
୯ ଅଗଷ୍ଟରେ ଓଡିଶାର ପ୍ରସିଦ୍ଧ ନ୍ୟୁଜ ଚ୍ୟାନାଲ ଓଟିଭି ନିଜ ପତ୍ରିକାରେ ଅମିତ ଶାହଙ୍କ କୋରୋନା ପରୀକ୍ଷା ନେଗେଟିଭ୍ ଆସିଥିବା ଦାବି କରିଛି। ଏହି ଖବର ଅମିତ ଶାହଙ୍କ ସହକର୍ମୀ ମନୋଜ ତିଵାରୀଙ୍କ ଟୁଇଟ କରିଥିବା ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଗଷ୍ଟ ୨ ତାରିଖରେ ଅମିତ ଶାହ କୋରୋନା ଆକ୍ରାନ୍ତ ହେଇଥିବା କଥା ନିଜେ ଟୁଇଟ କରି ଜଣାଇ ଥିଲେ। ତାଙ୍କ ଚିକିତ୍ସା ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ହେଉଛି।
ଏହି ଖବର ଫେସବୁକରେ ମଧ୍ୟ ଭାଇରାଲ ହେଇଛି ଏବଂ ଏହି ପୋଷ୍ଟକୁ ୩୨୦୦ ଲାଇକ୍ସ ଓ ୨୩୦ କାମେଣ୍ଟ ମିଳି ସାରିଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ବିଷୟନେଇ ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ୧୩ ଅଗଷ୍ଟରେ ପୁନେ ମିର୍ରର ନାମକ ପତ୍ରିକାରେ କୁହା ଯାଇଥିବା ମିଳିଲା ଯେ ଗତ ସପ୍ତାହ ଅମିତ ଶାହଙ୍କ କୋରୋନା ପରୀକ୍ଷା ପୋଜିଟିଭ୍ ଆସିଛି ଏବଂ ଗୁରୁଗ୍ରାମର ଗୋଟିଏ ହସ୍ପିଟାଲରେ ତାଙ୍କ ଚିକିତ୍ସା ହେଉଛି। ଭ୍ରମିତ ପୋଷ୍ଟ ଭାଇରାଲ ହେଉଥିବା ସମୟରେ ତାଙ୍କ ଦଳ ଏହା ସୁଚାନା ଦେଇଛନ୍ତି ଯେ କୋରୋନା ପୋଜିଟିଭ୍ ଚିହ୍ନଟ ହେଲା ପରେ ସେ ଆଉ ନୂଆ ପରୀକ୍ଷା କରି ନାହାନ୍ତି।
ଏହା ପରେ ଟୁଇଟରରେ ଏହି ବିଷୟ ସର୍ଚ କରିଲା ପରେ ୯ ଅଗଷ୍ଟରେ ଏନି ନ୍ୟୁଜ ଦ୍ଵାରା କରା ଯାଇଥିବା ଟୁଇଟ ମିଳିଲା। ଏହି ଟୁଇଟ ରେ କୁହା ଯାଇଅଛି ଯେ ଗୃହ ମନ୍ତରାଳୟ ସ୍ପଷ୍ଟ କରିଛି ଯେ ଅମିତ ଶାହଙ୍କ କୋରୋନା ପରୀକ୍ଷା କରା ଯାଇ ନାହିଁ।
ଶେଷକଥା:
ଆମେ ପୋଷ୍ଟ କରା ଯାଇଥିବା ଦାବି କୁ ମିଥ୍ୟା ବୋଲି ପାଇଲୁ। ଅମିତ ଶାହଙ୍କ କୋରୋନା ରିପୋର୍ଟ ନେଗେଟିଭ୍ ଆସି ନାହିଁ ବୋଲି ଗୃହ ମନ୍ତରାଳୟ ସ୍ପଶ କରିଛି।

Title:କ।ଣ ଅମିତ ଶାହଙ୍କର କୋରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False