
14 ଅଗଷ୍ଟରେ Pinku jena ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଫୋଟୋରେ ଭଗବାନ ଖଟରେ ସୋଇଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଭକ୍ତମାନେ ଭଗବାନଙ୍କୁ କୋରୋନା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଏକି ପାଲା ଚାଲିଛି, ଭକ୍ତେ ଭଗବାନ ଙ୍କୁ Covid hospital ରେ ଭର୍ତ୍ତି କରିଦେଲେଣି, ମଣିଷଙ୍କ ପାଇଁ ଯେଉଁ ଚିକିତ୍ସା. ଭଗବାନଙ୍କ ପାଇଁ ସେହି ଚିକିତ୍ସା ତ। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 8ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟକୁ ଅଧିକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ଭାରତରେ ହିନ୍ଦୁ ପୁରୋହିତଙ୍କ ଦ୍ୱାରା ଭଗବାନଙ୍କର COVID-19 ସଂକ୍ରମିତ ଚିକିତ୍ସିତ କରୁଛନ୍ତି। ପୋଷ୍ଟର ସ୍ତତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋର କିଛି ଲିଙ୍କ ମିଳିଲା। ଭାଇରାଲ ଫୋଟୋ ଆମକୁ instagram. ରେ ମିଳିଲା। ଆମେ ଦେଖିଲୁ ଯେ, ଏହି ଫୋଟୋ 31 ଜୁଲାଇ 2020ରେ ପୋଷ୍ଟ କରାଯାଇଥିଲା। ଏହା ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫୋଟୋ ବର୍ତ୍ତମାନର ନୁହେଁ ବରଂ 2019 ଜୁଲାଇର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- instagram. । Archive
vk.com ପେଜରେ ମଧ୍ୟ ଭାଇରାଲ ଫୋଟୋ ପାଇଲୁ। ଯାହାକି 26 ଜୁଲାଇ 2019ରେ ପୋଷ୍ଟ କରାଯାଇଥିଲେ। ପୋଷ୍ଟରେ ଆମେ ଜାଣିବାକୁ ପାଇଲୁ ଯେ, ଇଶ୍କନ୍ ମନ୍ଦିରରେ ଭଗବାନଙ୍କୁ ଶୟନ ଆଦିବାସ କରାଯାଏ। ଅର୍ଥାତ୍ ଭଗବାନଙ୍କୁ ଖଟରେ ଶୁଆଇଥାନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଏହା ଏକ ଉତ୍ସବର ଫଟୋ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- vk.com । Archive
19 ଜୁଲାଇ 2019ରେ Valmiki das ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯେଉଁଥିରେ ଲେଖା ଯାଇଥିଲା (Darshan of Sri Pancha-Tattva on vacation 2019-07-26 20-20) ଅର୍ଥାତ୍ ଶ୍ରୀ ପଞ୍ଚ-ତତ୍ୱଙ୍କ ଦର୍ଶନ କରନ୍ତୁ। ଭାଇରାଲ ଭିଡିଓ ଏକ ଉତ୍ସବର ଅଟେ। ଏହା ଏକ ବର୍ଷ ପୁରୁଣା ଅଟେ। ଭାଇରାଲ ଫଟୋର କୋରୋନା ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶୟନ ଆଦିବାସ କ’ଣ ?
ଶାୟାନା-ଆଦିବାସ କ’ଣ ତାହା ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏକ ୟୁଟ୍ୟୁବ ଚ୍ୟାନେଲର ଭିଡିଓ ମିଳିଲା। videoରେ ଶୟନ ଆଦିବାସ କଣ ତାହା କୁହାଯାଇଛି। ଇଶ୍କନ ଧର୍ମରେ ଶୟନ ଆଦିବାସ ନାମରେ ଏକ ଉତ୍ସବ ପାଳନ କରାଯାଏ। ଯେଉଁଥିରେ ଶୟନ ମଣ୍ଡପରେ ଦେବତା ମାନଙ୍କୁ ଶୁଆଇ ତାଙ୍କ ପାଇଁ କିର୍ତ୍ତନ କରିଥାନ୍ତି। ଅଧିକ ସୂଚନା ପାଇଁ ତଳେ ଭିଡିଓ ଦେଖନ୍ତୁ।
ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋ 2019 ମସିହାର ଅଟେ। ଇଶ୍କନ ଧର୍ମରେ ଶୟନ ଆଦିବାସ ନାମରେ ପାଳନ କରାଯାଉଥିବା ଉତ୍ସବର ଫୋଟୋ ଅଟେ। ଭାଇରାଲ ଫୋଟୋର କୋରୋନା ସହ କୌଣସି ସମ୍ପର୍କ ନାହିଁ।

Title:ଭକ୍ତମାନେ କ’ଣ ଭଗବାନଙ୍କ କୋରୋନା ଚିକିତ୍ସା କରୁଛନ୍ତି ? ଜାଣନ୍ତୁ ସତ୍ୟ ।
Fact Check By: Saritaddevi SamalResult: False