
ବର୍ତ୍ତମାନ ସୋସିଆଲ ମିଡିଆରେ କରୋନାକୁ ଏଡାଇବା ପାଇଁ ବ୍ୟବାହର ହେଉଥିବା ମାସ୍କ ଉପରେ ସରକାର18 ପ୍ରତିଶତ ଜିଏସଟି ଆଦାୟ କରିବାର ସୂଚନା ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା କରାଯାଉଛି। କିନ୍ତୁ ଆମ ଅନୁସନ୍ଧାନରେ ଭାଇରାଲ ଖବର ମିଥ୍ୟା ପ୍ରମାଣିତ ହୋଇଛି। ଭାରତ ସରକାର କୌଣସି ମାସ୍କ ଉପରେ 18 ପ୍ରତିଶତ ଜିଏସ୍ଟି ଆଦାୟ କରିବା ନେଇ ଘୋଷଣା କରିନାହିଁ। କଟନ ମାସ୍କ ଉପରେ ସରକାର 5 ପ୍ରତିଶତ ଜିଏସ୍ଟି ଏବଂ ଅନ୍ୟ ମାସ୍କ ଉପରେ 12 ପ୍ରତିଶତ ଜିଏସଟି ଆଦାୟ କରୁଛନ୍ତି।
24 ଅକ୍ଟୋବରରେ Bikash Dhal ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଖବର ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ମହାମାରୀ ସମୟରେ ଯିଏ ମାସ୍କ, ହ୍ୟାଣ୍ଡୱାସ ଏବଂ ସାନିଟାଇଜର ଉପରେ 18 ପ୍ରତିଶତ ଜିଏସ୍ଟି ଲଗାଉଛି, ସେ ଆପଣଙ୍କୁ ମାଗଣା ଟୀକା କହି କେବଳ ଜୁମଲା ଦେଇପାରିବ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 23ଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତି- Facebook । Archive
ତେବେ କଣ ଭାରତ ସରକାର ମାସ୍କ , ହ୍ୟାଣ୍ଡୱାସ ଏବଂ ସାନିଟାଇଜରରେ 18 ପ୍ରତିଶତ ଜିଏସଟି ଲଗାଇଛି। ପୋଷ୍ଟର ସତ୍ୟତା ଜାଣିବ ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ମାସ୍କ ସମ୍ପର୍କରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। blog.saginfotech ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ମାସ୍କରେ 5ପ୍ରତିଶତ , ସାନିଟାଇଜରରେ 18 ପ୍ରତିଶକ ଏବଂ ହ୍ୟାଣ୍ଡୱ୍ୟାସରେ 18 ପ୍ରତିଶତ ଜିଏସଟି ଭାରତ ସରକାର ଲଗାଯାଉଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- blog.saginfotech । Archive
ଜୁଲାଇ 30, 2020 ରେ cleartax.in ପ୍ରକାଶିତ ହୋଇଥବା ଖବରରେ ମାସ୍କଗୁଡିକ ବିଷୟରେ ସୂଚନା ଦିଆଯାଇଛି। ସରକାର କଟନ ଫେସ୍ ମାସ୍କ ଉପରେ 5 ପ୍ରତିଶତ ଜିଏସ୍ଟି ଏବଂ କଟନ ବ୍ୟତୀତ ଅନ୍ୟ ଫେସ୍ ମାସ୍କ ଉପରେ 12 ପ୍ରତିଶତ ଜିଏସ୍ଟି ଆଦାୟ କରୁଛନ୍ତି। ଏଥିସହ ହ୍ୟାଣ୍ଡୱାସ୍, ସାନିଟାଇଜର ଏବଂ ଗ୍ଲୋଭସ୍ ଭଳି ଜିନିଷ ଉପରେ 18 ପ୍ରତିଶତ ଜିଏସଟି ଆଦାୟ କରାଯାଉଛି। ଅଧିକ ସୂଚନା ପାଇଁ ତଳେ ନିମ୍ନରେ ଦେଖିନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- cleartax.in । Archive
The hindu businessline ପେଜରେ ପ୍ରକାଶିତ ହୋଇଥିବା ଖବରରେ ମାସ୍କ ଏବଂ ସାନିଟାଇଜରର ଜିଏସଟି ସମ୍ପର୍କରେ ଲେଖାଯାଇଛି। କଟନ ମାସ୍କ 5 ପ୍ରତିଶତ, ଭଣ୍ଟିଲେଟର 12 ପ୍ରତିଶତ, ସାନିଟାଇଜର 18 ପ୍ରତିଶତ ଜିଏସଟି ଲାଗାଯାଇଛି। ତେବେ ମାସ୍କ ଉପରେ ଭାରତ ସରକାର 18 ପ୍ରତିଶତ ଜିଏସଟି ଲଗାଇ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-The hindu businessline । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, କଟନ ମାସ୍କ ଉପରେ ସରକାର 5 ପ୍ରତିଶତ ଜିଏସ୍ଟି ଏବଂ ଅନ୍ୟ ମାସ୍କ ଉପରେ 12 ପ୍ରତିଶତ ଜିଏସଟି ଆଦାୟ କରୁଛନ୍ତି।କିନ୍ତୁ ହ୍ୟାଣ୍ଡୱାସ୍, ସାନିଟାଇଜର ଏବଂ ଗ୍ଲୋଭସ୍ ଭଳି ଜିନିଷ ଉପରେ 18 ପ୍ରତିଶତ ଜିଏସଟି ଲଗାଯାଇଛି।

Title:ଭାରତ ସରକାର ମାସ୍କ , ହ୍ୟାଣ୍ଡୱାସ ଏବଂ ସାନିଟାଇଜରରେ 18 ପ୍ରତିଶତ ଜିଏସଟି ଲଗାଇଛି କି?
Fact Check By: Saritadevi SamalResult: False