
17 ଅଗଷ୍ଟରେ Aira Mohanty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ରାସ୍ତାର ଫୋଟୋ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଦାବି କରାଯାଇଛି ଯେ, ଉତ୍ତର ପ୍ରଦେଶ ବନାରସ ସହରର ଏକ ରାସ୍ତାର ନଜାରା । ବନାରଜରେ ବିଜେପି ସରକାରଥାଇ ମଧ୍ୟ ଏପରି ଅବସ୍ଥା ଦେଖି ସୋସିଆଲ ମିଡିଆରେ ଅନେକ ଆଲୋଚନା ଏବଂ ଚର୍ଚ୍ଚା କରାଯାଉଛି।
ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଉତ୍ତର ପ୍ରଦେଶର ବନାରସ ସହରର ର ଏକ ରାସ୍ତାର ନଜାରା, ଦେଖିଲା ବେଳକୁ ମାନଭରି ଯାଉଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର ଏବଂ 51 କମେଣ୍ଟ ସହିତ ଲାଇକ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଭାଇରାଲ ହେଉଥିବା ଏହି ଖରାପ ରାସ୍ତା କଣ ବିଜେପି ଶାସିତ ରାଜ୍ୟ ଉତ୍ତର ପ୍ରଦେଶ ବନାରସର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ପୋଷ୍ଟର କିଛି ଲିଙ୍କ ମିଳିଲା। ସର୍ଚ୍ଚରେ ଆମକୁ Vijay Goelଙ୍କର ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଫୋଟୋ ପାଇଲୁ। ଯାହାକି 9 ଜାନୁଆରି 2020ରେ ପୋଷ୍ଟ କରାଯାଇଥିଲା। ପୋଷ୍ଟ ମୁତାବକ ଭାଇରାଲ ଫୋଟୋ ବନାରସର ନୁହେଁ ବରଂ ଦିଲ୍ଲୀର ଅଟେ। ପୋଷ୍ଟରେ ଲେଖାଯାଇଛି, ଜନତା ନିଜେ କେଜରିୱାଲ ସରକାରର ପାଞ୍ଚ ବର୍ଷରେ ହୋଇଥିବା କାମର ଫୋଟୋ ସେୟାରା କରୁଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତି।
ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଏହାପରେ ଆମକୁ 9 ଜାନୁଆରି 2020ରେ Mnajindar singh sirsa ଭାଇରାଲ ଫୋଟୋ ନିଜ ଟ୍ୱିଟରରେ ପୋଷ୍ଟ କରିଥିବାର ପାଇଲୁ। ସେ ମଧ୍ୟ ସ୍ପଷ୍ଟ କରିଛନ୍ତି ଭାଇରାଲ ଫୋଟୋ ଦିଲ୍ଲୀର ଅଟେ। ପୋଷ୍ଟରେ ଲେଖାଯାଇଛି ଯେ, ଦିଲ୍ଲୀକୁ ଲଣ୍ଡନ ବନାଇବା ପାଇଁ ପ୍ରଣକରିଥିବା କେଜରିୱାଲଙ୍କ ଅଞ୍ଚଳର କିଛି ଫୋଟୋ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଏହା ପରେ ଆମେ ଭାଇରାଲ ଫୋଟୋକୁ ଠିକରେ ଦେଖିଲୁ। ଯେଉଁଥିରେ Aryan Footwear ଲେଖା ହୋଇଥିବା ଏକ ଦୁକାନ ପାଇଲୁ। ପରେ ଆମେ ଏହି ଦୋକାନର ନାମ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Google mapରେ ଦୋକାନର ଲିଙ୍କ ପାଇଲୁ। ଯେଉଁଥିରେ ସ୍ପଷ୍ଟ ହେଲୁଯେ, ଭାଇରାଲ ଫୋଟୋ ଦିଲ୍ଲୀ ସ୍ଥିତ ସଂଗମ ବିହାର ଅଞ୍ଚଳର ଅଟେ। ପରେ ଆମକୁ Aryan Footwearର ମାଲିକ Nitesh gupta ସହ ସମ୍ପର୍କ କରିଲୁ। ଯେଉଁଥିରେ ସେ ଆମକୁ ସ୍ପଷ୍ଟ କରିଲେ ଯେ, ଭାଇରାଲ ଫୋଟୋ ଦିଲ୍ଲୀ ସଂଗମ ବିହାର ଅଞ୍ଚଳର ଅଟେ।
ଏଠାରେ ଲିଙ୍କ ଦେଖନ୍ତୁ- Google map । Aryan Footwear
ଏହ ପରେ ସେ ଆମକୁ ଭାଇରାଲ ଫୋଟୋ ଅଞ୍ଚଳ ଅର୍ଥାତ୍ ସଂଗମ ବିହାର ଅଞ୍ଚଳର ଏକ ଫୋଟୋ ଉଠାଇ ପଠାଇଲେ। ଯେଉଁଥିରେ ସ୍ପଷ୍ଟ ହେଉଛି ଭାଇରାଲ ଫୋଟୋ ବନାରସର ନୁହେଁ ଦିଲ୍ଲୀ ସ୍ଥିତ ସଙ୍ଗମ ବିହାର ଅଞ୍ଚଳର ଅଟେ। ତଳେ ଫୋଟୋ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋ ବିଜେପି ସରକାର ଅଞ୍ଚଳ ବନାରସର ନୁହେଁ। ଭାଇରାଲ ଫୋଟୋ ଦିଲ୍ଲୀ ସ୍ଥିତ ସଙ୍ଗମ ବିହାର ଇଲାକାର ଅଟେ।

Title:ଦିଲ୍ଲୀର ସଙ୍ଗମ ବିହାରର ପୁରୁଣା ଚିତ୍ର ବିଜେପି ସରକାରଙ୍କ ସ୍ଥାନ ବନାରସ ନାମରେ ଭାଇରାଲ ହେଉଛି ।
Fact Check By: Saritadevi SamalResult: False