କ’ଣ ବିହାର ନିର୍ବାଚନ ପାଇଁ ହେଉଥିବା ପ୍ରଚାର ସମୟରେ ତେଜସ୍ବୀ ଯାଦବ ଲୋକଙ୍କୁ ଟଙ୍କା ବାଣ୍ଟୁଛନ୍ତି? ଜାଣନ୍ତୁ ସତ୍ୟ।

False Political

ବିହାର ଉପନିର୍ବାଚନ ପ୍ରଚାର ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ସାମନାକୁ ଆସିଛି। ଏହା ମଧ୍ୟରେ ଗୋଟିଏ ଭିଡିଓ ଭାଇରାଲ ହେଇଛି ଯେଉଁଥିରେ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବ ଲୋକଙ୍କୁ ପଇସା ବାଣ୍ଟୁଛନ୍ତି। 

ଫେକ୍ଟ କୃସେଣ୍ଡୋ ଏହି ଭିଡିଓର ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବି କୁ ମିଥ୍ୟା ପ୍ରମାଣ କରିଛି। 

କ’ଣ ଦାବି ଏହି ପୋଷ୍ଟର?

“ଲାଲୁ ପ୍ରସାଦ ଯାଦବଙ୍କ ପୁଅ ଆରଜେଡି ନେତା ତେଜସ୍ଵୀ ଯାଦବଙ୍କୁ କିଛି ଲୋକ ଚୋର ଚୋର କହି ଏମିତି ଗୋଡାଇଲେ ଯେ ସୁରକ୍ଷା କର୍ମୀଙ୍କ ସହ ଲାଙ୍ଗୁଡ଼ ଜାକି ସେ ପ୍ରାଣ ବିକଳରେ କେମିତି ଦୌଡୁଛନ୍ତି ଦେଖନ୍ତୁ ! କାରଣଟା ହେଲା ସେ ବିହାର ନିର୍ବାଚନରେ ଭୋଟ୍ ପାଇଁ ଲୋକଙ୍କୁ ଖୁଲମଖୁଲା ନୋଟ୍ ବାଣ୍ଟୁଥିଲେ ! ଗୋଟିଏ ପଟେ ନେତାଙ୍କ ଗଣତନ୍ତ୍ରକୁ ଖରିଦ କରିବାର ଅପଚେଷ୍ଟା ଆଉ ଅନ୍ୟପଟେ ଜନସାଧାରଣଙ୍କ ଦ୍ୱାରା ଗଣତନ୍ତ୍ରର ରକ୍ଷା ନିମନ୍ତେ ପ୍ରୟାସ !”

Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୩ ଜୁଲାଇରେ ପଞ୍ଜାବ କେଶରୀ ପତ୍ରିକାରେ ଏହି ବିଷୟରେ ପ୍ରକାଶିତ ହେଇଥିବା ଅନୁଛେଦ ମିଳିଲା। ଏହି ଅନୁଛେଦରେ ଅନେକ ଫୋଟୋ ମଧ୍ୟ ପୋଷ୍ଟ କରା ଯାଇଅଛି ଯେଉନଥିରୁ କିଛି ଫୋଟୋ ଦାବି କରା ଯାଇଥିବା ଭିଡିଓର ଦୃଶ୍ୟ ଅଟେ। ଏହି ଅନୁଛେଦରେ କୁହା ଯାଇଅଛି ଯେ ତେଜସ୍ବୀ ଯାଦବ ବିହାରର ବନ୍ୟା ପ୍ରଭାବିତ ଅଞ୍ଚଳ ଦରଭଙ୍ଗାରେ ଯାଇ ଲୋକଙ୍କ ସହିତ ସାକ୍ଷାତ କରିଲେ। ଏହା ପୂର୍ବରୁ ସେ ମଧୁବନୀ ବନ୍ୟା ପ୍ରଭାବିତ ଅଞ୍ଚଳରେ ମଧ୍ୟ ପରିଦର୍ଶନ କରିଥିଲେ। 

PK.jpg

Punjab Kersari | Archive

ଏହା ପରେ ଆମେ ତେଜସ୍ବୀ ଯାଦବଙ୍କର ଫେସବୁକ ପ୍ୟାଜରେ ଯାଇ ପୋଷ୍ଟ କରା ଯାଇଥିବା ଭିଡିଓ ଖୋଜିଲୁ। ତାଙ୍କ ପ୍ୟାଜରେ ଅନେକ ଭିଡିଓ ଦେଖିବାକୁ ମିଳିଲା ଯେଉଁଥିରେ ସେ ବନ୍ୟା ପୀଡ଼ିତ ଲୋକଙ୍କ ସାହାଜ୍ଯ କରୁଛନ୍ତି। ଏହି ଭିଡିଓ ମଧ୍ୟରୁ ଆମକୁ ପୋଷ୍ଟ କରା ଯାଇଥିବା ଭିଡିଓ ମିଳିଲା ଯେଉଁଥିରେ ସେ କହିଛନ୍ତି ଯେ “****”

