
ସୁଶାନ୍ତ ସିଂହଙ୍କ ମୃତ୍ୟୁର ରହସ୍ୟ ବର୍ତମାନ ମଧ୍ୟ ଅନ୍ଧାରରେ ଅଛି। କିଛି ଦିନ ପୂର୍ବରୁ ବିହାର ପୋଲିସ ବିନୟ ତିଵାରୀଙ୍କୁ ଏହି ମାମଲାର ଅନୁସନ୍ଧାନ କରିବା ପାଇଁ ପଠେଇ ଥିଲା। ଏହି କଥା ନେଇ ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଖବର ଖୁବ ଭାଇରାଲ ହେଉଛି। ୧୦ ଅଗଷ୍ଟ ରେ କିରଣ ଜେନା ନାମକ ଜଣେ ଫେସବୁକ ୟୁଜର ଗୋଟିଏ ଫେସବୁକ ଗ୍ରୁପରେ ପୋସ୍ତ କରି ଦାବି କରିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତଙ୍କ କେସ୍ ମାମଲା ରେ ବିହାର ର ଆଇପିଏସ ଅଫିସର ବିନୟ ତିଵାରୀଙ୍କୁ ଡେପୁଟେସନରେ ସିବିଆଇ ପଠାଗଲା।
ଏହି ଖବର ଟୁଇଟର ରେ ମଧ୍ୟ ଭାଇରାଲ ହେଇଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିନୟ ତିଵାରୀଙ୍କୁ ଫୋନ ଲଗେଇ କଥା ହେଳୁ। ବିନୟ ତିଵାରୀ ଆମକୁ କହିଲେ ଯେ ତାଙ୍କ ସିବିଆଇ ରେ ଯୋଗ ଦେବା କଥା ମିଥ୍ୟା ଅଟେ। ଏହା ନେଇ ସେ ଟୁଇଟ ମଧ୍ୟ କରିଛନ୍ତି ବୋଲି କହିଲେ। ସେ ବର୍ତମାନ ମଧ୍ୟ ପାଟନାର ଏସପି ପଦବୀର ନିଯୁକ୍ତ ଅଛନ୍ତି।
ଏହା ପରେ ଟୁଇଟରରେ ଯାଇ ବିନୟକୁମାରଙ୍କ ଟୁଇଟ ସର୍ଚ କରିଲୁ। ୧୦ ଅଗଷ୍ଟରେ ସେ ଟୁଇଟ କରି କହିଛନ୍ତି ଯେ କାଲୀ ଠାରୁ କିଛି ଖବର ଭାଇରାଲ ହେଉଛି। ସେହି ସବୁ ଖବର ସମ୍ପୂର୍ଣ ଭାବେ ମିଥ୍ୟା ଅଟେ ଏବଂ ଲୋକଙ୍କୁ ଭ୍ରମିତ କରୁଛି। ସେଥିପାଇଁ ସେହି ଖବର ଉପରେ ଧ୍ୟାନ ଦିଅନ୍ତୁ ନାହିଁ।
ଫେସବୁକରେ ସର୍ଚ କରିଲା ପରେ ଆମକୁ ବିନୟ କୁମାରଙ୍କ ଦ୍ଵାରା ଗୋଟିଏ ପୋଷ୍ଟରେ କାମେଣ୍ଟ କରିଥିବା ମିଳିଲା। ସେ ଏହି ପୋଷ୍ଟରେ ଏହି ଖବର ମିଥ୍ୟା ବୋଲି କହିଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ଜାଣିବା ପାଇଲୁ ଯେ ଆଇପିଏସ ଅଫିସର ବିନୟ ତିଵାରୀଙ୍କ ସିବିଆଇ ରେ ଯୋଗ ଦେବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ଏହି କଥାର ଖଣ୍ଡନ ବିନୟ କୁମାର ନିଜେ ଟୁଇଟର ଏବଂ ଫେସବୁକ ମାଧ୍ୟମରେ କହିଛନ୍ତି।

Title:କ’ଣ ସୁଶାନ୍ତ ସିଂହ ରାଜପୁତଙ୍କ କେସ୍ ଅନୁସନ୍ଧାନ କରିବା ପାଇଁ ବିନୟ ତିଵାରୀଙ୍କୁ ସିବିଆଇ ଦଳ ପ୍ରତିନିଧି କରିବେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False