କୋଲକାତାର “ଗୋ ବ୍ୟାକ୍ ମୋଦୀ” CAA ବିରୋଧ ପ୍ରଦର୍ଶନ କୁ ବିହାର ନିର୍ବାଚନ ଦାବିରେ ଭାଇରାଲ କରାଯାଉଛି।

False Social

ବିହାର ବିଧାନସଭା ନିର୍ବାଚନ କୁ ନେଇ ସୋସିଆଲ ମିଡିଆରେ ଅନେକ ପୁରୁଣା ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରେ ମୋଦୀ ସରକାର ବିରୋଧରେ ପ୍ରଦର୍ଶନ କରାଯାଉଥିବାର ଦେଖାଯାଉଛି। ଫଟୋରେ ରାସ୍ତାରେ ବିରାଟ ଅକ୍ଷରରେ ଲେଖାଯାଇଥିବା “ଗୋ ବ୍ୟାକ ମୋଦୀ” । ଫୋଟେ ସହ ସେୟାର କରାଯାଉଛି ଯେ ବିହାରର ଭୋଟରମାନେ ମୋଦୀ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। 

ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ ବିହାରର ନୁହେଁ ବୋଲି ପାଇଲୁ।

Soumya Ranjan Dash ନାମକ ଜଣେ ଫେସବୁକ ୟୁଜର 24 ଅକ୍ଟୋବରରେ ଭାଇରାଲ ଫଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ,  ବିହାରରେ ସାଧାରଣ ଜନତା ମୋଦୀଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ଏହା ସହ ମୋଦୀ ସରକାର କୁ ବିହାରରୁ ଚାଲିଯିବା ପାଇଁ କହୁଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 72ଥର ସେୟାର କରାଯାଇଛି। ଏହା ସହ ପୋଷ୍ଟରେ 200 ଲାଇକ ଏବଂ 16 କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଗୋ ବ୍ୟାକ୍ ମୋଦୀ ପ୍ରଦର୍ଶନ ବିହାରର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫଟୋର କିଛି ଲିଙ୍କ ମିଳିଲା। ସାମ୍ବାଦିକ Mayukh Ranjan Ghosh 11 ଜାନୁୟାରୀ 2020 ରେ ଭାଇରାଲ ଫଟୋ ସହ ଟ୍ୱିଟ କରିଥିଲେ। ଘୋଷଙ୍କ କ୍ୟାପସନରେ ଭାଇରାଲ ଫଟୋ କୋଲକାତାର ଇସପ୍ଲାନେଟ  (ESPLANADE) ସ୍ଥାନର ଅଟେ।   ଛାତ୍ରମାନେ ଏଠାରେ ରାତାରାତି ପ୍ରଦର୍ଶନ କରୁଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- TwitterArchive

13 ଜାନୁଆରିରେ Timesofindiaରେ ଭାଇରାଲ ଫଟୋ ସହ ଏକ ଖବର ପ୍ରକାଶିତ ହୋଇଥିବାର ପାଇଲୁ। ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ କୋଲକାତା ଗ୍ରସ୍ତ ସମୟରେ ଅନେକ ଛାତ୍ର ସଂଗଠନ NRC CAA  ଆଇନକୁ ବିରୋଧ କରିଥିଲେ। ରାସ୍ତାରେ, ‘GO BACK MODI’ ଲେଖି ବିରୋଧ ପ୍ରଦର୍ଶନ କରାଯାଇଥିଲା ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- TimesofindiaArchive

ବଙ୍ଗାଳି ନ୍ୟୁଜ ପେଜ eisamay.indiatimesରେ ମଧ୍ୟ ଭାଇରାଲ ଖବର ପ୍ରକାଶିତ ହୋଇଥିବାର ପାଇଲୁ। ଯେଉଁଥିରେ ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ଖବର ଅନୁସାରେ ପଶ୍ଚିମବଙ୍ଗର ଛାତ୍ର NRC , CAA ଆଇନ କୁ ବିରୋଧ କରିଥିଲେ। ଏହି ଘଟଣା ଜାନୁଆରି 2020ର ଅଟେ। ଭାଇରାଲ ଫଟୋ ବର୍ତ୍ତମାନର ନୁହେଁ। ଏହା ଛଡ଼ା ଫଟୋ ବିହାର ନିର୍ବାଚନ ସମୟର ମଧ୍ୟ ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।   

ଏଠାରେ ଲିଙ୍କ ଦେଖନ୍ତୁ- eisamay.indiatimesArchive

ଏହା ପରେ ଆମେ ଭାଇରାଲ ଫଟୋକୁ ଅତି ନିକଟରୁ ଦେଖିଲାପରେ ପାଇଲୁ କିଛି ଦୂରରେ METRO CHANNEL CONTROL POST HARE STREET POLICE STATION’ ଲେଖା ଯାଇଛି। ତେବେ ଏହା କୋଲକତା ନା ନାହିଁ ତାହା ଜାଣିବା ପାଇଁ ଆମେ ସର୍ଚ୍ଚ କରିଲୁ। ତଳେ ଫଟୋ ଦେଖନ୍ତୁ। 

ପରେ ଆମେ METRO CHANNEL CONTROL POST HARE STREET POLICE STATION ଲେଖି ଗୁଗୁଲରେ ସର୍ଚ୍ଚ କରିବାରୁ ଆମକୁ ଏକ ଲିଙ୍କ ମିଳିଲା। gettyimages ଉପୋରକ୍ତ ଫଟୋ ପାଇଲୁ। ଯେଉଁଥିରେ ମମତା ବାନର୍ଜି ବସିଥିବାର ଦେଖା ଯାଉଛନ୍ତି। ଏଥିରୁ ଆମେ ସ୍ପଷ୍ଟ ହେଲୁ ଭାଇରାଲ ଫଟୋ କକୋଲକାତାର ଅଟେ। ଭାଇରାଲ ଫଟୋର ବିହାର ସହ କୌଣସି ସମ୍ପର୍କ ନାହିଁ। ଏହା ଏନଆରସି ଏବଂ ସିଏ ସମୟର ଅଟେ।

ଏହା ଛଡ଼ା ଆମକୁ ମମତା ବାନାର୍ଜି ବସିଥିବା ଫଟୋର ଏକ ଭିଡିଓ ମଧ୍ୟ ମିଳିଲା। ଏଠାରେ Youtube ଲିଙ୍କ ଦେଖନ୍ତୁ।

ଶେଷକଥା

ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋ ଗୋ ବ୍ୟାକ୍ ମୋଦି ପିରଦର୍ଶନର ବିହାର ନିର୍ବାଚନ ସହ କୌଣସି ସମ୍ବନ୍ଧ ନାହିଁ। ଗୋ ବ୍ୟାକ୍ ମୋଦି ପ୍ରଦର୍ଶନ ଫଟୋ କୋଲକତାର ଅଟେ। NRC , CAA ଆଇନ କୁ ବିରୋଧ କରି ଛାତ୍ରମାନେ ପ୍ରଦର୍ଶନ କରିଥିଲେ। 

Avatar

Title:କୋଲକାତାର “ଗୋ ବ୍ୟାକ୍ ମୋଦୀ” CAA ବିରୋଧ ପ୍ରଦର୍ଶନ କୁ ବିହାର ନିର୍ବାଚନ ଦାବିରେ ଭାଇରାଲ କରାଯାଉଛି।

Fact Check By: Saitadevi Samal 

Result: False

Leave a Reply

Your email address will not be published. Required fields are marked *