
ଯୋଗୀ ଆଦିତ୍ୟନାଥ 2 ଅକ୍ଟୋବରରେ ହାଥରସ୍ ଦୁଷ୍କର୍ମକୁ ନେଇ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଟୁଇଟ୍ କରି ଏହାକୁ ନେଇ ତାଙ୍କ ମତ ଦେଇଥିଲେ। ଏହା ପରେ ସୋସିଆଲ ଫୋରମରେ ତାଙ୍କ ନାମରେ ଏକ ବିବାଦୀୟ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଆଜ ତକ ନ୍ୟୁଜ ଚ୍ୟାନେଲର ଏକ ସ୍କ୍ରିନସୋଟ ପୋଷ୍ଟର ସେୟାର କରାଯାଉଛି। ପୋଷ୍ଟରେ ଆଜତକ ଚ୍ୟାନେଲର ଚିହ୍ନ ରହିଛି ଏବଂ ତଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚିତ୍ର ଦେଖିପାରିବେ। ତାଙ୍କ ଛବିର ବାମ ପାର୍ଶ୍ୱରେ ଲେଖା ଅଛି, ଠାକୁରଙ୍କ ରକ୍ତ ଗରମ ଅଛି, ଠାକୁରମାନଙ୍କ ଠାରୁ ଭୁଲ ହୋଇଥାଏ- ଯୋଗୀ।
ଆମ ଅନୁସନ୍ଧାନରେ ଭାଇରାଲ ଖବର ଭୁଲ ପାଇଲୁ।
5 ଅକ୍ଟୋବରରେ Debes Das ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ସ୍କ୍ରିନସଟ ପୋଷ୍ଟ କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଯୋଗୀ ଆଦିତ୍ୟନାଥ କହିଛି, ଠାକୁର କା ଖୁନ୍ ଗରମ ହେ, ଠାକୁର ସେ ଗଲତିୟା ହୋ ଜାତିହେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଠାକୁର କା ଖୁନ୍ ଗରମ ହେ,ଠାକୁର ସେ ଗଲତିୟା ହୋ ଜାତିହେ ::-ଜୋଗୀ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅଧିକଥର ସେୟାର କରାଯାଇଛି।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ ଠାକୁର କା ଖୁନ୍ ଗରମ ହେ,ଠାକୁର ସେ ଗଲତିୟା ହୋ ଜାତିହେ ଭଳି ମତ ଯୋଗୀ ଆଦିତ୍ୟନାଥ ଦେଇଛନ୍ତି କି? ଆମେ ଭାଇରାଲ ପୋଷ୍ଟ କେତେ ସତ୍ୟ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବରକୁ ନେଇ ଗୁଗୁଲରେ କୀଶବ୍ଦରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମେ ଏପରି କୌଣସି ଖବର ପାଇଲୁ ନାହିଁ। ଏହା ପରେ ଆମ ଯୋଗୀ ଆଦିତ୍ୟନାଥଙ୍କ ଟ୍ୱିଟର ଆକାଉଣ୍ଟ ଦେଖିଲୁ। ଯେଉଁଥିରେ ସେ ହାଥରସ ଦୁଷ୍କର୍ମ ଘଟଣାକୁ ନେଇ ତାଙ୍କ ମତ ପ୍ରକାଶ କରିଛନ୍ତି। ଆମେ ଯୋଗୀ ଆଦିତ୍ୟନାଥଙ୍କ ଏକ tweet ପାଇଲୁ। ଯାହାକି 2 ଅକ୍ଟୋବରରେ ପୋଷ୍ଟ କରାଯାଇଛି। ସେଥିରେ ଲେଖାଯାଇଛି ଯେ, “ଉତ୍ତରପ୍ରଦେଶରେ ମା ଏବଂ ଭଉଣୀଙ୍କ ସମ୍ମାନ ଓ ଆତ୍ମ ସମ୍ମାନକୁ ନଷ୍ଟ କରିବା ପାଇଁ କଳ୍ପନା କରୁଥିବା ବ୍ୟକ୍ତିର ମଧ୍ୟ ନାଶ ନିଶ୍ଚିତ ଅଟେ। ସେମାନେ ଏପରି ଦଣ୍ଡ ପାଇବେ ଯାହା ଭବିଷ୍ୟତରେ ଏକ ଉଦାହରଣ ସୃଷ୍ଟି କରିବ। ତୁମର ୟୁପି ସରକାର ପ୍ରତ୍ୟେକ ମା ଭଉଣିଙ୍କ ସୁରକ୍ଷା ଏବଂ ବିକାଶ ପାଇଁ ସଂକଳ୍ପ ନେଇଛି। ଏହା ଆମର ସଂକଳ୍ପ – ପ୍ରତିଜ୍ଞା। ” ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ପରେ ଆମକୁ ଆଜ ତକ ଚ୍ୟାନେର ସମ୍ବାଦ ନିର୍ଦ୍ଦେଶକ Rahul Kanwalଙ୍କ ଦ୍ୱାରା ଟ୍ୱିଟ୍ କରାଯାଇଥିବା ଏକ ପୋଷ୍ଟ ପାଇଲୁ। ଯାହାକି ଭାଇରାଲ୍ ହେଉଥିବା ଆଜତର ନ୍ୟୁଜ୍ ସ୍କ୍ରିନସଟ ବିଷୟରେଥିଲା। ସେ ତାଙ୍କ ଟ୍ୱିଟରେ ସ୍ପଷ୍ଟ କରିଛନ୍ତି ଯେ, ଭାଇରାଲ୍ ହେଉଥିବା ସ୍କ୍ରିନସଟ ମିଥ୍ୟା ଅଟେ ଏବଂ ଏହା ଭୁଲ ମଧ୍ୟ ଅଟେ। ଯୋଗୀ ଆଦିତ୍ୟନାଥ ଏପରି କୌଣସି ମତ ଦେଇ ନାହାନ୍ତି କି ଆଜତ ଚ୍ୟାନେଲ ଏପରି କୌଣସି କ୍ଲିପ ପ୍ରକାଶତ କରି ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
— Rahul Kanwal (@rahulkanwal) October 4, 2020
ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଶେଷକଥା–
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ହେଉଥିବା ଦାବିକୁ ମିଥ୍ୟା ଅଟେ। ଆଜତକ ଚ୍ୟାନେଲର ସମ୍ବାଦ ନିର୍ଦ୍ଦେଶକ ରାହୁଲ କାନୱାଲ ନିଜେ ସ୍ପଷ୍ଟ କରିଛନ୍ତି ଯେ, ଭାଇରାଲ ପୋଷ୍ଟର ଏଡ଼ିଟ୍ ଅଟେ। ଯୋଗୀ ଆଦିତ୍ୟନାଥ ଏପରି କୌଣସି ମତ ଦେଇ ନାହାନ୍ତି କି ଆଜତ ଚ୍ୟାନେଲ ଏପରି କୌଣସି କ୍ଲିପ ପ୍ରକାଶତ କରି ନାହିଁ।

Title:ଯୋଗୀ ଆଦିତ୍ୟନାଥଙ୍କ ନାମରେ ଏକ ନକଲି ନ୍ୟୁଜ୍ ସ୍କ୍ରିନପେଜ ଭାଇରାଲ ହୋଉଛି।
Fact Check By: Saritadevi SamalResult: False