କଟକ ବରିଷ୍ଠ ବିଜେପି ନେତା ସମୀର ଦେଙ୍କ ନିଦ୍ଧନ ହୋଇଛି କି ?

False Social

କଟକର ବିଜେପି ସଦସ୍ୟ ସମୀର ଦେ ଗତ କିଛି ଦିନ ହେଲା ଅସୁସ୍ଥ ଥିବାର ଖବର ସାମ୍ନାକୁ ଆସିଥିଲା। 19 ଅକ୍ଟୋବର ରାତିରେ ସୋସିଆଲ ମିଡିଆରେ ଖବର ଭାଇରାଲ ହେଲା ଯେ, କଟକର ବିଜେପି ସଦସ୍ୟ ସମୀର ଦେଙ୍କ ମୃତ୍ୟୁ ହୋଇଯାଇଛି। ଏହି ଖବର ଦୁଇ ଘଣ୍ଟାରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା। ବିଜେଡି ନେତା ପ୍ରତାପ ଜେନା ତାଙ୍କ ଟ୍ୱିଟର ଆକାଉଣ୍ଟରେ କଟକର ବିଜେପି ସଦସ୍ୟ ସମୀର ଦେଙ୍କ ମୃତ୍ୟୁ ଖବର ପ୍ରକାଶିତ କରିଥିଲେ।

ଆମ ଅନୁସନ୍ଧାନରେ ଭାଇରାଲ ଖବର ମିଥ୍ୟା ପ୍ରମାଣିତ ହୋଇଛି। 

 19 ଅକ୍ଟୋବର ରାତିରେ  Girija Agasty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଖବର ପୋଷ୍ଟ କରିଥିଲେ। ପୋଷ୍ଟରେ ଲେଖା ଯାଇଥିଲା ଯେ, ପୂର୍ବତନ ମନ୍ତ୍ରୀ ଓ ବିଜେପିର ବରିଷ୍ଠ ଅଗ୍ରଗଣ୍ୟ ସଦସ୍ୟ ଶ୍ରୀ ସମୀଦ ଦେଙ୍କ ମୃତ୍ୟୁରେ ସାରା ଓଡ଼ିଶାବାସୀ ଓ ରାଜନୌତିକ ମହଲ ଆଜି ମର୍ମାହତ, ଗଭିର ଶ୍ରଦ୍ଧାଞ୍ଜଳୀ। ଆମ ଅନୁସନ୍ଧାନ ପୂର୍ବରୁ ଏହି ଖବର ମାତ୍ର କିଛି ଘଣ୍ଟାରେ ଭାଇରାଲ ହୋଇଥିଲା। ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ବିଜେଡି ନେତା ପ୍ରତାପ ଜେନା କରିଥିବା ଟ୍ୱିଟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକି କିଛି ସମୟ ମଧ୍ୟରେ ଡିଲିଟ କିର ଦିଆ ଯାଇଛି। ପୋଷ୍ଟରେ ବିଜେପି ସଦସ୍ୟ ସମୀର ଦେଙ୍କ ମୃତ୍ୟୁ ଖବର ପ୍ରକାଶିତ କରାଯାଇଥିଲ।। ତଳେ ପୋଷ୍ଟ ଦେଖନ୍ତୁ।

ତେବେ କଣ କଟକ ବିଜେପି ସଦସ୍ୟ ସମିର ଦେଙ୍କ ନିଦ୍ଧନ ହୋଇଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନର ଆମ୍ଭରେ ଆମେ ଭାଇରାଲ ଖବରକୁ ନେଇ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 19 ଅକ୍ଟୋବରରେ OTV ନ୍ୟୁଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ବିଜେପି ସଦସ୍ୟ ସମିର ଦେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଭଲ ଅଛି। ଏହା ସହ ପୋଷ୍ଟରେ ଲେଖା ଯାଇଛି ଯେ, ସୋସିଆଲ ମିଡିଆରେ ତାଙ୍କର ମୃତ୍ୟୁ ଖବର ଭାଇରାଲ ହେଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- OTVArchive