ୟୁଟ୍ୟୁବରେ ଏହି ବିଷୟରେ ସର୍ଚ କରିଲା ପରେ ଆମକୁ ୨୨ ଜୁଲାଇରେ ଇଣ୍ଡିଆ ଟିଭି ଦ୍ଵାରା ପ୍ରସାରିତ ହେଇଥିବା ଗୋଟିଏ ଭିଡିଓ ମିଳିଲା। ଏହି ଭିଡିଓରେ ତେଜସ୍ଵୀ ଯାଦବ 22 ଜୁଲାଇରେ ଦରଭଙ୍ଗା ଜିଲ୍ଲାରେ ଆସିଥିବା ବନ୍ୟା ଅଞ୍ଚଳର ପ୍ରତିଦର୍ଶନ କରୁଛନ୍ତି। ସେଠାରେ କ୍ୟାମ୍ପରେ ରହୁଥିବା ବନ୍ୟା ପ୍ରଭାବ ଲୋକଙ୍କୁ ସେ ଖାଦ୍ୟ ବାଣ୍ଟୁଥିବା ମଧ୍ୟ ଦେଖିବାକୁ ମିଳିଛି। ବନ୍ୟା କାରଣରୁ ଦରଭଙ୍ଗାର ଅନେକ ଆଞ୍ଚଲ ପାଣିରେ ବୁଡ଼ି ଯାଇଥିଲା। ଏହି ଭିଡିଓରେ ତେଜସ୍ବୀ ଯାଦବ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଲଗାଇ କହିଛନ୍ତି ଯେ “ବନ୍ୟା ପୀଡ଼ିତ ଲୋକଙ୍କ ସେବା ପାଇଁ ସରକାର କିଛି କାମ କରି ନାହିଁ। ଗରିବ ଲୋକଙ୍କ ପାଖରେ ଖାଇବାର ପ୍ରବନ୍ଧ କରା ଯାଇ ନାହିଁ। ତାଙ୍କ ପେଟ ଭରିବା ପାଇଁ ଆମ ପାର୍ଟି ଦ୍ଵାରା ପୁରୀ ଆଉ ତରକାରୀ ବଣ୍ଟା ଯାଉଅଛି। ନିତୀଶ କୁମାର ଅଦୃଶ୍ୟ ହେଇଯାଇଛନ୍ତି।“

ଆମକୁ ତେଜସ୍ବୀ ଯାଦବଙ୍କର ଟୁଇଟର ଏକାଉଣ୍ଟରେ ମଧ୍ୟ ଏହି ଖବର ଟୁଇଟ ହେଇଥିବା ମିଳିଲା। ସେ ଟୁଇଟ କରି କହିଛନ୍ତି ଯେ “ମୁ ବର୍ତମାନ ଚମ୍ପାରଣର ବନ୍ୟା ପ୍ରଭାବିତ ଅଞ୍ଚଲରେ ଅଛି। ବିହାରର 14 ଜିଲ୍ଲାର 972 ପଞ୍ଚାଯତ ଅଞ୍ଚଳ ଏବଂ ୪୦ ଲକ୍ଷ ଲୋକେ ବନ୍ୟା ଯୋଗୁ ପ୍ରଭାବିତ ହେଇଛନ୍ତି କିନ୍ତୁ ବିହାର ମୁଖ୍ୟମନ୍ତ୍ରୀ ୧୩୫ ଦିନରୁ ବର୍ତମାନ ସୁଧା ଲୋକଙ୍କ ସୁଖ ଦୁଖ ବୁଝିବା ପାଇଁ ଆସି ନାହାନ୍ତି। 

Archive

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଭିଡିଓ ଜୁଲାଇ ମାସର ଅଟେ ଏବଂ ତେଜସ୍ବୀ ଯାଦବ ବିହାରରେ ଆସିଥିବା ବନ୍ୟା ପ୍ରଭାବିତ ଲୋକଙ୍କ ସାହାଜ୍ଯ କରୁଛନ୍ତି। ଜଳାଇ ମାସ ପୁରୁଣା ଭିଡିଓକୁ ନିର୍ବାଚାନ ପାଇଁ ପଇସା ବାଣ୍ଟୁଥିବା ଦାବି ସହିତ ଭାଇରାଲ କରା ଯାଉଅଛି। 

Avatar

Title:କ’ଣ ବିହାର ନିର୍ବାଚନ ପାଇଁ ହେଉଥିବା ପ୍ରଚାର ସମୟରେ ତେଜସ୍ବୀ ଯାଦବ ଲୋକଙ୍କୁ ଟଙ୍କା ବାଣ୍ଟୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *