
ହିନ୍ଦୁ ମୁସଲମାନ ଧର୍ମକୁ ନେଇ ସୋସିଆଲ ମିଡିଆରେ ଅନେକ ବିବାଦ ଲାଗି ରହିଥାଏ। ଏହା ସହ କିଛି ଭିଡିଓ ଏବଂ ମଧ୍ୟ ଭାଇରାଲ ହୁଏ ଯାହାକି ଧର୍ମ ଏବଂ ସଂସ୍କୃତିକୁ ନେଇ ପ୍ରଶ୍ନ ବାଚକ ବନିଯାଏ। ସୋସିଆଲ ମିଡିଆରେ ଭାଇରାଲ ଫଟୋ ଏବଂ ଭିଡିଓର ଆଲୋଚନା ମଧ୍ୟ କରାଯାଏ , ଯାହାର ପ୍ରଭାବ ସାମ୍ପ୍ରାଦୟ ଉପରେ ମଧ୍ୟ ପକାଇଥାଏ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମୌଲାନା ମୁସ୍ଲିମ ବଧୂକୁ ଚୁମ୍ବନ କରୁଛନ୍ତି। ଭାଇରାଲ ଭିଡିଓକୁ ଅନେକ ସେୟାର କରାଯାଇଛି।
ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
17 ଅକ୍ଟୋବରରେ SURYA kanta Mohanty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ମୌଲାନା ମୁସ୍ଲିମ ବଧୂକୁ ଚୁମ୍ବନ କରୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ମୌଲାନା ଦୁଆ ଦେଇ ଆଉ ସମ୍ଭାଳିପାରିଲାନି…ଶଳାଟା ଏବେ ତଲାକକୁ ଅପେକ୍ଷା କରି ହଲାଲା ପାଇଁ ଆଗ୍ରହୀ,ଏବେ କୁହରେ ଚୂସଲାମ ବିଉଟିଫୁଲ । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 38ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟରେ ଅନେକ କମେଣ୍ଟ ଏବଂ ଲାଇକ ମଧ୍ୟ ଆସିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଭିଡିଓରେ ମୌଲାନା ଜଣେ ବଧୁ କୁ ଚୁମ୍ବନ କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଭିଡିଓ ସହ ଜଡ଼ିତ କିଛି ଲିଙ୍କ ମିଳିଲା। 19 ଅଗଷ୍ଟରେ Islamabad Style_con ନାମକ ଫେସବୁକ ପେଜରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖା ଯାଇଛି ଯେ, ଏବେ ମୋ ଝିଅ ଏକ ନୂଆ ଜିବନ ଆରମ୍ଭ କରିବ, ଏବେ ଅନ୍ୟ ଜଣେ ତାକୁ ଭଲପାଇବା ଏବଂ ସୁରକ୍ଷା ଦେବ, କିନ୍ତୁ ମୁଁ ଜାଣିଛି ତା ବାପା ସଦାବେଳେ ତା ପାଖରେଥିବେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ପରେ ଆମେ ଭିଡିଓ ସମ୍ପର୍କରେ ଅଧିକ ସର୍ଚ୍ଚ କରିବାରୁ ଆମକୁ 19 ଅଗଷ୍ଟରେ Zamalsaman photography ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ ହୋଇଥିବା ଏକ ସ୍ଟାଟସ ପାଇଲୁ। ପୋଷ୍ଟରେ ଲେଖାଯାଇଛି ଯେ, ଜଣେ ବାପା ନିଜ କର୍ତ୍ତବ୍ୟ ପୁରା କରି ନିଜ ଝିଅକୁ ପ୍ରେମର ଭାବନାରେ ଚୂମ୍ବନ କଲେ , ଏହାର ମୂଲ୍ୟ କେବଳ ସେହି ବାପା ଏବଂ ଝିଅ କେବଳ ଜାଣନ୍ତି। ଜଣେ ବାପାର ତା ଝିଅ ପ୍ରତି ଭଲ ପାଇବାକୁ ଏପରି ମିଥ୍ୟା ଦାବିରେ ଭାଇରାଲ କରୁଥିବା ଲୋକଙ୍କୁ ଲାଜ ଲାଗିବା କଥା। ଭିଡିଓ ସହ ଭାଇରାଲ ହେଉଥିବା ଦାବିକୁ ଦେଖି ଝିଅର ବାପା ଏବଂ ପରିବାର ଲୋକ ଦୁଃଖ ପ୍ରକାଶ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Instagram । Archive
19 ଅଗଷ୍ଟ 2020ରେ Syed Ali Haider Offical ନାମକ ଜଣେ ୟୁଟ୍ୟୁବ ୟୁଜର ଭାଇରାଲ ଭିଡିଓ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଭିଡିଓରେ ଲେଖାଯାଇଛି ବରର ଭାଇରାଲ୍ ଭିଡିଓ ପଛରେ ବାସ୍ତବତା। ସେ ସ୍ପଷ୍ଟ କରିଛନ୍ତି ଯେ, ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ଜଣେ ମୌଲାନା ନୁହଁନ୍ତି। ସେ ଝିଅର ବାପା। ଅଧିକ ସୁଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓରେ ମୌଲାନା ବଧୂକୁ ଚୁମ୍ବନ କରାଯାଉଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓରେଥିବା ବ୍ୟକ୍ତି ବଧୂର ବାପା ଅଟନ୍ତି।

Title:ବାପା ଝିଅକୁ ବିବାହ ସମୟରେ ଚୁମ୍ବନ କରୁଥିବା ଭିଡିଓ କୁ ମୌଲାନା ବଧୂକୁ ଚୁମ୍ବନ କରୁଥିବା ଦାବିରେ ଭାଇରାଲ ହେଉଛି।
Fact Check By: Saritadevi SamalResult: False