
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ନେଇ ସୋସିଆଲ ମିଡିଆରେ ରିୟା ଚକ୍ରବୋର୍ତି ଏବଂ ମହେଶ ଭଟ୍ଟଙ୍କ ମଧ୍ୟରେ ଥିବା ସମ୍ବନ୍ଧ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏହି ସମୟରେ ଓଡ଼ିଆ ଅନାବନା ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରା ଯାଇଅଛି ଯେଉଁଥିରେ ରିୟା ଚକ୍ରବୋର୍ତି ତାଙ୍କ ଏବଂ ମହେଶ ଭଟ୍ଟଙ୍କ ସମ୍ବନ୍ଧ ବିଷୟରେ କହୁଥିବା ଶୁଣିବାକୁ ମିଳିଛି। ଏହି ଭିଡିଓରେ ରିୟା କହୁଛନ୍ତି ଯେ ଏବେ ଆମେ ଦୁହେଁ ଏକା ସଙ୍ଗ ହେଇଯାଇଛୁ। ଏହାରେ ମହେଶ ଭତ୍ତଙ୍କା କୌଣସି ଭୁଲ ନହିଁ, ସେ ନିଜେ ମହେଶ ଭଟ୍ଟଙ୍କୁ ଭଗେଇଛନ୍ତି। ସେ ଏହା ମଧ୍ୟ କହୁଛନ୍ତି ଯେ ଦିନେ ତାଙ୍କ ବାପା ତାଙ୍କୁ ଏବଂ ମହେଶ ଭଟ୍ଟଙ୍କୁ ଏକା ସାଙ୍ଗରେ ଦେଖି ଦେଇଥିଲେ। ଏହା ପରେ ସେ ବହୁତ ରାଗି ଯାଇଥିଲେ। ରିୟା ର୍ହା ମଧ୍ୟ କହିଛନ୍ତି ଯେ ସେ ମହେଶ ଭଟ୍ଟଙ୍କୁ ବିବାହ କରିବା ପାଇଁ ଚାହୁଁଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓକୁ ଇନଭିଡ ଗୁଗୁଲ କ୍ରୋମ୍ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମ୍ ରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମେ ଜାଣିବା କୁ ପାଇଲୁ ଯେ ଏହି ଭିଡିଓ 10 ଅକ୍ଟୋବର 2018 ମସିହାରେ ୟୁଟ୍ୟୁବରେ ପୋସ୍ତ କରା ଯାଇଥିଲା। ଏହି ଭିଡିଓ ସେହି ସମୟରେ ରିଲିଜ୍ ହେଇଥିବା ଫିଲ୍ମ ଜଳେବୀର ପପ୍ରୋମୋସନର ଅଟେ। ଏହି ଭିଡିଓରେ ରିୟା ଚକ୍ରବୋର୍ତି ଜଳେବୀ ଫିଲ୍ମ ବିଷୟରେ କହୁ ଥିବା ଶୁଣିବାକୁ ମିଳିଛି। ଭିଡିଓରେ କେଉଁଠାରେ ମଧ୍ୟ ସେ ମହେଶ ଭଟ୍ଟଙ୍କ ସହିତ ସମ୍ବନ୍ଧ ବିଷୟରେ କହି ନାହାନ୍ତି।
ଏହା ପରେ ଆମେ ଏହି ବିଷୟରେ ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ୯ ଅକ୍ଟୋବର ୨୦୧୮ ମସିହାରେ ଟେନ୍ ନ୍ୟୁଜ ରେ ପ୍ରକାଶିତ ହେଇଥିବା ଅନୁଛେଦରେ ମଧ୍ୟ ଜଳେବୀ ଫିଲ୍ମ ପ୍ରୋମୋଶନ କଥା କୁହା ଯାଇଅଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଏହି ଭିଡିଓ କୁ ଏଡିଟ୍ କରା ଯାଇଅଛି। ପ୍ରକୃତର ଭିଡିଓରେ ରିୟା ଜଳେବୀ ଫିଲ୍ମ ପ୍ରୋମୋଶନ ପାଇଁ ସେହି ଫିଲ୍ମ ବିଷୟରେ କହୁଛନ୍ତି। ଭିଡିଓ ଏଡିଟ୍ କରି ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରା ଯାଇଅଛି।

Title:କ’ଣ ଗଣମାଧ୍ୟମର ଏହି ସାକ୍ଷାତରେ ରିୟା ଚକ୍ରବୋର୍ତି ତାଙ୍କ ଏବଂ ମହେଶ ଭଟ୍ଟଙ୍କ ସମ୍ବନ୍ଧ ବିଷୟରେ କହୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False