କ’ଣ ଭାଇରାଲ ହେଉଥିବା ଏହି ଫୋଟୋରେ ପୋଲିସ ଅର୍ଣବ ଗୋସ୍ଵାମୀଙ୍କୁ ମାରୁଛନ୍ତି? ଜାଣନ୍ତୁ ସତ।

False Social

ଅର୍ଣବ ଗୋସ୍ଵାମୀଙ୍କ ଇରଫ ହେବା ପରେ ମୁମ୍ବାଇ ପୋଲିସର ତାଙ୍କ ପ୍ରତି ଦୁର୍ବ୍ୟବହାର ଖବର ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବିଷୟ ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏପରି ଗୋଟିଏ ପୋଷ୍ଟ ଆମ ସାମନାକୁ ଆସିଛି ଯେଉଥିରେ ପୋଲିସ ଗୋଟିଏ ବ୍ୟକ୍ତିକୁ ମାରୁଛନ୍ତି। 

ଫେକ୍ଟ କୃସେଣ୍ଡୋ ଏହି ଫୋଟୋର ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି ଏହି ପୋଷ୍ଟର?

୪ ନଭେମ୍ବରରେ ଜଣେ ଫେସବୁକ ୟୁଜର ଦୁଇଟି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଅର୍ଣବ ଗୋସ୍ଵାମୀକୁ ଗିରଫ କରିଲା ପରେ ମୁମ୍ବାଇ ପୋଲିସ ତାଙ୍କ ଉପରେ ଅତ୍ୟାଚାର କରୁକନ୍ତି। ପୋଷ୍ଟରେ କୁହା ଯାଇଅଛି ଯେ ଜଣେ ଦାୟିତ୍ବବାନ ରାଷ୍ଟ୍ରବାଦି ପତ୍ରକାର ଙ୍କ ଉପରେ ଏମିତି ଅତ୍ୟାଚାର ନିହାତି ନିନ୍ଦନୀୟ ,ମହାରାଷ୍ଟ୍ର ପୋଲିସ ଠାକରେ ଏବଂ କଂଗ୍ରେସ ର ଗୁଣ୍ଡା ର ରୂପ ନେଇ ସାରିଛି ଏଭଳି ଗୁଣ୍ଡରାଜ୍ କୁ ଦମନର ଆବଶ୍ୟକତା ରହିଛି #ArnabGoswami 

fb1.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୦ ଜାନୁଆରୀ ୨୦୨୦ ରେ ନ୍ୟୁଜ ୧୮ ପତ୍ରିକାରେ ଏହି ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଏହି ସମ୍ବାଦରେ କୁହା ଯାଇଅଛି ଯେ ଉତ୍ତରପ୍ରଦେଶର ଦେଉରିଆ ଜିଲ୍ଲାର ପୋଲିସ ଜଣେ ଯୁବକଙ୍କୁ ପୋଲିସ ଥାନାରେ ଅତ୍ୟାଚାର କରୁଥିବା ଭିଡିଓ ସାମନାକୁ ଆସିଛି। ମାହେନ ଗ୍ରାମ ଅନ୍ତର୍ଗତ ଆସୁଥିବା ମଦନପୁର ପୋଲିସ ଥାନାରେ ଭିସେଶ୍ଵର ତିଵାରୀ ନାମକ ବ୍ୟକ୍ତି ପୋଲିସ ପାଖରେ ତାଙ୍କ ମୋବାଇଲ ଚୋରୀ ହେବା ମାମଲା ରୁଜୁ କରିଲା ପରେ ପୋଲିସ ଅଭିଯୋଗୀ ସୁମିତ ଗୋସ୍ଵାମୀଙ୍କୁ ଥାନାରେ ବର୍ବରତା ସହିତ ମାରିଥିଲେ। ସେହି ୩ ପୋଲିସକର୍ମୀଙ୍କୁ ଦ୍ୟୁଟିରୁ ନିଲମ୍ବିତ କରା ଯାଇଅଛି। 

news18.jpg

News 18 | Archive

ଏହା ପରେ ଆମେ ୟୁଟ୍ୟୁବରେ ଯାଇ ରହି ଘଟନା ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ୯ ଜାନୁଆରୀ ୨୦୨୦ ମସିହାରେ ଏନଡିଟିଭି ଦ୍ଵାରା ପ୍ରସାରିତ ହେଇଥିବା ଗୋଟିଏ ଭିଡିଓ ମିଳିଲା। ଏହି ଭିଡିଓରେ କୁହା ଯାଇଅଛି ଯେ ଉତ୍ତରପ୍ରଦେଶର ଦେଉରିଆ ଜିଲ୍ଲାରେ ପୋଲିସର ଅତ୍ୟାଚାର ସାମନାକୁ ଆସିଛି। ଭିଡିଓରେ ଜଣେ ମୋବାଇଲ ଚୋରକୁ ମାରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସେହି ଚୋରକୁ ମାରୁଥିବା ୩ ପୋଲିସକର୍ମୀଙ୍କୁ ଦ୍ୟୁଟିରୁ ନିଲମ୍ବିତ କରା ଯାଇଅଛି। 

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟ କରା ଯାଇଥିବା ଫୋଟୋ ଜାନୁଆରୀ ୨୦୨୦ ମସିହାର ଅଟେ। ଏହି ଫୋଟୋ ଉତ୍ତରପ୍ରଦେଶର ଦେଉରିଆ ଜିଲ୍ଲାର ଅଟେ ଯେଉଁଥିରେ ପୋଲିସ ଜଣେ ମୋବାଇଲ ଚୋରକୁ ଅତ୍ୟାଚାର କରୁଛନ୍ତି। ଏହି ପୁରୁଣା ଫୋଟୋକୁ ପୋଲିସ ଅର୍ଣବ ଗୋସ୍ଵାମୀଙ୍କୁ ଅତ୍ୟାଚାର କରୁଥିବା କହି ଭାଇରାଲ କରା ଯାଉଅଛି। 

Avatar

Title:କ’ଣ ଭାଇରାଲ ହେଉଥିବା ଏହି ଫୋଟୋରେ ପୋଲିସ ଅର୍ଣବ ଗୋସ୍ଵାମୀଙ୍କୁ ମାରୁଛନ୍ତି? ଜାଣନ୍ତୁ ସତ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *