
ଲଭ ଜିହାଦକୁ ନେଇ ସୋସିଆଲ ମିଡ଼ିଆରେ ଅନୋକ ସମୟରେ ପୋଷ୍ଟ ଭାଇରାଲ ହେବାରେ ଲାଗିଥାଏ। ହିନ୍ଦୁ ମିସ୍ଲିମ ପ୍ରେମ ବିବାହ ସମ୍ପର୍କକୁ ଲଭ ଜିହାଦ ନାମରେ ଚର୍ଚ୍ଚା କରାଯାଇଥାଏ। ହିନ୍ଦୁ ଝିଅ ମୁସଲ୍ମାନ ପୁଅକୁ ବିବାହ କରିଲେ ହିନ୍ଦୁ ଧର୍ମରେ ଏହା ଏକ ଆଲୋଚନା ବିଷୟ ବନିଯାଏ। ଏପରି ଦାବିରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲେଗିଛି। ଭିଡିଓରେ ଝିଅର ବାପା ଝିଅ ପାଦ ତଳେ ତାଙ୍କ ପଗଡ଼ି ରଖୁଥିବାର ଦେଖି ପାରୁଥିବେ। ଭିଡିଓରେ ଉପସ୍ଥିତଥିବା ଇନ୍ୟ ବ୍ୟକ୍ତିମାନେ ଝିଅ ସାମ୍ନାରେ ହାତ ଯୋଡ଼ି ଠିଆ ହୋଇଛନ୍ତି। କିନ୍ତୁ ଝିଅଟି କାହାରିକଥା ନ ମାନି ମୁହଁ ବୁଲାଇ ଦେଉଛି। ଭିଡ଼ିଓ ସହ ଦାବି କରାଯାଇଛି ଯେ, ଝିଅ ଏକ ମୁସ୍ଲିମ ପୁଅକୁ ବିବାହ କରିବା ପାଇଁ ଜିଦ ଧରିଛି, ବାପା ମା ଜେତେ ବୁଝାଇଲେ ମଧ୍ୟ ମାନୁ ନାହିଁ। ଶେଷରେ ବାପା ହାର ମାନି ତାଙ୍କ ପଗଡ଼ି ଝିଅ ପାଦତଳେ ରଖିଦେଲେ।
ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି।
3 ଅକ୍ଟୋବରରେ Ranjit Rout ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଝିଅ ଏକ ମୁସ୍ଲିମ ପୁଅକୁ ବିବାହ କରିବା ପାଇଁ ଜିଦ ଧରିଛି, ବାପା ମା ଜେତେ ବୁଝାଇଲେ ମଧ୍ୟ ମାନୁ ନାହିଁ। ଶେଷରେ ବାପା ହାର ମାନି ତାଙ୍କ ପଗଡ଼ି ଝିଅ ପାଦତଳେ ରଖିଦେଲେ।
ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ବାପା ମା ଉଭୟ ହାତଯୋଡି ଅନୁରୋଧ କରିଲା ପରେ ଝିଅ ମାନିଲାନି ଶେଷକୁ ବାପା ମୁଣ୍ଡର ପଗଡ଼ି ଝିଅର ପାଦତଳେ ରଖି ଗୋଡ଼ ଧରିଲା ପରେ ବି ସେ ମାନୁନାହିଁ।ତାର ଏକା ଜିଦି ସେ ଜଣେ ମୁସ#ମାନକୁ ବିବାହ କରିବ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 19ଥର ସେୟାର କରାଯାବି ସହ ପୋଷ୍ଟକୁ 3000ରୁ ମଧ୍ୟ ଅଧିକ ଲୋକ ଦେଖିସାରିଛନ୍ତି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଭିଡିଓରେ ଲଭଜିହାଦ ସହ କୌଣସି ସମ୍ପର୍କ ଅଛି କି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଭାଇରାଲ ଭିଡିଓକୁ ଇନବିଡ଼ରେ ପକାଇ ଫଟୋରେ ଭାଙ୍ଗିଲୁ ପରେ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। 