
ସୋସିଆଲ ମିଡିଆରେ ଭରତୀୟ ସୈନ୍ୟମାନଙ୍କର ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଫଟୋରେଥିବା ସୈନ୍ୟମାନେ ପାକିସ୍ତାନ ଅଧିକୃତ କାଶ୍ମୀରରେ 200ରୁ ଅଧିକ ଆତଙ୍କିମାନଙ୍କୁ ଦମନ କରିଛନ୍ତି ଏବଂ ସୁରକ୍ଷିତ ଭାବେ ଫେରିଛନ୍ତି। ଆଣ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଛିବା ଦାବି ମିଥ୍ୟା ପ୍ରମାଣିତ ହେଲ।
19 ନଭେମ୍ବରରେ Bablu Mohanty ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ବର୍ତ୍ତମାନ ଅର୍ଥାତ୍ 19 ନଭେମ୍ବରରେ ଫଟୋରେଥିବା ସୈନ୍ୟମାନେ ପାକିସ୍ତାନ ଅଧିକୃତ କାଶ୍ମିରରେ 200ରୁ ଅଧିକ ଆତଙ୍କିମାନଙ୍କୁ ଦମନ କରିଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 115ଥର ସେୟାର କରାଯିବା ସହ 283 ଲାଇକ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ ଫଟୋରୋଥିବା ସୈନ୍ୟମାନେ କଣ 19 ନଭେମ୍ବରରେ ପାକିସ୍ତାନ ଅଧିକୃତ କାଶ୍ମିରରେ 200ରୁ ଅଧିକ ଆତଙ୍କିଙ୍କୁ ଦମନ କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। Indian defence review ପେଜରେ ଭାଇରାଲ ଫଟୋ ପାଇଲୁ। ଯାହାକି 7 ଅଗଷ୍ଟ 2015ରେ ପ୍ରକାଶିତ କରାଯାଇଛି। ଏଥିରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋ ବର୍ତ୍ତମାନର ନୁହେଁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Indian defence review । Archive
pinterest ପେଜରେ ମଧ୍ୟ ଭାଇରାଲ ଫଟୋ ରାଇଲୁ। ପୋଷ୍ଟରେ ଲେଖାଯାଇଛି ଯେ, ଇନଷ୍ଟାଗ୍ରାମରେ ଭାରତୀୟ ସୈନ୍ୟ ଦ୍ୱାରା 18 ମେ 2017ରେ ପୋଷ୍ଟ କରିଥିଲେ। ଏହା କୁ ଅଲଗା ଅଲଗା ପେଜରେ ଅନେକଥର ସେୟାର କରାଯାଇଛି। ତେବେ ଭାଇରାଲ ଫଟୋ ବର୍ତ୍ତମାନର ନୁହେଁ ବୋଲି ଆମେ ସ୍ପଷ୍ଟ ହେଲୁ। ଭାଇରାଲ ଫଟୋ Topyaps ପେଜରେ ମଧ୍ୟ ଦେଖନ୍ତୁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- pinterest । Archive । Topyaps
ଏହା ପରେ ଆମକୁ ANI ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ ମିଳିଲା। ଯେଉଁଥିରେ ଲେଖାଯାଇଛି ଯେ, 19 ନଭେମ୍ବରରେ ଭାରତୀୟ ସୈନ୍ୟ ଦ୍ୱାରା ଏଲଓସିରେ କୌଣସି ସଂଘର୍ଷ କିମ୍ବା ହମଲା ହୋଇ ନାହିଁ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ANI ର ଅନ୍ୟ ଏକ ଟ୍ୱିଟର ପୋଷ୍ଟରେ ମଧ୍ୟ ଆମେ ଏହି ଖବର ପାଲୁ। ଖବର ଅନୁସାରେ ପାକିସ୍ତାନ ଅଧିକୃତ କାଶ୍ମୀରରେ (PoK) ନିୟନ୍ତ୍ରଣ ରେଖା ଦେଇ ଭାରତୀୟ ସେନା ଆକ୍ରମଣ କରିଥିବା ଖବର ମିଥ୍ୟା ହୋଇଥିବା କଥା ଭାରତୀୟ ସେନା ମହାନିର୍ଦ୍ଦେଶକ ସାମରିକ ଅପରେସନ୍ ଜେନେରାଲ୍ ପରମଜିତ୍ ସିଂ ସ୍ପଷ୍ଟ କରିଛନ୍ତି। ତଳେ ଲିଙ୍କ ଦେଖନ୍ତୁ।
ଏଥିରୁ ସ୍ପଷ୍ଟ ହେଉଛି ଯେ, 19 ନଭେମ୍ବରରେ ଭାରତିୟ ସୈନ୍ୟ ପାକିସ୍ତାନ ଅଧିକୃତ କାଶ୍ମୀରରେ କୌଣସି ପ୍ରକାର ଆକ୍ରମଣ କରିନାହାନ୍ତି।
ଶେଷକଥା-
ଆମ ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ପୁରୁଣା ଫଟୋକୁ ସୈନ୍ୟମାନେ 19 ନଭେମ୍ବରରେ ପାକିସ୍ତାନ ଅଧିକୃତ କାଶ୍ମିରରେ 200ରୁ ଅଧିକ ଆତଙ୍କିଙ୍କୁ ଦମନ କରିଥିବା ଦାବିରେ ଭାଇରାଲ କରାଯାଉଛି। ଏହା ଭାରତୀୟ ସେନା ସ୍ପଷ୍ଟ କରିଛି ଯେ, 19ରେ ଏପରି କୌଣସି ଆକ୍ରମଣ ହୋଇ ନାହିଁ।

Title:ଭାରତୀୟ ସୈନ୍ୟମାନେ 19 ନଭେମ୍ବରରେ ପାକିସ୍ତାନ ଅଧିକୃତ କାଶ୍ମିରରେ 200ରୁ ଅଧିକ ଆତଙ୍କିଙ୍କୁ ଦମନ କରିଛନ୍ତି କି ?
Fact Check By: Saritadevi SamalResult: False