ଭାଇରାଲ ଫଟୋରେଥିବା ମହିଳା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ନୁହଁନ୍ତି।

False Political

12 ଅଗଷ୍ଟରେ  Samir Kumar ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦାବି କରାଯାଇଛି ଯେ, ଭାଇରାଲ ଫୋଟୋରେଥିବା ମହିଳା ମୋଦୀଙ୍କ ପତ୍ନୀ କଂଗ୍ରେସରେ ଯୋଗ ଦେଲେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ମୋଦୀ ଜୀଙ୍କ ପତ୍ନୀ ଯୋଗ ଦେଲେ କଂଗ୍ରେସରେ ,ଜୟ କଂଗ୍ରେସ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଭାଇରାଲ ଫୋଟୋରେ କଂଗ୍ରେସ ଦଳରେ ଯେଗ ଦେଇଥିବା ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଅଟନ୍ତି। ପୋଷ୍ଟର ସତ୍ୟତା ଜଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫୋଟୋର କିଛି ଲିଙ୍କ ମିଳିଲା। 3 ସେପ୍ଟେମ୍ବରରେ news panda ନାମକ ନ୍ୟୁଜ ପେଜରେ ଭାଇରାଲ ଫୋଟୋ ପାଇଲୁ। ଯେଉଁଥିରେ ଲେଖା ଯାଇଛି ଯେ, କଂଗ୍ରେସର କାର୍ଯ୍ୟରତ ସଭାପତି ହାର୍ଦ୍ଦିକ ପଟେଲଙ୍କ ଉପସ୍ଥିତିରେ ବିଜେପି କର୍ପୋରେଟର ଦକ୍ସାବେନ ଭସାନିଆ କଂଗ୍ରେସର ଦଳରେ ଯୋଗ ଦେଇଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- news pandaArchive

3 ସେପ୍ଟେମ୍ବରରେ aajtak ପେଜରେ ଏହର ଏକ ଖବର ପ୍ରକାଶିତ ହୋଇଛି। ଖବର ଅନୁସାରେ ଗୁଜୁରାଟରେ ଶାସକ ଭାରତୀୟ ଜନତା ପାର୍ଟିରେ  କରୋନା ସଙ୍କଟ ମଧ୍ୟରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଗଡ଼ରେ ବିଜେପିର କାଉନସିଲରଙ୍କ ସମେତ ବହୁ କର୍ମୀ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହା ବିଜେପି ପାଇଁ ଏକ ବଡ଼ ଧକ୍କା।  ବିଜୟ ରୂପାନୀଙ୍କ ଦଳରେ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ବିଜେପିରେ ଏକ ଦନ୍ତ ସୃଷ୍ଟି କରିଥିଲେ ଏବଂ ସ୍ଥାନୀୟ ସଂସ୍ଥା ନିର୍ବାଚନ ପୂର୍ବରୁ କଂଗ୍ରେସରେ ବିଜେପି କାଉନସିଲରଙ୍କ ସମେତ ଅନେକ କର୍ମୀଙ୍କୁ ସାମିଲ କରିଥିଲେ। indianexpressରେ ବିଜେପି କର୍ପୋରେଟର ଦକ୍ସାବେନ ଭସାନିଆ କହିଛନ୍ତି ବିଜେପି ଦଳରେ ମତେ ଅବହଳିତ କରାଯାଉଥିଲା। ଯେଉଁଥି ପାଇଁ ମୁଁ ବିଜେପି ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଲି। ଅଥିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- indianexpressArchive

ଏହା ପରେ ଆମକୁ Zee24 Kalak ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଫଟୋରେଥିବା ମହିଳାଙ୍କ ସମ୍ପର୍କେ ଜାଣିବାକୁ ପାଇଲୁ। ଖବର ଅନୁସାରେ ସେ କହିଛନ୍ତି ଯେ, ରାଜକୋଟ ସହରର ୱାର୍ଡ ନମ୍ବର 5 ର ବିଜେପିର କର୍ପୋରେଟର ଦକ୍ସାବେନ ଭସାନିଆ ଅଟନ୍ତି।  ସେ ବିଜେପି ଦଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେଉଁଥିପାଇଁ ସେ ଇସ୍ଥଫା ଦେବା ପାଇଁ ଯାଇଥିଲେ। ଭିଡିଓରେ ସେ କହୁଛନ୍ତି ଯେ ସହରର ଅଧକ୍ଷଙ୍କୁ ଇସ୍ଥଫା ଦେବା ପାଇଁ ଯାଇଥିଲେ କିନ୍ତୁ ସେ ନଥିବାରୁ ସେ ଫେରିଆସିଥିଲେ। ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ସହ ଅନ୍ୟ କିଛି କର୍ପୋରେଟର ମଧ୍ୟ ଇସ୍ତଫା ଦେବେ।  ଆମେ ଜାଣିବାକୁ ପାଇଲୁ ଯେ,ମୋଦୀଙ୍କ ପତ୍ନୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । zee5ରେ ମଧ୍ୟ ଭାଇରାଲ ଫଟୋର ଖବର ଦେଖନ୍ତୁ। 

