂଜନ ଦିନ କୋରୋନା ସଂକ୍ରମିତ ହୋଇଛନ୍ତି ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରଲିୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବରକୁ ଗୁଗୁରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ 5 ଅଗଷ୍ଟରେ Patrika ପେଜରେ ପ୍ରକାଶିତ ହୋଇଥିବା ଖବରରେ ରଞ୍ଜନ ଗୋଗୋଇଙ୍କ କୋରୋନା ସଂକ୍ରମିତ ହୋଇଥିବା ପୋଷ୍ଟ ମିଥ୍ୟା ବୋଲି ସ୍ପଷ୍ଟ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Patrika । Archive
ଏହା ପରେ ଆମକୁ 5 ଅଗଷ୍ଟରେ Bar & Bench ଟ୍ୱିଟ କରିଥିବା ଏକ ପୋଷ୍ଟ ମିଳିଲା। ପୋଷ୍ଟରେ ସ୍ପଷ୍ଟ କରାଯାଇଛି ଯେ, ରଞ୍ଜନ ଗୋଗୋଇ Bar & Benchକୁ ସ୍ପଷ୍ଟ କରିଛନ୍ତି ଯେ, ସେ କୋରୋନା ସଂକ୍ରମିତ ହୋଇ ନାହାନ୍ତି। ଭାଇରାଲ ଖବର ମିଥ୍ୟା ଅଟେ। ଅଧିକ ସୂଚନା ପାଇଁ ତଳେ ପୋଷ୍ଟ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ରାମ ମନ୍ଦିର ନିର୍ମାଣ ନେଇ ଫୈସଲା କରିଥିବା ପୂର୍ବ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଭୁମି ପୂଜନ ଦିନ କୋରୋନା ସଂକ୍ରମିତ ହୋଇଥିବା ଖବର ମିଥ୍ୟା ଅଟେ। ରଞ୍ଜନ ଗୋଗୋଇ ସ୍ପଷ୍ଟ କରିଛନ୍ତି ଯେ, ସେ ସୁସ୍ଥ ଅଛନ୍ତି।

Title:ରାମ ମନ୍ଦିର ପାଇଁ ଅନୁମତି ଦେଇ ନଥିବା ପୂର୍ବ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଭୁମି ପୂଜନ ଦିନ କୋରୋନା ହୋଇଗଲା?
Fact Check By: Saritadevi SamalResult: False