ପରେ OTV ନ୍ୟୁଜର ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ପୋଷ୍ଟ ସମ୍ପର୍କରେ ଖବର ପାଇଲୁ। ଯେଉଁଥିରେ  ସମୀର ଦେଙ୍କ ପୁତୁରା ଅମିତ କୁମାର ଦେ  ସ୍ପଷ୍ଟ କରିଛନ୍ତି  ସମିର ଦେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି। ଏବେ ସେ ଧିରେ ଭଲ ହେଉଛନ୍ତି। ଭଗବାନଙ୍କ ଦୟାରୁ ସେ ଭଲ ଅଛନ୍ତି, ଏବଂ ଏପରି ମିଥ୍ୟା ଗୁଜବ ପ୍ରଚାର ନକରିବା ପାଇଁ ସେ ନିବେଦନ କରିଛନ୍ତି। ସେହିପରି  କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ମଧ୍ୟ ଭାଇରାଲ ଗୁଜବକୁ ନେଇ ଦୁଃଇ ପ୍ରକାଶ କରିଛନ୍ତି। ବିଜେଡି ନେତା ପ୍ରତାମ ଜେନାଙ୍କ ଟ୍ୱିଟରି ନେଇ ମଧ୍ୟ ସେ ନିନ୍ଧା କରିଛନ୍ତି। ଏବଂ ବିରଷ୍ଠ ବିଜେପି ନେତା ସମିର ଦେଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲଥିବା ନେଇ ସୂଚନା ଦେଇଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

20 ଅକ୍ଟୋବରରେ odishabytes ନାମକ ନ୍ୟୁଜ ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ପ୍ରତାପ ଜେନା କରିଥିବା ଟ୍ୱିଟକୁ ସେ ପରେ ଡିଲିଟ କରିଥିଲେ। ଏହାକୁ ବିଜେପି କର୍ମିମାନେ ନିନ୍ଧାକରିଛନ୍ତି। ତେବେ ସେ ପଟେ ବିଜେଡି ନେତା ପ୍ରତାପ ଜେନା ଏ ସମ୍ପର୍କରେ କୌଣସି ମତ ପ୍ରକାଶ କରି ନାହାନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- odishabytesArchive

ପରେ ଆମେ କଟକ ବରିଷ୍ଠନେତା ସମିର ଦେଙ୍କ ନିକଟସ୍ଥ ବନ୍ଧୁ ସୌଲେସ ବର୍ମା ସହ ସମ୍ପର୍କ କରିଲୁ। ସେ ଆମକୁ ସ୍ପଷ୍ଟ କରିଲେ ଯେ, ସମିର ଦେ ମୋର ଜଣେ ଘନିଷ୍ଟ ବନ୍ଧୁ ଅଟନ୍ତି। ଖବର ସୁଣିଲା ପରେ ମୁଁ ତାଙ୍କ ଘରକୁ ଫୋନ କରିଥିଲି। ସେ ଭଗବାନଙ୍କ ଦୟାରୁ ଭଲ ଅଛନ୍ତି। ଗତ କିଛି ଦିନ ହେଲା ତାଙ୍କ ଦେହ ଅସୁସ୍ଥଥିବାରୁ ସେ କଟକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ହେବାରେ ଲାଗିଛି। ସେ ନିବେଦନ କରିଛନ୍ତି ସୋସିଆଲ ମିଡିଆରେ ଏପରି ଗୁଜବ ପ୍ରଚାର ନ କରିବା ପାଇଁ। 

ଶେଷକଥା

ଆମ ଅନୁସନ୍ଧାନରୁ ପାଇଲୁ ଯେ, କଟକ ବିଜେପି ବରିଷ୍ଠ ନେତା ସମିର ଦେଙ୍କ ନିଦ୍ଧନ ହୋଇ ନାହିଁ। ସେ ଭଲ ଅଛନ୍ତି। 

Avatar

Title:କଟକ ବରିଷ୍ଠ ବିଜେପି ନେତା ସମୀର ଦେଙ୍କ ନିଦ୍ଧନ ହୋଇଛି କି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *