କ’ଣ ଶପଥ ଗ୍ରହଣ ସମାରୋହରେ ଜୋ ବିଡେନ ମନମୋହନ ସିଂହଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିଛନ୍ତି? ଜାଣନ୍ତୁ ସତ୍ୟ।

False Political

ଆମେରିକା ନିର୍ବାଚନରେ ଜୋ ବିଡେନଙ୍କ ରାଷ୍ଟ୍ରପତି ପଦ ଜିତିବା ବର୍ତମାନ ସୁନିଶ୍ଚିତ ଅଛି। ବିଡେନ ଆମେରିକାର ୪୬ ରାଷ୍ଟ୍ରାପତି ଭାବରେ ନିଯୁକ୍ତ ହେବେ। ଏହି ସମୟରେ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ବିଡେନ ନିଜ ଶପଥ ଗ୍ରହଣ ସମାରୋହରେ ମନମୋହନ ସିଂହଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ ଦେଇଛନ୍ତି। 

ଫେକ୍ଟ କୃସେଣ୍ଡୋ ଏହି ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପ୍ରମାଣ କରିଛି। 

କ’ଣ ଦାବି ଏହି ପୋଷ୍ଟର?

୯ ନଭେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ଦାବି କରା ଯାଇଅଛି ଯେ ଜୋ ବିଡେନଙ୍କର ଶପଥ ଗ୍ରହଣ ଉତ୍ସବରେ ମନମୋହନ ସିଂହ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ହେବେ। 

fb.jpg

Facebook | Archive

ଏହି ଖବର କିଛି ଅନ୍ଲାଇନ ସମ୍ବାଦରେ ମଧ୍ୟ ଦେଖିବାକୁ ମିଳିଛି। ପ୍ରମେୟ ନ୍ଯୁଜ ମଧ୍ୟ ୯ ନଭେମ୍ବରରେ ଏହି ଖବର ପ୍ରକାଶିତ କରିଛି। 

news7_2.jpg

News 7 | Archive

ଆମ ଅନୁସନ୍ଧନ: 

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଗଣନା ଜାରି ରହିଛି। ବିଡେନ 270 ଠାରୁ ଅଧିକ ଜିତ୍ୟ ସାରି ନିଜ ରାଷ୍ଟ୍ରପତି ହେବା ସୁନିଶ୍ଚିତ କରି ସାରିଛନ୍ତି। କିନ୍ତୁ ବର୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ପରାଜୟ ସ୍ଵୀକାର କରି ନାହାନ୍ତି ଏବଂ ନ୍ୟାୟଳୟରେ ଏହି ରାୟକୁ କ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏପରି ପରିସ୍ଥିତିରେ ବିଡେନଙ୍କ ମନମୋହନ ସିଂହଙ୍କୁ ନିଜ ଶପଥ ଗ୍ରହଣ ସମାରୋହରେ ନିମନ୍ତ୍ରଣ କରିବା ସନ୍ଦେହଜଣକ କଥା ଅଟେ। 

ଏହି ବିଷୟରେ ଆମେ ଇନ୍ଟରନେଟ୍ ରେ ସର୍ଚ କରିଲା ପରେ ମଧ୍ୟ ଆମକୁ ଏହି ବୋଶୟ ନେଇ କୌଣସି ସମ୍ବାଦ ପ୍ରକାଶିତ ହେଇଥିବା ମିଳିଲା ନାହିଁ। 

ସତ୍ୟ ଜାଣିବା ପାଇଁ ଆମେ ଡ. ମନମୋହନ ସିଂହଙ୍କ କାର୍ଜ୍ଯାଲୟରେ ଫୋନ କରି କଥା ହେଳୁ। ମନମୋହନ ସିଂହଙ୍କ କାର୍ଜ୍ଯାଲୟରୁ ଆମକୁ ସୂଚନା ମିଳିଲା ଯେ ଡ. ମନମୋହନ ସିଂହଙ୍କୁ ଜୋ ବିଡେନଙ୍କ ଶପଥ ଗ୍ରହଣ ଉତ୍ସବ ନେଇ କୌଣସି ଆମନ୍ତ୍ରଣ ମିଳି ନାହିଁ। ଆମେରିକାରେ ନିର୍ବାଚନ ବର୍ତମାନ ସାରିଛି ଆଉ ଶପଥ ଗ୍ରହଣ ଉତ୍ସବ ଜାନୁଆରୀ ରେ ଅଛି, ତେବେ ଏତେ ଶୀଗର ନିମନ୍ତ୍ରଣ ଡବା ପ୍ରଶ୍ନ ମଧ୍ୟ ଉଠୁ ନାହିଁ।  

ଶପଥ ଗ୍ରହଣ ଉତ୍ସବରେ ବିଦେଶୀ ମନ୍ତ୍ରୀ ଏବଂ ନେତାଙ୍କୁ ନିମନ୍ତ୍ରଣ ଦିଆ ଯାଏ ନାହିଁ।

ଆମେରିକା ସିନେଟରେ ଉଦ୍ଘାଟନୀ ସମାରୋହର ମିଳିତ କଂଗ୍ରେସ କମିଟି (JCCIC), ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ଆୟୋଜିତ କରିଥାଏ। ଆମେରିକା ରାଷ୍ଟ୍ରପତି ୨୦ ଜାନୁଆରୀ ୨୦୨୧ ରେ ଶପଥ ଗ୍ରହଣ କରିବେ। ୱାଶିଂଟନରେ ହେବାକୁ ଥିବା ଏହି ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଆବଶ୍ୟକ ଅଟେ। ସାଧାରଣ ନାଗରିକ ମାନେ ଏହାକୁ ନିଜ ଅଞ୍ଚଲରେ ସିନେଟର କାର୍ଜ୍ଯାଲୟରୁ ନେଇ ପାରିବେ। ଏହି ସମାରୋହ ପାଇଁ ରାଷ୍ଟ୍ରପତି ମଧ୍ୟ କିଛି ଲୋକଙ୍କୁ ନିମନ୍ତ୍ରଣ ଦେଇଥାନ୍ତି। କିନ୍ତୁ ଅନ୍ୟ ଦେଶର ନେତା ମାନଙ୍କୁ ଏହି ବିଶେଷ ନିମନ୍ତ୍ରଣ ନ ଦେବା ଯୁକ୍ତରାଷ୍ଟ୍ରର ପ୍ରଥା ଅଟେ। 

https://lh4.googleusercontent.com/05W31SW4fw2ZLZTb2E0LBPmJ4t2vQxkphzLnrnj5zePdeCr12SYrAm65r25fgNVMCkIsL6Ig83EJaLzTpvwi6lCvKtcNV-eOzHjHJRE_ZjxvVqM26DCy-_RGqnRADlli89ZJt7ME1HfVN9YQ0g

San Diego Union Tribune

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଜୋ ବିଡେନ ମନମୋହନ ସିଂହଙ୍କୁ ନିଜ ଶପଥ ଗ୍ରହଣ ସମାରୋହର ନିମନ୍ତ୍ରଣ ଦେଇ ନାହାନ୍ତି। ଏହି କଥା ମନମୋହନ ସିଂହଙ୍କ କାର୍ଜ୍ଯାଲୟରେ ଫୋନ କରି ସ୍ପଷ୍ଟ ହେଲା। 

Avatar

Title:କ’ଣ ଶପଥ ଗ୍ରହଣ ସମାରୋହରେ ଜୋ ବିଡେନ ମନମୋହନ ସିଂହଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *