
କୋରୋନା ମହାମାରି ସମୟରେ ସୋସିଆଲ ମିଡିଆରେ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଏବଂ ଆଲୋଚନା ହେବାରେ ଲାଗିଛି । 28 ଜୁଲାଇରେ Bikash Garabadu ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଏହ ହସ୍ପିଟାଲରେ ପାଣି ଭର୍ତ୍ତି ହୋଇଥିବାର ଦେଖା ଯାଉଛି। ପାଣି ଭର୍ତ୍ତି ହୋଇଥଇବା ହସ୍ପିଟାଲରେ ରୋଗିମାନେ ଚିକିତ୍ସିତ ହେଉଥିବାର ଦେଖା ଯାଉଛନ୍ତି । ପୋଷ୍ଟରେ ଦାବି କରାଯାଇଛି ଯେ, ଭାଇରାଲ ଭିଡିଓ ବର୍ତ୍ତମାନର ଅଟେ।
ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, 1,25,000 ହଜାର କୋଟି ଟଙ୍କା ପ୍ୟାକେଜ ପାଇଲା ପରେ ବିହାର ବାସୀଙ୍କ ଅବସ୍ଥା। ଆଣ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 33ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଅନେକ କମେଣ୍ଟ ଏବଂ ଲାଇକ ମଧ୍ୟ ମିଳିଛି। ତଳେ ଭିଡିଓ ଦେଖନ୍ତୁ।
ତେବେ ଭାଇରାଲ ଭିଡିଓ ବର୍ତ୍ତମାନର ନା ନାହିଁ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫୋଟୋରେ ଭାଙ୍ଗୀଲୁ। ପରେ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ । ସର୍ଚ୍ଚରେ ଆମକୁ ଭାଇରାଲ ଭିଡିଓ ସମ୍ପର୍କରେ କିଛି ଲିଙ୍କ ମିଳିଲା। times of india ପେଜରେ ବିହାର ହସ୍ପିଟାଲର ଏକ ଖବର ପାଇଲୁ। 2019ରେ ବର୍ଷା ପାଣି ବିହାରର ଦ୍ୱିତିୟ ବଡ଼ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ପାଣି ଭର୍ତ୍ତି ହୋଇଥିବାର ଖବର ପ୍ରକାଶିତ ହୋଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- times of india । Archieve
ଏହା ପରେ ଆମକୁ Guardian News ୟୁଟ୍ୟୁବ ଚ୍ୟାନେଲରେ ଏକ ଖବର ମିଳିଲା। ଯେଉଁଥିରେ ଭାଇରାଲ ଭିଡିଓ ପାଇଲୁ। ଖବର ଅନୁସାରେ ସେପ୍ଟେମ୍ବର 2019 ରେ ବିହାରର ରାଜଧାନୀ ପାଟନାରେ ଥିବା ଏକ ବଡ ଡାକ୍ତରଖାନାରେ ଜଳମଗ୍ନ ରାସ୍ତା ଏବଂ ପ୍ରବଳ ବନ୍ୟା ପରିସ୍ଥିତି ଦେଖାଦେଇଛି, ଯେଉଁଠାରେ ରୋଗୀମାନେ ଅପରିଷ୍କାର ପାଣିରେ ଶୋଇଛନ୍ତି। ପୂର୍ବ ଭାରତରେ ବନ୍ୟାରେ 100 ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ବର୍ଷା ପାଣିରେ ସମ୍ପୁର୍ଣ୍ଣ ପଟନା ଜଳମଗ୍ନ ହୋଇ ଯାଇଥିଲା। ତଳେ ଭିଡିଓ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡିଓ ବର୍ତ୍ତମାନର ନୁହେଁ। ଏହା 2019 ମସିହାର ଅଟେ। ପ୍ରବଳ ବର୍ଷା ପାଇଁ ସମ୍ପୁର୍ଣ୍ଣ ପଟନା ଜଳମଗ୍ନ ହୋଇ ଯାଇଥିଲା।

Title:ବାହିର ହସ୍ପିଟାଲରେ ପାଣି ଭର୍ତ୍ତି ହୋଇଥିବା ଭିଡିଓ ବର୍ତ୍ତମାନର ନହେଁ ।
Fact Check By: Saritadevi SamalResult: False