
୨୫ ନଭେମ୍ବର ୨୦୨୦ ରେ ଆର୍ଜେଣ୍ଟିନା ଫୁଟବଲ୍ ଖେଳାଳି ଡିୟେଗୋ ମାରାଡୋନାଙ୍କ ଦେହାନ୍ତ ହେଇଛି। ସେହି ଦିନଠାରୁସୋସିଆଲ ମିଡିଆରେ ବିଭିନ୍ନ ଶ୍ରଦ୍ଧାଞ୍ଜଳି ପୋଷ୍ଟ ପ୍ରସାରିତ ହେଉଛି। ଏହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଗୋଟିଏ ଟୁଇଟର ସ୍କ୍ରିନଶଟ ଭାଇରାଲ ହେଉଛି ଯେଉଁଥିରେ ସେ ମାରାଡୋନା ଏବଂ ଗାୟିକା ମାଡୋନା ମଧ୍ୟରେ ନିଜକୁ ଦ୍ଵନ୍ଦରେ ପାଇଲେ।
ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୨୬ ନଭେମ୍ବରରେ ଜେନ ଫେସବୁକ ୟୁଜର ଡୋନାଲ୍ଡ ଟ୍ରମ୍ଫଙ୍କ ନାମରେ ଗୋଟିଏ ଟୁଇଟ ପୋଷ୍ଟ କରିଛନ୍ତି ଯେଉଁଥିରେ ଡୋନାଲ୍ଡ ଟ୍ରମ୍ଫ ଲେଖିଛନ୍ତି ଯେ ସେ ମାରାଡୋନାଙ୍କ ଦେହାନ୍ତରୁ ଅତ୍ୟାନ୍ତ ଦୁଖିତ। ସେ ୧୯୮୦ ମସିହାରୁ ମାରାଡୋନାଙ୍କ ଗୀତ ସୁଣୀ ଆସିଛନ୍ତି। ସେ ଜେନ ମାହାନ ବ୍ୟକ୍ତି ଥିଲେ ଏବଂ ତାଙ୍କ ଗାୟିକା ବିଶ୍ଵ ପ୍ରସିଦ୍ଧ ଥିଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଟୁଇଟରରେ ଯାଇ ଡୋନାଲ୍ଡ ଟ୍ରମ୍ଫଙ୍କ ଅଫିସିଆଲ ଏକାଉଣ୍ଟରେ ଟୁଇଟ ସର୍ଚ କରିଲୁ। ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଡୋନାଲ୍ଡ ଟ୍ରମ୍ଫ ମାରାଡୋନାଙ୍କ ଦେହାନ୍ତକୁ ନେଇ କୌଣସି ଟୁଇଟ କରି ନାହାନ୍ତି। ଡୋନାଲ୍ଡ ଟ୍ରମ୍ଫଙ୍କ ଫେସବୁକ ଏକାନ୍ତରେ ମଧ୍ୟ ଆମକୁ ମାରାଡୋନାଙ୍କ ବିଷୟ ନେଇ କୌଣସି ପୋଷ୍ଟ ମିଳିଲା ନାହିଁ।
ଏହା ପରେ ଆମେ ଡୋନାଲ୍ଡ ଟ୍ରମ୍ଫଙ୍କ ଦ୍ଵାରା କରା ଯାଇଥିବା ଅନ୍ୟ ଟୁଇଟ ସହିତ ପୋଷ୍ଟ କରା ଯାଇଥିବା ଟୁଇଟର ତୁଳନା କରିଲୁ। ତୁଳନା କରିଲା ପରେ ଆମେ ଦୁଇଟି ଟୁଇଟ ମଧ୍ୟରେ ଅନ୍ତର ଦେଖିବାକୁ ପାଇଲୁ। ଆମେ ଲକ୍ଷ କରିଲୁ ଯେ ସ୍କ୍ରିନଶଟ ଟୁଇଟରେ ଭାଇରାଲ ହେଇଥିବା ନାମ ଏବଂ ଅକ୍ଷର ମଧ୍ୟରେ କିଛି ଅସାଧାରଣ ସ୍ଥାନ ରହିଛି ଯାହା ଟ୍ରମ୍ଫଙ୍କ ଅଫିସିଆଲ ଟୁଇଟର ହେଣ୍ଡେଲର ସାଧାରଣ ଟୁଇଟରେ ଥାଏ ତାହା ନୁହେଁ। ଭାଇରାଲ ସ୍କ୍ରିନଶଟକୁ ଏଡିଟ୍ କରି ପୋଷ୍ଟ କରା ଯାଇଅଛି।
ଆମେ ଏହି ବିଷୟ ନେଇ ଗୁଗୁଲରେ ସର୍ଚ କରିଲା ପରେ ଆମକୁ ଗୋଟିଏ ୱେବସାଇଟ ମିଳିଲା ଯେଉଁଠାରେ ଟ୍ରମ୍ଫଙ୍କ ସମସ୍ତ ଟୁଇଟ ସଂଗୃହିତ ହୋଇଛି , କିନ୍ତୁ ସେହି ୱେବସାଇଟରେ ଟ୍ରମ୍ଫଙ୍କ ମାରାଡୋନା ବିଷୟରେ କୌଣସି ଟୁଇଟ ଦେଖିବାକୁ ମିଳି ନାହିଁ।
ତଳେ ଦିଆ ଯାଇଥିବା ଫୋଟୋର ଆପଣ ଅସଲି ଟୁଇଟ ଆଉ ନକଲି ଟୁଇଟ ମଶୀରେ ଅନ୍ତର ସ୍ପଷ୍ଟ ଭାବରେ ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଡୋନାଲ୍ଡ ଟ୍ରମ୍ଫ ଡିୟେଗୋ ମାରାଡୋନାଙ୍କ ଦେହାନ୍ତ କୁ ନେଇ କୌଣସି ଟୁଇଟ କରି ନାହାନ୍ତି। ପୋଷ୍ଟ କରା ଯାଇଥିବା ଟୁଇଟକୁ ଏଡିଟ୍ କରି ଗୁଜବ ସୃଷ୍ଟି କରା ଯାଇଅଛି।

Title:କ’ଣ ଡୋନାଲ୍ଡ ଟ୍ରମ୍ଫ ମାରାଡୋନାଙ୍କୁ ମାଡୋନା ଭାବି ଏପରି ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Misleading