4 ଅକ୍ଟୋବରରେ Royal Raika ନାମକ ଏକ ରାଜସ୍ଥିନି ପେଜରେ ଭାଇରାଲ ଭିଡିଓର ଏକ ଫଟୋ ପାଇଲୁ। ଯେଉଁଥିରେ ସ୍ପଷ୍ଟି କରଣ ଦାଆ ଯାଇଛି ଯେ, ଭାଇରାଲ ଭିଡିଓର ଲଭ ଜିହାଦ ସହ କୌଣସି ସମ୍ପର୍କ ନାହିଁ। ଭିଡିଓକୁ ମିଥ୍ୟା ଦାବି ସହ ଭାଇରାଲ କରାଯାଉଛି। ଭିଡିଓରେ ଥିବା ଝିଏ ଏବଂ ପୁଅ ଦୁଇଜଣଯାକ ସମାନ ଧର୍ମ ଏବଂ ସମ୍ପ୍ରଦାୟର ଅଟନ୍ତି। ଝିଅ ପୁଅ ବର୍ତ୍ତମାନ ପୁନେରେ ଅଛନ୍ତି। ମିଥ୍ୟା ଖବର ସହ ଭିଡିଓ ଭାଇରାଲ ହେବାରେ ଲାଗିଛି। ତଳେ ପୋଷ୍ଟ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Royal Raika । Archive
ଆମେ ଭିଡିଓର ସ୍ପଷ୍ଟିକରଣ ପାଇଁ ଫେସବୁକ ପେଜର ମାଲକ Dhulendra Raika ସହ ସମ୍ପର୍କ କରିଲୁ। Dhulendra Raika ଆମକୁ ସୂଚନା ଦେଲେ ଯେ, ଭାଇରାଲ ଭିଡିଓ ରାଜସ୍ଥାନ ପାଲି ଜିଲ୍ଲାର ଅଟେ। ଆମ କମ୍ୟୁନିଟିର ରାଇକା , ରବାଡ଼ି, ଦିବାକି ସମାଜରେ ଜାହା କିଛି ଘଟଣା ହୁଏ ତାହା ଆମେ ପେଜରେ ପ୍ରକାଶିତ କରୁ। ଭାଇରାଲ ଭିଡିଓରେ ଦେଖାଯାଇଥିବା ପୁଅ ଝିଅ ଦୁହେଁ ଆମ କମ୍ୟୁନିଟିର ଅଟନ୍ତି। ଝିଅର ନାମ ସୀତା ଏବଂ ବିବାହ କରିଥିବା ପୁଅର ନାମ ଲଖାରାମ ଅଟେ। ଏଠାରେ କୌଣସି ହିନ୍ଦୁ ମୁସ୍ଲିମ ମାମଲା ନାହିଁ। ଆମ କମ୍ୟୁନିଟିରେ ବାଲ୍ୟ ବିବାହ କରି ଦିଆଯାଏ। ଭାଇରଲା ଭିଡିଓରେଥିବା ଝିଅ ସହ ମଧ୍ୟ ଏହା ହୋଇଥିଲା। କିନ୍ତୁ ବଡ଼ ହେଲାପରେ ଝିଅକୁ ଆମ କମ୍ୟୁନିଟିର ଆମ ଜଣେ ପିଲା ପସନ୍ଦ ଆସିଗଲା। ପରେ ସେମାନେ କୋର୍ଟରେ ବିବାହ କରିଥିଲେ। ଏହି ଖବର ଝିଅର ମା, ବାପା କୁ ଜଣା ପଡ଼ିଲାପରେ ସେମାନେ ଝିଅକୁ ହାତ ଯୋଡ଼ି ନିବେଦନ କରୁଛନ୍ତି,ଯେଉଁଠି ପିଲା ଦିନେ ବିବାହ ହୋଇଥିଲା ସେଠି ରହିବା ପାଇଁ। କିନ୍ତୁ ଝିଅ ମାନ କଲା ପରେ ଆମ କମ୍ୟୁନିଟିର ଲୋକମାନେ ଏବଂ ସରପଞ୍ଚଚ ତାଙ୍କୁ ଶ୍ୱିକାର କରିଥିଲେ। ଏହା ସହ ତାଙ୍କଠାରୁ ଜୋରିମାନା ମଧ୍ୟ ନିଆ ଯାଇଥିଲା। ସୀତା ଏବଂ ଲଖାରାମ ବର୍ତ୍ତମାନ ପୁନେରେ ଅଛନ୍ତି।
