
ବିଗତ କିଛି ବର୍ଷ ଧରି ସୋସିଆଲ ମିଡିଆରେ ମାହାତ୍ମା ଗାନ୍ଧୀଙ୍କର ଗୋଟିଏ ଫୋଟୋ ବହୁତ ଭାଇରାଲ ହେଉଛି। ଏହି ଫୋଟୋରେ ଦେଖିବାକୁ ମିଳିଛି ଯେ ମାହାତ୍ମା ଗାନ୍ଧୀ ଜଣେ ଯୁବତୀଙ୍କ ସହିତ ଅଛନ୍ତି। ଫେକ୍ଟ କୃସେଣ୍ଡୋ ଏହି ଫୋଟୋ ବିଷୟରେ ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି କରା ଯାଇଅଛି?
୭ ଅକ୍ଟୋବର ୨୦୨୦ ରେ ଜଣେ ଫେସବୁକ ୟୁଜର ବାବୁଷାନ ଫ୍ୟାନ କ୍ଲବ ନାମକ ଫେସବୁକ ପେଜରେ ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି। ଏହି ଫୋଟୋରେ ମାହାତ୍ମା ଗାନ୍ଧୀ ଜଣେ ଯୁବତୀଙ୍କ ସହିତ ଅଛନ୍ତି। ପୋଷ୍ଟରେ କୁହା ଯାଇ ଅଛି, “ ଜାତିର ପିତା ଆମରି। ଚମ୍ଚୋ ତୁମହାରା ରାଷ୍ଟ୍ରପିତା।“

ଆମ ଅନୁସସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ୧୭ ଅଗଷ୍ଟ ୨୦୧୭ ମସିହାରେ ଦି ଟାଇମ୍ସ ପତ୍ରିକାରେ ଗୋଟିଏ ଫୋଟୋ ପ୍ରକାଶିତ ହେଇଥୋବା ମିଳିଲା। ଏହି ଫୋଟୋରେ ମାହାତ୍ମା ଗାନ୍ଧୀ ଆଉ ଜବାହାରଲାଲ ନେହରୂ ଆଖ ପାଖରେ ବସିଛନ୍ତି। ଏହି ଫୋଟୋ ତଳେ ଲେଖା ଯାଇଅଛି ଯେ ଗାନ୍ଧୀଜୀ ଏବଂ ନେହରୂ ୧୯୪୬ ମସିହାରେ ଅଲ୍ ଇଣ୍ଡିଆ କଙ୍ଗ୍ରେସ ସାକ୍ଷାତରେ ଯୋଗଦାନ ଦେଇଥିଲେ।

ଏହା ପରେ ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ତୁଳନା ଦି ଟାଇମ୍ସ ପତ୍ରିକାରେ ପ୍ରକାଶିତ ହେଇ ଥିବା ଫୋଟୋ ସହିତ କରିଲୁ। ତୁଳନା କରିଲା ପରେ ଆମେ ଦେଖିବା କୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଫୋଟୋ ଏବଂ ପତ୍ରିକାରେ ପ୍ରକାଶିତ ହେଇ ଥିବା ଫୋଟୋରେ ମାହାତ୍ମା ଗାନ୍ଧୀ ସମାନ ବହି ଧରିଛନ୍ତି। ଏହା ଛଡ଼ା ପୋଷ୍ଟ କରା ଯାଇଥିବା ଫୋଟୋରେ ନେହରୂଙ୍କର ପୋଷାକର କିଛି ଅଂଶ ଦେଖିବାକୁ ମିଳିଛି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଫୋଟୋ କମ୍ପୁଟର ଗ୍ରାଫିକ୍ଷ ସାହାଜ୍ଯତାରେ ଏଡିଟ୍ କରା ଯାଇଅଛି। ପ୍ରକୃତର ଫୋରଟୋରେ ଗାନ୍ଧୀଜୀ ୧୯୪୬ ମଶିହାରେ କଂଗ୍ରେସ ଦଳ ସାକ୍ଷାତରେ ନେହରୂଙ୍କ ସହିତ ବସିଛନ୍ତି।

Title:କ’ଣ ପୋଷ୍ଟ କରା ଯାଇଥିବା ଫୋଟୋରେ ମାହାତ୍ମା ଗାନ୍ଧୀ ନିଜ ଗାର୍ଲଫ୍ରେଣ୍ଡ ସହିତ ଅଛନ୍ତି? ଯାନତୁ ସତ୍ୟ।
Fact Check By: Siddharth SahuResult: False