
ଲଗାଣ ବର୍ଷାରେ ଦେଶର ଅଲଗା ଅଲଗା ଜାଗାରେ ଜଳପୂର୍ଣ୍ଣ ହେବାର ଖବର ସମ୍ନାକୁ ଆସୁଛି। ଏହାର ଫୋଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି। 6 ଅଗଷ୍ଟରେ Vision odisha Creation ନାମକ ଏକ ପେଜରେ କିଛି ଫୋଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ ରାସ୍ତାରେ ପାଣି ଭର୍ତ୍ତି ହୋଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ବର୍ତ୍ତମାନ ଲଗାଣ ବର୍ଷାରେ ମୁମ୍ବାଇ ବେହାଲ, ସହରର ବିଭିନ୍ନ ସ୍ଥାନ ଜଣାର୍ଣ୍ଣବ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଲାଇକ ମଧ୍ୟ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook । Archive
ତେବେ କ’ଣ ଏହା ବର୍ତ୍ତମାନ ଲଗାଣ ବର୍ଷାରେ ମୁମ୍ବାଇ ରାସ୍ତାରେ ପାଣି ଭର୍ତ୍ତି ହୋଇଥିବାର ଫୋଟୋ ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଭାଇରାଲ କରାଯାଉଥିବା ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ।
ଫୋଟୋ-1
Economic times ପେଜରେ ଭାଇରାଲ ଫୋଟୋ ପାଇଲୁ। ଭାଇରାଲ ଫୋଟୋ 26 ଜୁଲାଇ 2019ରେ ପୋଷ୍ଟ କରାଯାଇଥିଲା। 26 ଜୁଲାଇ 2005 ମସିହାରେ ମୁମ୍ବାଇରେ ପ୍ରବଳ ବର୍ଷା ପାଇଁ ରାସ୍ତାରେ ପାଣି ଭର୍ତ୍ତି ହୋଇ ଯାଇଥିଲା। ରାସ୍ତାରେ ପାଣି ବର୍ତ୍ତି ହୋଇ ବନ୍ୟା ପରିସ୍ଥିତି ବନି ଯାଇଥିଲା। ଭାଇରାଲ ଫୋଟୋ 2005 ମସିହା ପୁରୁଣା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Economic times । Archive
ଫୋଟୋ-2
ଦ୍ୱିତିୟ ଫୋଟୋଟି Deccan chronicle ପେଜରେ ପାଇଲୁ। ଯାହାକି 29 ଅଗଷ୍ଟ 2017ରେ ପୋଷ୍ଟ କରାଯାଇଛି। ଖବର ଅନୁସାରେ ମୁମ୍ବାଇର ଗୋଟେ ପାଖ ରାସ୍ତା ପାଣି ବର୍ତ୍ତି ହୋଇଯିଥିବାରୁ ଅନ୍ୟ ପଟ ରାସ୍ତାରେ ଗାଡ଼ି ଏବଂ ଲୋକମାନଙ୍କ ଭିଡ଼ ହୋଇଥିଲା। ଭାଇରାଲ ଫୋଟୋ ଚାରି ବର୍ଷ ପୁରୁଣା ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Deccan chronicle। Archive
ଫୋଟୋ-3
ତୃତିୟ ଫୋଟୋ ଆମକୁ Times of india ପେଜରେ ମିଳିଲା। ଭାଇରାଲ ଫୋଟୋ 26 ଜୁଲାଇ 2019ରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ 2005 ମସିହାରେ ମୁମ୍ବାଇରେ ହୋଇଥିବା ଲଗାଣ ବର୍ଷା ପାଇଁ ରାସ୍ତା ଜଳ ପୁର୍ଣ୍ଣ ହୋଇଥିବା ନେଇ ଚର୍ଚ୍ଚା କରାଯାଇଛି। ଭାଇରାଲ ଫୋଟୋ ବର୍ତ୍ତମାନ ଲଗାଣ ବର୍ଷାରେ ମୁମ୍ବାଇ ରାସ୍ତା ଜଳପୁର୍ଣ୍ଣ ହେବାର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Times of india । Archive
ଫୋଟୋ-4
ଚତୁର୍ଥ ଫୋଟୋ ମଧ୍ୟ ଆମକୁ Times of india ପେଜରେ ପାଇଲୁ। ଖବର ଅନୁସାରେ ଭାଇରାଲ ଫୋଟୋ 2017 ମସିହାର ଅଚେ। ବର୍ତ୍ତମାନ ମୁମ୍ବାଇରେ ଲଗାଣ ବର୍ଷା ପାଇଁ ରାସ୍ତାରେ ପାଣି ଭର୍ତ୍ତି ହୋଇଥିବାର ଫୋଟୋ ନୁହେଁ। ତିନି ବର୍ଷ ପୁରୁଣା ଫୋଟୋକୁ ଏବେର କହି ଭାଇରାଲ କରାଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Times of india । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ପୁରୁଣା ଫୋଟୋକୁ ବର୍ତ୍ତମାନ ବର୍ଷାରେ ମୁମ୍ବାଇ ଅବସ୍ଥା ଦାବିରେ ଭାଇରାଲ କରାଯାଉଛି।

Title:ପୁରୁଣା ଫୋଟୋକୁ ବର୍ତ୍ତମାନ ବର୍ଷାରେ ମୁମ୍ବାଇ ବେହାଲ ହେବା ଦାବିରେ ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False