12 ଜୁନ 2019ରେ Times of india ପେଜରେ ଏକ ଖବର ପ୍ରକାଶିତ ହୋଇଥିଲା। ଖବର ଅନୁସାରେ ଭାଇରାଲ ଫଟୋରେଥିବା ବିଜେପି କର୍ପୋରେଟର ଦକ୍ସାବେନ ଭସାନିଆଙ୍କ ସ୍ୱାମି ଏକ ସଭାରେ ଜଣେ ଇଞ୍ଜିନିୟରକୁ ଚାପଡ ମାରିଥିବାର ଖବର ପ୍ରକାଶିତ ହୋଇଥିଲା। ଦକ୍ସାବେନ ଭସାନିଆଙ୍କ ସ୍ୱାମିଙ୍କ ନାମ ଅରବିନ୍ଦ ଭସାନିଆ  ଅଟେ। ଏଥିରୁ ସ୍ପଷ୍ଟ ହେଇଛି ଭାଇରାଲ ଫଟୋରେଥିବା ମହିଳାଙ୍କ ସ୍ୱାମୀ ଅଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Times of indiaArchive

ଏହା ପରେ ଆମେ Googleରେ ସର୍ଚ୍ଚ କରିବାରୁ ପାଇଲୁ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀଙ୍କନାମ ଯସୋଦାବେନ ମୋଦି ଅଟେ। କିନ୍ତୁ ଭାଇରାଲ  ହେଉଥିବା ଫୋଟୋରେଥିବା ମହିଳାଙ୍କ ନାମ ଦକ୍ସାବେନ ଭସାନିଆ ଅଟନ୍ତି, ଯେକି ରାଜକୋଟ ସହରର ୱାର୍ଡ ନମ୍ବର 5 ର ବିଜେପିର କର୍ପୋରେଟରଥିଲେ। କିନ୍ତୁ 3 ସେପ୍ଟେମ୍ବରରେ ସେ ବିଜେପି ଦଳ ଛାଡ଼ି କଂଗ୍ରେସ ଦଳରେ ସାମିଲ ହୋଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ Google ଲିଙ୍କ ଦେଖନ୍ତୁ। 

ଏହା ପରେ ଆମେ ଭାଇରାଲ ହେଉଥିବା ଫଟୋ ବଷୟରେ ଜାଣିବା ପାଇଁ ଆମେ ଦକ୍ସାବେନ ସହ ସମ୍ପର୍କ କରିଲୁ। କିନ୍ତୁ ତାଙ୍କ ସ୍ୱାମୀ ସହ ସମ୍ପର୍କ ହୋଇପାରିଲେ। ସେ ସ୍ପଷ୍ଟ କରିଛନ୍ତି ଭାଇରାଲ ଫୋଟୋ ମୋ ପତ୍ନୀର ଅଟେ। ଭାଇରାଲ ଖବର ମିଥ୍ୟା ଅଟେ।  

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରଲ ହେଉଥିବା ଫଟୋରେଥିବା ମହିଳା ନରେନ୍ଦ୍ର ମୋଦିଙ୍କ ପତ୍ନୀ ନୁହଁନ୍ତି। ଭାଇରାଲ ଫଟୋରେଥିବା ମହିଳା  ରାଜକୋଟ ସହରର ୱାର୍ଡ ନମ୍ବର 5 ର ବିଜେପିର କର୍ପୋରେଟର ଦକ୍ସାବେନ ଭସାନିଆ ଅଟନ୍ତି । 

Avatar

Title:ଭାଇରାଲ ଫଟୋରେଥିବା ମହିଳା ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ନୁହଁନ୍ତି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *