
୧ ନୋଭେମ୍ବରରେ ଜଣେ ଟୁଇଟର ୟୁଜର ନିଜ ଟୁଇଟର ହେଣ୍ଡେଲରେ ଗୋଟିଏ ଟୁଇଟ ପୋଷ୍ଟ କରିଛନ୍ତି। ହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଏଟିଏମ ରୁ ୪ ଥରରୁ ଅଧିକ ଥର ପଇସା ବାହାର କରିଲେ ୧୫୦ ଟଙ୍କା ଟେକ୍ସ ଏବଂ ୨୩ ଟଙ୍କା ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ।
ଫେକ୍ଟ କୃସେଣ୍ଡୋ ଏହି ଦାବି କୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ହି ପୋଷ୍ଟର?
ପୋଷ୍ଟର କୁହା ଯାଇଅଛି ଯେ, “ATM ରୁ ୪ ରୁ ଅଧିକ ଥର ଟଙ୍କା ଉଠାଇବାରେ ବର୍ତ୍ତମାନ ୧୫୦ ଟଙ୍କା ଟ୍ୟାକ୍ସ ଏବଂ ୨୩ ଟଙ୍କା ସର୍ଭିସ ଚାର୍ଜ ସମୁଦାୟ ୧୭୩ ଟଙ୍କା କଟିବ ! କାହିଁକି ??? ଏ ଟି ଏମ ପିନ ତିଆରି କଲେ ଅଥବା ପିନ୍ ନମ୍ବର ପରିବର୍ତ୍ତନ କଲେ ଚାର୍ଜ ପଡିବ ୫୯ ଟଙ୍କା । ଆଉ ପ୍ରତି ୩ ମାସରେ ପିନ ପରିବର୍ତ୍ତନ ବାଧ୍ୟତା ମୁଳକ”
ଏହି ପୋଷ୍ଟ ଫେସବୁକରେ ମଧ୍ୟ ଭାଇରାଲ ହେଇଛି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ରିଜର୍ଭ୍ ବ୍ୟାଙ୍କ ଅଫ ଇଣ୍ଡିଆ ୱେବସାଇଟରେ ଯାଇ FAQ ପେଜରେ ଏଟିଏମ ଏବଂ ଏଟିଏମ ଜଡ଼ିତ ଅନେକ ପ୍ରଶ୍ନର ଉତ୍ତର ମିଳିଲା। ଏହି ୱେବସାଇଟରେ ଏଟିଏମ ଓ ୱ୍ହାଇଟ ଲେବଲ୍ ଏଟିଏମ ରେ କ୍ଲିକକରିଲା ପରେ ଆମକୁ ଏଟିଏମ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର ମିଳିଲା। ଏଏହି ୱ୍ବସାଇଟରେ କୁହା ଯାଇଅଛି ଯେ ଜଣେ ବ୍ୟକ୍ତି କୌଣସି ମଧ୍ୟ ସହରର ରହୁଥିଲେ ମଧ୍ୟ ମାସକୁ ୫ ଟି ମାଗଣା ଟ୍ରାଞ୍ଜାକ୍ସନ କରି ପାରିବ। ଯଦି ବ୍ୟାଙ୍କର ଏଟିଏମ ବଡ଼ ସହରର ଆଟ ତାହାଲେ ମାତ୍ର ୩ ଟି ମାଗଣା ଟ୍ରାଞ୍ଜାକ୍ସନର ସୁବିଧା ଅଛି। ଏହି ବଡ଼ ସହରର ଲିଷ୍ଟରେ ଭାରାତର ୬ ଟି ସହର ଅଛି – ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, କୋଲକାତା, ବୀଙ୍ଗାଲୁରୁ ଏବଂ ହାଇଦ୍ରାବାଦ।


ଏହା ପରେ ଆମେ ସର୍ଚ କରିଲୁ ଯେ ୫ ଟି ମାଗଣା ଟ୍ରାଞ୍ଜେକ୍ସନ ପରେ ଲୋକଙ୍କୁ ପ୍ରତୟୀକ ଟ୍ରାଞ୍ଜେକ୍ସନ ପାଇଁ କେତେ ପାଇସା ଡବାକୁ ପଡ଼ି ଥାଏ। ରିଜର୍ଭ୍ ବ୍ଯାଙ୍କ କହିବା ଅନୁଯାୟୀ ମାଗଣା ତ୍ରାଞ୍ଜକ୍ସନ କରିଲା ପରେ ଗ୍ରାହକଙ୍କୁ ପ୍ରତ୍ଯେକ ଟ୍ରାଞ୍ଜେକ୍ସନ ପାଇଁ ସର୍ବାଧିକ ୨୦ ଟଙ୍କା ଦେବାକୁ ପଡ଼ିବ।

ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ମାଗଣା ଟ୍ରାଞ୍ଜେକ୍ସନ ବ୍ୟବହାର କରିଲା ପରେ ଗ୍ରାହକଙ୍କୁ ସର୍ବାଧିକ ୨୦ ଟଙ୍କା ପ୍ରତି ଟ୍ରାଞ୍ଜେକ୍ସନ ଦେବାକୁ ପଡ଼ିବ। ସେଥିପାଇଁ ପୋଷ୍ଟରେ କରା ଯାଇଥିବା ଦାବି ଯେ ୪ ରୁ ଅଧିକ ଟ୍ରାଞ୍ଜେକ୍ସନ ପରେ ୧୭୩ ଟଙ୍କା ଚାର୍ଜ ଦେବା କଥା ସମ୍ପୂର୍ଣ ଭାବ ମିଥ୍ୟା ଅଟେ।
ହା ପରେ ଆମ ବିଭିନ୍ନ ବ୍ଯାଙ୍କ ୱେବସାଇଟ ଯାଇ ତାଙ୍କ ଦ୍ଵାରା ପ୍ରତ୍ଯେକ ଟ୍ରାଞ୍ଜେକ୍ସନ ପ୍ରତି ନିର୍ଧାରିତ କରା ଯାଇଥିବା ଚାର୍ଜ ବିଷୟରେ ସର୍ଚ କରିଲୁ। ଆଇ.ସି.ଆଇ.ସି.ଆଇ ବ୍ଯାଙ୍କ ନିଜ ଗ୍ରାହକଙ୍କ ପାଇଁ ଆଇ.ସି.ଆଇ.ସି.ଆଇ ଏଟିଏମରୁ ଟଙ୍କା ଉଠାଅଇବା ପାଇଁ କୌଣସି ଚାର୍ଜ ନିଏ ନାହିଁ। ଅନ୍ୟ ବ୍ୟାଙ୍କ ଏଟିଏମ ରୁ ୫ ଥରରୁ ଅଧିକ ପଇସା ଉଠାଇବା ପରେ ୨୦ ଟଙ୍କା ଚାର୍ଜ ନେଇଥାଏ।

ଏହା ପରେ ଆମେ ଏଚ.ଡି.ଏଫ.ସି ବ୍ୟାଙ୍କ ୱେବସାଇଟ ଯାଇ ବ୍ୟାଙ୍କ ଦ୍ଵାରା ଏଟିଏମ ଟ୍ରାଞ୍ଜେକ୍ସନର ଚାର୍ଜ ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଜାଣିବାକୁପାଇଲୁ ଯେ ଏଚ.ଡି.ଏଫ.ସି ବ୍ୟାଙ୍କ ମେଟ୍ରୋ ସହରରେ ୩ ଟି ଏବଂ ଅନ୍ୟ ସହରରେ ୫ ଟି ମାଗଣା ଟ୍ରାଞ୍ଜେକ୍ସନର ସୁବିଧା ଗ୍ରାହକଙ୍କୁ ଦେଇଛି। ମାଗଣା ଟ୍ରାଞ୍ଜେକ୍ସନ ସୀମା ପରେ ପ୍ରତ୍ଯେକ ଟ୍ରାଞ୍ଜେକ୍ସନ ପାଇଁ ୨୦ ଟଙ୍କା ଚାର୍ଜ ଲାଗେ ବୋଲି ଏଚ.ଡି.ଏଫ.ସି ବ୍ୟାଙ୍କ ୱେବସାଇଟରେ କୁହା ଯାଇଅଛି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟରେ କରା ଯାଇଥିବା ଦାବି ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ। ଭାରତୀୟ ରିଜର୍ଭ୍ ବ୍ୟାଙ୍କ ୱେବସାଇଟରେ ଉପଲବ୍ଧ ଥିବା ସୂଚନା ଅନୁଯାୟୀ ୫ ଟି ମାଗଣା ଟ୍ରାଞ୍ଜେକ୍ସନର ଅନୁମତିପ୍ରାପ୍ତ ହେଇଛି ଏବଂ ଏହାରୁ ଅଧିକ କାରବାର ପାଇଁ ସର୍ବାଧିକ ୨୦ ଟଙ୍କା ଚାର୍ଜ ଦେବାକୁ ପଡ଼ିବ। ବାଣିଜ୍ୟକ ବ୍ୟାଙ୍କ ଗୁଡ଼ିକର ୱେବସାଇଟରେ ମଧ୍ୟ ଏହି ସୂଚନା ଦିଆ ଯାଇଅଛି।

Title:କ’ଣ ବର୍ତମାନ ଏଟିଏମ ରୁ ୪ ଥରରୁ ଅଧିକ ଥର ପାଇସା ବାହାର କରିଲେ ୧୭୩ ଟଙ୍କା ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False