
୧୨ ଅଗଷ୍ଟ ୨୦୧୨ ମସିହାରୁ ପ୍ରାରମ୍ଭ ହେଇଥିବା ବିଶ୍ଵ ହାତୀ ଦିବସର ହାତୀଙ୍କର ସଂରକ୍ଷଣ ଏବଂ ସୁରକ୍ଷା କରିବା ଉଦ୍ଦେଶ୍ୟରେ ଗଠନ କରା ଯାଇଥିଲା। ଏହି ଦିବସ ସାରା ପୃଥିବୀରେ ପାଳନ କରା ଯାଏ। ଏହି କଥା ନେଇ ଗତ କାଲୀ ୧୨ ଅଗଷ୍ଟରେ ଜଣେ ଫେସବୁକ ୟୁଜର ତେଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତୀ ଉପରେ ବସିଥିବା ଫୋଟୋ ପୋଷ୍ଟ କରିଛନ୍ତି ଯେ ସେ ୧୨ ଅଗଷ୍ଟ ୨୦୨୦ ରେ ବିଶ୍ଵ ହାତୀ ଦିବସରେ ଯୋଗଦାନ ଦେଇଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହା ବିଷୟରେ ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ତେଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଶ୍ଵ ହାତୀ ଦିବସ ଜଡ଼ିତ କୌଣସି ଖବର ମିଳିଲା ନାହିଁ। ଏହି କଥାରୁ ମନ ରେ ସନ୍ଦେହ ଆସିଲା ପରେ ଆମେ ଟୁଇଟର ରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୫ ଜାନୁଆରୀ ୨୦୧୯ ମସିହାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଫିସିଆଲ ଟୁଇଟର ଏକାଉଣ୍ଟରେ ଏହି ଫୋଟୋ ପୋଷ୍ଟ ହେଇ ଥିବା ମିଳିଲା। ଏହି ଟୁଇଟ ରେ ସେ ଲେଖିଛନ୍ତି ଯେ ଏହି ଦୃଶ୍ୟଟି ବରଗଡ଼ ଜିଲ୍ଲାରେ ହେଇଥିବା ଧନୁ ଯାତ୍ରାର ଫୋଟୋ ଅଟେ।
ଏହି ଟୁଇଟ ମାଧ୍ୟମରୁ ଆମକୁ ଧରେମେନ୍ଦ୍ର ପ୍ରଧାନଙ୍କ ଅଫିସିଆଲ ଫେସବୁକ ଏକାଉଣ୍ଟରେ ଏହି ଧାନ ଯାତ୍ରାର ଭିଡିଓ ମିଳିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଫୋଟୋର ବିଶ୍ଵ ହାତୀ ଦିବସ ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଫୋଟୋ ଜାନୁଆରୀ ୨୦୧୯ ମସିହାରେ ବରଗଡ଼ ଜିଲ୍ଲା ରେ ହେଇଥିବା ଧନୁ ଯାତ୍ରାର ଫୋଟୋ ଅଟେ। ଏହି କଥା ଧର୍ମେନ୍ଦ୍ର ପ୍ରଧାନ ନିଜେ ଟୁଇଟ କରି କହିଛନ୍ତି।

Title:କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ ଧର୍ମେନ୍ଦ୍ର ପ୍ରଧାନ ବିଶ୍ଵ ହାତୀ ଦିବସ ଉତ୍ସବରେ ନିଜ ଯୋଗଦାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False