
ରିଆ ଚକ୍ରବର୍ତ୍ତି ଡ୍ରକ୍ସ ମାମଲାରେ ଗିରଫ ହେଲା ପରେ ତାଙ୍କ ପିତାଙ୍କ ନାମରେ ଏକ ଟ୍ୱିଟ ଭାଇରାଲ ହେଉଛି। ଯେଉଁଥିରେ ସେ କହୁଛନ୍ତି, କୌଣସି ପିତା ତା ଝିଅର ଗିରଫ ସହି ପାରିବନି। ମତେ ମରିଜିବା ଦରକାର। 9 ସେପ୍ଟେମ୍ବରରେ Odisha Exclusive ପେଜରେ ଏହାର ଏକ ଖବର ପ୍ରକାଶିତ କରାଯାଇଛି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ସମସ୍ତେ ମୋ ଝିଅକୁ ଫାଶୀର ଝୁଲାଇବାକୁ ଚାହାନ୍ତି, ମୋର ମରିଯିବା ଉଚିତ- ରିୟାଙ୍କ ବାପା।
ଆମ ଅନୁସନ୍ଧାନ ପୂର୍ବରୁ ଭାଇରାଲ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଲେଖନ୍ତୁ- Facebook । Archive
ତେବେ ରିଆ ଚକ୍ରବର୍ତ୍ତି ପିତାଙ୍କ ଟ୍ୱିଟ ପଛର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ପୋଷ୍ଟ ସମ୍ପର୍କରେ ଗୁଗୁଲରେ ପକାଇ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାର କିଛି ଲିଙ୍କ ମିଳିଲା। ଆମକୁ ଭାଇରାଲ ହେଉଥିବା ଟ୍ୱିଟର ଲିଙ୍କ ମିଳିଲା। Twitterରେ ଆମେ ଦେଖିଲୁ ରିଆ ଚକ୍ରବର୍ତ୍ତି ବାପା ଟ୍ୱିଟ କରିଛନ୍ତି। ଟ୍ୱିଟର ଆକାଉଣ୍ଟରେ 8 ହଜାର ଉପରେ ଫୋଲୋୟର ଅଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
8 ସେପ୍ଟେମ୍ବରରେ ଏହା ଟୁଇଟ୍ କରାଯାଇଥିଲା। ଯେଉଁ ଆଧାରରେ ଦାବି କରାଯାଇଥିଲା ଯେ ରିୟାଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ତାଙ୍କ ପିତା କହିଥିଲେ – ମୁଁ ମରିବା ଉଚିତ୍। ଏହା ପରେ ଆମକୁ ସେହି ପଜରେ ଅନ୍ୟ ଏକ Tweet ପାଇଲୁ। ତା’ପରେ ଆମେ ଏହି ଆକାଉଣ୍ଟର ପୁରୁଣା ଟ୍ୱିଟ୍ ଗୁଡିକୁ ଯାଞ୍ଚ କଲୁ, ତା’ପରେ ଆମେ 8 ଜୁନ୍ ର ଏକ ଟ୍ୱିଟ୍ ପାଇଲୁ, ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ପ୍ରୋଫାଇଲର ସ୍କ୍ରିନସଟ୍ ପୋଷ୍ଟ କରି ଏକ କମେଡି କରି ପୋଷ୍ଟ କରାଯାଇଛି। ଏହି ସ୍କ୍ରିନସଟରେ @wewantrahul ରେ ହ୍ୟାଣ୍ଡେଲର ନାମ ଦୃଶ୍ୟମାନ ହୁଏ।
ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଏହା ପରେ ସେହି ଟ୍ୱିଟରେ ଦେଖିବାକୁ ପାଇଲୁ ଯେ, ସେ ଅନ୍ୟ ଜଣେ ଟ୍ୱିଟର ଆକାଉଣ୍ଟ ସହ ବଡ଼ ଅଜବ ଢଙ୍ଗରେ କଥା ହେଉଛନ୍ତି। ଯେଉଁଥିରେ ସେ କହୁଛନ୍ତି 10K ବେସି ଦୁର ନାହିଁ । ଅଧିକ ସୂଚନା ପାଇଁ ତଳେ ଟ୍ୱିଟ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ରିଆ ଚକ୍ରବର୍ତ୍ତି ପିତା ନାମରେ ଭାଇରାଲ ହେଉଥିବ ଟ୍ୱିଟ ଫେକ ଅଟେ। ଏକ ଫେକ ଆକାଉଣ୍ଟରୁ ଭାଇରାଲ ଟ୍ୱିଟ କରାଯାଇଛି।

Title:ଜାଣନ୍ତୁ ରିୟା ଚକ୍ରବର୍ତ୍ତି ବାପାଙ୍କ ଟ୍ୱିଟର ପଛର ସତ୍ୟତା ।
Fact Check By: Saritadevi SamalResult: False