ପରେ ଆମେ ରାଜସ୍ଥାନ ପାଲି ଜିଲ୍ଲାର Police ଷ୍ଟେସନରେ ସମ୍ପର୍କ କରିଲୁ। ପାଲି ପୋଲିସ ଷ୍ଟେସନର ASI Girdhar Singh ସହ ଆମେ କଥା ହେଲୁ, ସେ ଆମକୁ ସ୍ପଷ୍ଟ କରାଇଲେ ଯେ, ଭାଇରାଲ ଭିଡିଓରେ କୌଣସି ହିନ୍ଦୁ ମୁସ୍ଲିମର କିମ୍ବା ଲଭଜିହାଦର ରୂପ ନାହିଁ। ପୁଅର ନାମ ଲଖାରାମ ଯେ କି 21 ବର୍ଷର ଏବଂ ଝିଅର ନାମ ସୀତା ଯେ କି 20 ବର୍ଷର ଅଟନ୍ତି। ଦୁହେଁ ସମାନ କମ୍ୟୁନିଟି ଏବଂ ହିନ୍ଦୁ ଅଟନ୍ତି। ଦୁହେଁ ଘରୁ ପଳାଇଥିବାରୁ ଝିଅର ବାପା ନିଖୋଜର ରିପୋର୍ଟ ଲେଖାଇଥିଲେ। କିନ୍ତୁ ପରି ଝିଅ ମିଳିଲା ପରେ ଜାଣିବାକୁ ପାଇଲେ ଝିଅ ସୀତା ଲଖାରାମ ସହ କୋର୍ଟରେ ବିବାହ କରି ସିରିଛି। ସାମାଜିକ ପଞ୍ଚାୟତରେ ଏବଂ ପୋଲିସ ଥାନାରେ ମାମଲାର ଶୁଣାଣି ହୋଇ ସାରାଛି। ଦୁହେଁ ଏବଂ ଲଖାରାମର ଭାଇ ଅର୍ଠାତ୍ ପୁଣେରେ ଅଛନ୍ତି।
ପରେ ଆମେ ଗାଁର ସରପଞ୍ଚ ସହ ସମ୍ପର୍କ କରିବା ପାଇଁ ଚେଷ୍ଟା କରିଲୁ। କିନ୍ତୁ ସମ୍ପର୍କ ହୋଇ ପାରିଲା ନାହିଁ।
Royal Raikaର Facebook ପେଜରେ ପାଲୀ ଭାଷ୍କରର ଖବର ପାଇଲୁ। ଯେଉଁଥିରେ ଭାଇରାଲ ହେଉଥିବା ଭିଡିଓ ଲଭଜିହାଦ ସହ କୌଣସି ସମ୍ପର୍କ ନଥିବାର ସ୍ପଷ୍ଟ କରାଯାଇଛି। ପାଲୀ ଭାଷ୍କର ଖବରକାଗଜ ସୀତାଙ୍କ ମାତା ପିତା ଏବଂ ସରପଞ୍ଚ ସହ ସମ୍ପର୍କ କରିଥିଲେ। ଯେଉଁଥିରେ ସେମାନ୍ ସ୍ପଷ୍ଟ କରିଛନ୍ତି ଯେ, ଭାଇରାଲ ଭିଡିଓରେଥିବା ପାଲାର ନାମ ଲଖାରାମ ଅଟେ ଏବଂ ସେ ତାଙ୍କ ସମାନ କମ୍ୟୁନିଟିର ଅଟେ। ଭିଡିଓର ହିନ୍ଦୁ ମୁସ୍ଲିମ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଆମେ ଏହାକୁ ନେଇ ଭିଡିଓରେଥିବା ପୁଅ ଝିଅ ସହ ସମ୍ପର୍କ କରିବା ପାଇଁ ଚାହିଁଲୁ। କିନ୍ତୁ ସମ୍ପର୍କ ହୋଇ ପାରିଲା ନାହିଁ। ସମ୍ପର୍କ ହେଲେ ଆମକୁ ମିଳିଥିବା ତଥ୍ୟ ଅପଡେଟ କରିବୁ।
ଶେଷକଥା-
ଅନୁସନ୍ଧାନରୁ ଆମେ ପାଇଲୁ ଯେ, ଭାଇରାଲ ହେଉଥିବା ଭିଡିଓର ଲଭଜିହାଦ ସହ କୌଣସି ସମ୍ପର୍କ ନାହିଁ। ଭିଡିଓରେଥିବା ଝିଅ ଏବଂ ପୁଅ ଦୁହେଁ ହିନ୍ଦୁ ଧର୍ମର ଏବଂ ସମାନ କମ୍ୟୁନିଟିର ।

Title:ପିତା ଝିଅ ପାଦରେ ପଗଡ଼ି ରଖୁଥିବାର ଏହି ଭାଇରାଲ ଭିଡିଓର ଲଭ ଜିହାଦ କୌଣସି ସମ୍ପର୍କ ନାହିଁ। ଜାଣନ୍ତୁ ସତ୍ୟତା ।
Fact Check By: Saritadevi SamalResult: False