କ’ଣ ଫୋଟୋରେ ଥିବା ଦୃଶ୍ୟ ବିହାର ରାଜ୍ୟର ତାଲାବନ୍ଦ ସମୟର ଦୃଶ୍ୟ ଅଟେ?

False Social

ବିହାର ନିର୍ବାଚନ ନିକଟ ଆସିଥିବାରୁ ବର୍ତମାନ ସୋସିଆଲ ମିଡିଆରେ ବିଭିନ୍ନ ରାଜନୈତିକ ପାର୍ଟି ବିରୁଦ୍ଧରେ ପୋଷ୍ଟ ଭାଇରାଲ ହେବା ଦେଖିବା କୁ ମିଳିଛି। ଏମିତି ସମୟରେ ଜଣେ ଫେସବୁକ ୟୁଜର ତାଲାବନ୍ଦ ସମୟରେ ଭାଇରାଲ ହେଇଥିବା ଗୋଟିଏ ପୋଷ୍ଟ କରି ଦାବି କରିଛନ୍ତି କି ଏହି ଫୋଟୋ ବିହାର ରାଜ୍ୟର ଅଟେ। ଏହି ଫୋଟୋରେ ଆମେ ଦେଖିବାକୁ ପାଇଲୁ ଯେ ଗୋଟିଏ ଟ୍ରକ୍ ଉପରେ କିଛି ଲୋକ ବସିଥିବା ସମୟରେ ଜଣେ ବ୍ୟକ୍ତି ଗୋଟିଏ ହାତରେ ଟ୍ରକ୍ ଧରି ଥିବା ସମୟରେ ଅନ୍ୟ ହାତରେ ଜଣେ ଶିଶୁକୁ ଧରି ଟ୍ରକ୍ ରେ ଚଢିବାର ଚେଷ୍ଟା କରୁଛନ୍ତି। ଏହି ଏଫପିଟିପି ପୋଷ୍ଟ କରି ବିହାର ଲୋକଙ୍କୁ ବିଜେପି ବିରୁଦ୍ଧରେ ଭୋଟ୍ ଦେବାକୁ ଅନୁରୋଧ କରା ଯାଇଅଛି। 

fb.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଯ ସର୍ଚ କରିଲା ପରେ ଆମକୁ ୧୨ ମେ ରେ ଏହି ଫୋଟୋ ବିଷୟରେ ଏନ.ଡି.ଟି.ଭି ପତ୍ରୀକାରେ ତଥ୍ୟ ପ୍ରକାଶିତ ହେଇଥିବା ମିଳିଲା। ଏହି ପତ୍ରିକାରେ କୁହା ଯାଇଅଛି ଯେ ଫୋଟୋର ଦୁଖଦ ଘଟଣାରେ ପ୍ରବାସୀ ଶ୍ରମିକ ଏବଂ ତାଙ୍କ ପରିବାର ରୋଜଗାର ହରାଇଲା ପରେ ଘରକୁ ଫେରିବାକୁ ଚେଷ୍ଟା କରୁଥିବା ଦୃଶ୍ୟ ଛତତିଶଗଡ଼ ରାଜ୍ୟର ଅଟେ। ଏହି ଦୃଶ୍ୟ ପ୍ରଥମେ ଗୋଟିଏ ଭିଡିଓରେ ଦେଖିବାକୁ ମିଳିଥିଲା ଯେଉଁଥିରେ ଲୋକଟି ଶିଶୁକୁ ଟ୍ରକ୍ ରେ ବସିଥିବା ଜଣେ ଶ୍ରମିକଙ୍କୁ ଧରାଇ ଦେଲେ। ତେଲେଙ୍ଗାନା ରାଜ୍ୟରେ କାମ କରୁଥିବା କିଛି ଶ୍ରମିକ ମାନେ ଏନଡିଟିଭି କୁ ନିଜ ଅସହାୟତା ପ୍ରକାଶ କରି କହିଥିଲେ ଯେ ସେମାନେ କେମିତି ହେଲେ ମଧ୍ୟ ଝାଡ଼ଖଣ୍ଡ ଫେରିବାକୁ ଚହୁଁଛନ୍ତି। ଅନ୍ୟ କେଉଁ ସୁବିଧା ଉପଲବ୍ଧନଥିବାରୁ ଟ୍ରକ୍ ମାଧ୍ୟମରେ ଯିବାକୁ ବାଧ୍ୟ ହେଇଛନ୍ତି। 

ndtv.jpg

NDTV | Archive

ଏହା ପରେ ଆମେ ପୋଷ୍ଟ କରା ଯାଇଥିବା ଫୋଟର ଯାଞ୍ଚ କରିଲୁ। ଫୋଟୋରେ ଥିବା ଶିଶୁ ପାଦ ତଳେ ଆମକୁ ଟ୍ରକ୍ ର ରେଜିଷ୍ଟ୍ରେସନ୍ନ ନମ୍ବର ଦେଖିବାକୁ ମିଳିଲା ଏହି ନମ୍ବର ର ପ୍ରାରମ୍ଭରେ ସିଜି (CG) ଲେଖାହେଇଛି। ଏହା ଦ୍ଵାରା ଆମେ ପ୍ରମାଣ ପାଇଲୁ ଯେ ଏହା ଛତତିଶଗଡ଼ର ଟ୍ରକ୍ ଅଟେ। ବିହାରର ଗାଡ଼ି ଗେଜିଷ୍ଟ୍ରେଶନ ନମ୍ବର ବିଏଚ (BH) ରୁ ପ୍ରାରମ୍ଭ ହୁଏ। 

number.jpg

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଫୋଟୋ ଛତତିଶଗଡ଼ ରାଜ୍ୟର ଅଟେ। ଆସନ୍ତା ଦିନରେ ବିହାରରେ ନିର୍ବାଚନ ହେବାକୁ ଯାଉଥିବା ସମୟରେ ଏହି ଫୋଟୋକୁ ବିହାର ର କହି ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରା ଯାଇଅଛି। 

Avatar

Title:କ’ଣ ଫୋଟୋରେ ଥିବା ଦୃଶ୍ୟ ବିହାର ରାଜ୍ୟର ତାଲାବନ୍ଦ ସମୟର ଦୃଶ୍ୟ ଅଟେ?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *