କ’ଣ ଉଦ୍ଧବ ଠାକ୍ରେ ଅର୍ଣବ ଗୋସ୍ଵାମୀଙ୍କର ରିପବ୍ଲିକ ଭାରତ ଟିଭି ଚ୍ୟାନାଲ ଦେଖୁଛନ୍ତି? ଜାଣନ୍ତୁ ସତ୍ୟ।

False Social

ବିଗତ କିଛି ଦିନ ତଳେ ରିପବ୍ଲିକ ଟିଭି ଉପରେ ଅଭିଯୋଗ ଲାଗିଥିଲା ଯେ ଚ୍ୟାନାଲର ଟିଆରପି ବଢାଇବା ପାଇଁ ଚ୍ୟାନାଲ ମିଥ୍ୟା ବର୍ଣନା ପ୍ରସାରିତ କରିଥିଲା। ରିପବ୍ଲିକ ଟିଭି ଚ୍ୟାନାଲର ରେଟିଙ୍ଗ ସର୍ବାଧିକ ଥିଲା। ମୁମ୍ବାଇ ପୋଲିସ କହିବା ଅନୁଯାୟୀ ରିପବ୍ଲିକ ଟିଭି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ନେଇ ମୁମ୍ବାଇ ପୋଲିସ ଉପରେ ଅଭିଯୋଗ ଲଗାଇ ନିଜ ଚ୍ୟାନାଲରେ ସମ୍ବାଦ ପ୍ରସାରିତ କରିଥିଲା। ଏହି ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। 

ଏହା ମଧ୍ୟରୁ ଗୋଟିଏ ପୋଷ୍ଟର ଅନୁସନ୍ଧାନ କରି ଫେକ୍ଟ କୃସେଣ୍ଡୋ ତାକୁ ମିଥ୍ୟା ବୋଲି ପ୍ରମାଣ କରିଛି। 

ଭାଇରାଲ ପୋଷ୍ଟରେ ଦାବି କରା ଯାଇଅଛି ଯେ ରିପବ୍ଲିକ ଟିଭି ଉପରେ ତିଆରପି ବଢେଇବା ପାଇଁ ଚ୍ୟାନାଲ ଦେଖୁଥିବା ପ୍ରତ୍ଯେକ ଲୋକଙ୍କୁ ୫୦୦ ଟଙ୍କା ଦେବାର ଅଭିଯୋଗ ଲାଗିଛି। ଏହି ପୋଷ୍ଟରେ ଉଦ୍ଧବ ଠାକ୍ରେ ଟିଭିରେ ରିପବ୍ଲିକ ଟିଭି ଚ୍ୟାନାଲ ଦେଖୁଥିବାର ଦାବି କରା ଯାଇଅଛି। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ୨୮ ଏପ୍ରିଲ ୨୦୨୦ ରେ ଏହି ଫୋତୋ ଟାଇମ୍ସ ଅଫ ଇଣ୍ଡିଆ ପତ୍ରିକାରେ ପ୍ରକାଶିତ ହେଇ ଥିବା ମିଳିଲା। ଏହି ପତ୍ରିକାରେ କୁହା ଯାଇଅଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କଂଫେରେନ୍ସ ମାଧ୍ୟମରେ ଦେଶରେ ଲାଗୁ ହେଇଥିବା ଲକ୍ ଡାଉନ ବିଷୟ ନେଇ ସାକ୍ଷାତ କରିଥିଲେ। ପତ୍ରିକାରେ ପ୍ରକାଶିତ ହେଇଥିବା ଫୋଟୋରେ ଲେଖା ଯାଇଅଛି ଯେ ଏହି ଫୋଟୋ ଏନି ସମ୍ବାଦ ଦ୍ଵାରା ନିଆ ଯାଇଅଛି ଏବଂ ଏହି ସାକ୍ଷାତରେ ଉଦ୍ଧବ ଠାକ୍ରେଙ୍କ ପ୍ରଧାନମନ୍ତ୍ରୀଙ୍କ ସହିତ କୌଣସି ପାରସ୍ପରିକ କ୍ରିୟା ହେଇ ପାରି ନାହିଁ। 

TOI.jpg

Times Of India | Archive

ଏହା ପରେ ଆମେ ପୋଷ୍ଟରେ ଥିବା ଫୋଟୋ କୁ ଟାଇମ୍ସ ଅଫ ଇଣ୍ଡିଆ ପତ୍ରିକା ସହିତ ତୁଳନା କରି ଦେଖିଲୁ। ତୁଳନା କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ କମ୍ପୁଟର ଗ୍ରାଫିକ୍ସ ସାହାଜ୍ଯତାରେ ଅସଲି ଫୋଟୋକୁ ଏଡିଟ୍ କରି ବିଭ୍ରାନ୍ତ କରିବାର ଚେଷ୍ଟା କରା ଯାଇଅଛି। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ପ୍ରକୃତର ଫୋଟୋ ଏପ୍ରିଲ ୨୦୨୦ ମସିହାର ଅଟେ। ଫୋଟୋକୁ ଏଡିଟ୍ କରି ଉଦ୍ଧବ ଠାକ୍ରେ ରିପବ୍ଲିକ ଟିଭି ଦେଖୁ ଥିବା ଦୃଶ୍ୟକୁ ପରିବର୍ତନ କରା ଯାଇଅଛି।

Avatar

Title:କ’ଣ ଉଦ୍ଧବ ଠାକ୍ରେ ଅର୍ଣବ ଗୋସ୍ଵାମୀଙ୍କର ରିପବ୍ଲିକ ଭାରତ ଟିଭି ଚ୍ୟାନାଲ ଦେଖୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *