
ଦେଶରେ କୃଷକମାନଙ୍କ ଦାବି ନେଇ ବ୍ରୋଧ ପ୍ରଦର୍ଶନ ଚାଲିଛି। ଏହାର କିଛି ଝଲକ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ପ୍ରଦର୍ଶନର କିଛି ଭିଭିଓ ଏବଂ ଫଟୋ ଭାଇରାଲ ହେବାରେ ଲିଗିଛି। 22 ସେପ୍ଟେମ୍ବରରେ Srikanta Mohanty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ କୃଷକ ପ୍ରଦର୍ଶନର ଏକ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫଟୋରେ ସଂଖ୍ୟାଧିକ କୃଷକ ପ୍ରଦର୍ଶନ କରୁଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, 21 ସେପ୍ଟେମ୍ବରରେ କର୍ଣାଟକର ବାଙ୍ଗାଲୋରରେ କୃଷକ ଆନ୍ଦୋଳରନ ଏହି ଦୃଶ୍ୟ।
ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଗତକାଲି କର୍ଣାଟକର ବାଙ୍ଗାଲୋରରେ କୃଷକ ଆନ୍ଦୋଳରନ ଏହି ଦୃଶ୍ୟ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 302ଥର ସେୟାର କରାଯାଇଛି। ଏହା ଛଡ଼ା ପୋଷ୍ଟକୁ 328ଥର ଲାଇକ ଏବଂ 70ରୁ ଅଧିକ କମେଣ୍ଟ ମିଳିଛି। ତେଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ କୃଷକମାନେ ପ୍ରଦର୍ଶନ କରୁଥିବା ଭାଇରାଲ ଫଟୋ ବର୍ତ୍ତମାନର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଏହାକୁ ନେଇ କିଛି ଲିଙ୍କ ମିଧ୍ୟ ମିଳିଲା। Jat Hostel Pali ନାମକ ଜଣେ ଫେସବୁକ ଆକାଉଣ୍ଟରେ ଭାଇରାଲ ଫଟୋ ପାଇଲୁ। ପେଜରେ ଭାଇରାଲ ଫଟୋ 2017ରେ ପୋଷ୍ଟ କରାଯାଇଛି। ଅର୍ଥାତ୍ କୃଷକ ପ୍ରଦର୍ଶନ କରୁଥିବା ଦାବିରେ ଭାଇରାଲ କରାଯାଉଥିବା ଫଟୋ ବର୍ତ୍ତମାନର ନୁହେଁ। ପୋଷ୍ଟରେ ଲେଖାଯାଇଛି ଯେ, ଭାଇରାଲ ଫଟୋ ରାଜସ୍ଥାନର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଏହାପରେ ଆମେ ଫଟୋ ସମ୍ପର୍କରେ ଅଧିକ ସୂଚନା ପାଇଁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ newsclick ପେଜର ଲିଙ୍କ ମିଳିଲା। ଯେଉଁଥିରେ ଭାଇରାଲ ଫଟୋଥିବାର ପାଇଲୁ। ଖବର ଅନୁସାରେ ଭାଇରାଲ ଫଟୋ 2017 ମସିହାର ଅଟେ। ରାଜସ୍ଥାନ ରାଜ୍ୟର ସୀକର ଇଲାକାର ଦୃଶ୍ୟ ଅଟେ। 1 ସେପ୍ଟେମ୍ବର 2017 ତାରିଖରୁ ଅଖିଲ ଭାରତୀୟ କିସାନ ସଭା ସମଗ୍ର ରାଜସ୍ଥାନକୁ ଡାକିବା ପରେ ଏକ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହାପରେ କୃଷକମାନେ ରାଜ ରାସ୍ତାକୁ ବିରୋଧ ପ୍ରଦର୍ଶନ ପାଇଁ ଓହ୍ଲାଇ ଆସିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେକନ୍ତୁ- newsclick । Archive । CPIM SIKAR
ଏହା ପରେ ଖବରର ଅଧିକ ଅନୁସନ୍ଧାନ କରିବାରୁ ଆମକୁ Rajasthan Patrika ପେଜରେ ଭାଇରାଲ ଫଟୋର ଭିଡିଓ ମିଳିଲା। ଭାଇରାଲ ଫଟୋରେଥିବା ଗାଡ଼ି ଏବଂ ଅନ୍ୟ ଲୋକମାନେ ମଧ୍ୟ ସମାନ ଅଟନ୍ତି। ଏକା ପ୍ରକାର ଭିଡ ମଧ୍ୟ ଦେଖିବାରୁ ମିଳୁଛି। ଖବର ଅୁସାରେ 2017ରେ ରାଜସ୍ଥାନର ସୀକର ଅଞ୍ଚଳରେ କୃଷକମାନେ ଏହି ପ୍ରଦର୍ଶନ କରିଥିଲେ। ଭାଇରାଲ ଫଟୋ ବର୍ତ୍ତମାନର ନୁହେଁ। ଭାଇରାଲ ଫଟୋ 21 ସେପ୍ଟେମ୍ବରରେ କର୍ଣାଟକର ବାଙ୍ଗାଲୋରରେ କୃଷକ ଆନ୍ଦୋଳରନ ଏହି ଦୃଶ୍ୟର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫଟୋ 21 ସେପ୍ଟେମ୍ବରରେ କର୍ଣାଟକର ବାଙ୍ଗାଲୋରରେ କୃଷକ ଆନ୍ଦୋଳରନ ଏହି ଦୃଶ୍ୟର ନୁହେଁ। 2017ରେ ରାଜସ୍ଥାନର ସୀକର ଅଞ୍ଚଳରେ କୃଷକମାନେ ବିରୋଧ ପ୍ରଦର୍ଶନକୁ ବର୍ତ୍ତମାନର କହି ଭାଇରାଲ କରାଯାଉଛି।

Title:21 ସେପ୍ଟେମ୍ବରେ ବାଙ୍ଗାଲୋରରେ କୃଷକ ଆନ୍ଦୋଳରନ ଦାବିରେ ଭାଇରାଲ ହେଉଥିବା ଫଟୋ 3 ବର୍ଷ ପୁରୁଣା ଅଟେ।
Fact Check By: Saritadevi SamalResult: False