
Representative Image
ଭାରତ ଏବଂ ପାକିସ୍ତାନ ମଦ୍ୟରେ ସୀମାରେ ପ୍ରାୟ ସବୁ ଦିନ ଯୁଧ୍ୟ ସ୍ଥିତି ରହି ଥାଏ। ପାକିସ୍ତାନରୁ ଆତଙ୍କବାଦୀ ଭାରତ ଆସି ଭାରତ ଜନତା ଏବଂ ସେନା ଉପରେ ଆକ୍ରମଣ କରିବା ଘଟଣା ପ୍ରାୟ ଦେଖିବାକୁ ମିଳିଥାଏ। ବର୍ତମାନ ସମୟରେ ଭାରତ ପାକିସ୍ତାନ ଅଧିକୃତ କାଶ୍ମୀର ଉପରେ ଆକ୍ରମଣ କରିଥିବା ଖବର ସାମନାକୁ ଆସିଛି। ଏହହୀ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନେକ ନ୍ୟୁଜ ଚ୍ୟାନାଲ ମଧ୍ୟ ଏହି ଖବର ପ୍ରସାରିତ କରିଛନ୍ତି।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୧୯ ନଭେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋସ୍ତ କରି ଦାବି କରିଛନ୍ତି ଯେ “ପିଓକେରେ ଭାରତୀୟ ସେନାର ଏୟାରଷ୍ଟ୍ରାଇକ । ଆତଙ୍କୀଙ୍କୁ ନିପାତ କରିବାକୁ ସେନାର ବଡ ଷ୍ଟ୍ରାଇକ । POK ADGPI – Indian Army”
୧୯ ନଭେମ୍ବରରେ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରସାରିତ ହେଇଥିବା ସମ୍ବାଦ ଅନୁଯାୟୀ ପାକିସ୍ତାନ ଅଧିକୃତ କାଶ୍ମୀର ରେ ଆତଙ୍କବାଦୀ ଲଞ୍ଚ ପ୍ୟାଡ ଉପରେ ଭାରତୀୟ ସୁରକ୍ଷା ବାହିନୀ ପିନ-ପଏଣ୍ଟ ଷ୍ଟ୍ରାଇକ୍ କରିଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ବିଷୟରେ ଟୁଇଟରରେ ଯାଇ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଟୁଇଟରରେ ପିଆଇବି ଫେକ୍ଟ ଚେକ୍ ଟୁଇଟର ହେଣ୍ଡେଲରେ ଏହି ବିଷୟରେ ଟୁଇଟ କରିଛି। ପିଆଇବି କହିବା ଅନୁଯାୟୀ ଅନେକ ଗଣମାଧ୍ୟମ ଦାବିକରିଛି ଯେ ଭାରତୀତ ସଶସ୍ତ୍ର ବାହିନୀ ଏଲଓସି ଉପରେ ସନ୍ଦିଘ୍ଧ ଆତଙ୍କବାଦୀ ଲଞ୍ଚ ପ୍ୟାଡ ଉପରେ ଷ୍ଟ୍ରାଇକ୍ କରିଛି। ପଆଇବି ଏହି ଖବରକୁ ମିଥ୍ୟା କହି ଖଣ୍ଡନ କରିଛି ଏବଂ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଏଲଓସି ରେ ୧୯ ତାରିଖରେ କୌଣସି ଗୁଳିଚାଳନା ହେଇ ନାହିଁ।
୨୦ ନଭେମ୍ବରରେ ସ୍କ୍ରୋଲ୍ ପତ୍ରିକାରେ ପ୍ରକାଶିତ ହେଇଥିବା ଅନୁଛେଦରେ କୁହା ଯାଇଅଛି ଯେ ପାକିସ୍ତାନ ଆତଙ୍କବାଦୀ ଲଞ୍ଚ ପ୍ୟାଡରେ ଭାରତ ପିନ ପଏଣ୍ଟ ଷ୍ଟ୍ରାଇକ୍ କରିଥିବା ଖବରକୁ ଲେଫ୍ଟନାଣ୍ଟ ଜେନେରାଲ ପରମଜିତ ସିଂହ ଖଣ୍ଡନ କରିଛନ୍ତି। ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ ଭାରତ ପିନ ପଏଣ୍ଟ ଷ୍ଟ୍ରାଇକ୍ କରି ଥିବା ଖବର ପ୍ରକାଶିତ କରିଲା ପରେ ଏହି ଖବର ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଥିଲା। ଏହା ଦେଖି ଭାରତ ସେନା ଏହି ଖବର ଖଣ୍ଡନ କରି ସ୍ପଷ୍ଟ ଭାବେ କହିଛି ଯେ ଏଲଓସି ରେ କୌଣସି ପିନ ପଏଣ୍ଟ ଷ୍ଟ୍ରାଇକ୍ କରା ଯାଇ ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଭାରତ ସେନା ଲେଫ୍ଟନାଣ୍ଟ ଜେନେରାଲ ପରମଜିତ ସିଂହ ଏଲଓସି ରେ ପିନ ପଏଣ୍ଟ ଷ୍ଟ୍ରାଇକ୍ ହେଇଥିବା ଖବରକୁ ଖଣ୍ଡନ କରି ଏହା କୁ ମିଥ୍ୟା ବୋଲି କହିଛନ୍ତି। ତାଙ୍କ କହିବା ଅନୁଯାୟୀ ଭାରତ ୧୯ ତାରିଖରେ କୌଣସି ପିନ ପଏଣ୍ଟ ଷ୍ଟ୍ରାଇକ୍ କରି ନାହିଁ।

Title:କ’ଣ ଭାରତ ସେନା ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଲରେ ଆକ୍ରମଣ କରିଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False