
ବାଲୁକା କଳା ଓଡ଼ିଶାରେ ପ୍ରସିଦ୍ଧଥିବା ବେଳେ ଏହା ଲୋକପ୍ରିୟ କଳାମଧ୍ୟ ଅଟେ। ସୋସିଆଲ ମିଡିଆରେ ଏକ ପିଲାର ବାଲୁକା କଳା ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଇଛି, ଫଟୋରେଥିବା ପିଲାଟି ନିଜର ମୂର୍ତ୍ତି ବନେଇଛି। ଆମ ଅନୁସନ୍ଧାନରେ ଆମକୁ ଭାଇରାଲ ଫୋଟ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
15 ନଭେମ୍ବରରେ Parameswar Satapathy ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଛୋଟ ପିଲା ସହ ବାଲୁକା କଳାର ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ପିଲାଟି ନିଜେ ବାଲିରେ ତାର ମୁର୍ତ୍ତି ବନାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 942 କମେଣ୍ଟ ଏବଂ 4 ହଜାରରୁ ଅଧିକ ଲାଇକ ମିଳିସିରିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଫଟୋରେଥିବା ପିଲାଟି ନିଜର ବାଲୁକା ମୂର୍ତ୍ତି ବାନଇଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ସର୍ଚ୍ଚରେ ଆମ କୁ ଭାଇରାଲ ଫଟୋ Sn Art Sadananda ନାମକ ଜଣେ ଫେସବୁକ ୟୁଜର ପେଜରେ ପୋଷ୍ଟ କରାଯାଇଥିବାର ପାଇଲୁ। ଭାଇରାଲ ଫଟୋ ଫେସବୁକ ପେଜରେ 2 ଜୁନ 2020ରେ ପ୍ରକାଶିତ କରାଯାଇଥିଲା। ପୋଷ୍ଟରେ ଲେଖାଯାଇଛି , ବାଲୁକା କଳାର ଆଜି ଲାଇଭ୍ ପୋଟ୍ରେଟ ଚେଷ୍ଟା (SAND ART Today live portrait try)। ପୋଷ୍ଟର କମେଣ୍ଟରେ ଆମେ ଦେଖଲୁ ଅନେକ ଲୋକ ତାଙ୍କୁ ବାଲୁକା କଳାକୁ ନେଇ ସୁଭେତ୍ସା ଦେଉଥୁବାର ଦେଖଲୁ। ପୋଷ୍ଟରୁ ଜଣା ପଡ଼ୁଛି ଭାଇରାଲ ଫଟୋରେଥିବା ବାଲୁକା କଳା Sn Art Sadananda (ସଦାନନ୍ଦ)ଙ୍କ ଦ୍ୱାରା ନିର୍ମିତ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଏହା ପରେ ଆମେ ତାଙ୍କ ଫେସବୁକରେଥିବା ଅନ୍ୟ କିଛି ପୋଷ୍ଟ ମଧ୍ୟ ଦେଖିଲୁ। ଯେଉଁଥିରେ ତାଙ୍କର ଅନ୍ୟ କିଛି ବାଲୁକା କଳାର ଫଟୋ ମଧ୍ୟ ପୋଷ୍ଟ କରାଯାଇଛି। ତାଙ୍କ ପ୍ରୋଫାଇଲରୁ ଆମେ ସ୍ପଷ୍ଟ ହେଲୁ ଯେ, ସେ ଜଣେ ବଲୁକା କଳାକାର ଅଟନ୍ତି। ଏହାକୁ ନେଇ ଆମେ ତାଙ୍କ ସହ ସମ୍ପର୍କ କରିବା ପାଇଁ ଚେଷ୍ଟା କରିଲୁ କିନ୍ତୁ ସମ୍ପର୍କ ହୋଇପାରିଲା ନାହିଁ। ତଳେ Sn Art Sadanandaଙ୍କର ଭାଇରାଲ ଚିତ୍ରପରି ଅନ୍ୟ କିଛି ବାଲୁକା କଳା ଦେଖନ୍ତୁ।

ଶେଷକଥା-
ଆମ ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋରେଥିବା ପିଲା ତା ନିଜ ବାଲୁକା ମୂର୍ତ୍ତି ବନାଇ ନାହିଁ। ଫଟେରେଥିବା ବାଲୁକା ମୂର୍ତ୍ତି ସଦାନନ୍ଦ ନାମକ ଜଣେ ବାଲୁକା କଳାକାର ପ୍ରସ୍ତୁତ କରିଛନ୍ତି।

Title:ଭାଇରାଲ ଫଟୋରେ ପିଲାଟି ନିଜେ ମାଟିରୁ ତାର ମୂର୍ତ୍ତି ବନାଇଛି? ଜାଣନ୍ତୁ ସତ୍ୟତା ।
Fact Check By: Saritadevi SamalResult: False