
୨୫ ନଭେମ୍ବରରେ ତାମିଲନାଡ଼ୁରେ ଆସିଥିଲା ନିଭାର ବାତ୍ୟା। ନ୍ୟ ଖବର ପରି ଏହି ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବନ ଭିଡିଓ ଭାଇରାଲ ହେଉଛୁ। ବାତ୍ୟା ପର ଦୃଶ୍ୟ କହି ଗୋଟିଏ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ରାସ୍ତାରେ ତିବ୍ର ଗତିରେ ବହୁ ଥିବା ପାଣି ମଧ୍ୟରେ କିଛି ଲୋକ ରସୀ ସାହାଜ୍ଯତାରେ ରାସ୍ତାର ଗୋଟିଏ ପଟୁ ଅନ୍ୟ ପାଟକୁ ଯାଉଥିବା ଦେଖିବାକୁ ମିଳିଛି।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୨୭ ନଭେମ୍ବରରେ ଗଞ୍ଜାମ ଟିଭି ନାମକ ଗୋଟିଏ ଫେସବୁକ ଏକାଉଣ୍ଟରେ ଗୋଟିଏ ଭିଡିଓ ପୋଷ୍ଟ କରା ଯାଇଅଛି ଯେଉଁଥିରେ ତିବ୍ର ଗତିରେ ବହୁଥିବା ପାଣି ମଧ୍ୟରେ କିଛି ଲୋକ ରସି ସାହାଜ୍ଯତାରେ ରାସ୍ତା ପାର କରୁଛନ୍ତି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ନିଭାର ତୁଫାନ କାରଣରୁ ତାମିଲନାଡ଼ୁରେ ପ୍ରବଳ ବର୍ଷା ବନ୍ୟାରେ ପରିଣତ ହେଇଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟ କରା ଯାଇଥିବା ଭିଡିଓକୁ ଇନଭିଡ ୱି ଭେରିଫାଇ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ୟାଣ୍ଡେକ୍ସ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୧ ଡିସେମ୍ବର ୨୦୧୫ ମସିହାରେ ଏହି ଭିଡିଓ ୟୁଟ୍ୟୁବରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓ ଫୁଟନୋଟ୍ ରେ କୁହା ଯାଇଅଛି ଯେ ଏହି ଭିଡିଓ ପୋଥେରୀ ପୋଖରୀ ବନ୍ୟା ହେବାର ୧୭ ଘଣ୍ଟା ପର ଦୃଶ୍ୟ।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ୨ ଡିସେମ୍ବର ୨୦୧୭ ମସିହାରେ ଦି ହିନ୍ଦୁ ପତ୍ରକାରେ ୨୦୧୫ ମସିହାରେ ଚେନ୍ନାଇରେ ଆସିଥିବା ବନ୍ୟା ବିଷୟରେ ସମ୍ବାଦ ପ୍ରକାଶିତ ହେଇଛି। ଏହି ସମ୍ବାଦରେ କୁହା ଯାଇଅଛି ଯେ ୨୦୧୫ ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଚେନ୍ନାଇରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ଦେଖା ଯାଇଥିଲା। ନାଗରିକ ମାନେ ଏକତ୍ରିତ ହୋଇ ନିଜ ଘରେ ଫଶୀ ରହିଥିଲେ। ବନ୍ୟା ପାନୋ ବିପଦଜଣକ ସ୍ତରକୁ ବୃଦ୍ଧି ପାଇ ଥିଲା। ବନ୍ୟା ପରିସ୍ଥିତି ବିଷୟରେ ଚେତାବନୀ ଅଭାବରୁ ଭିନ୍ନଖ୍ଯମକଙ୍କ ପାଇଁ ଏହା କଷ୍ଟସାଧ୍ୟହୋଇ ପଡ଼ିଥିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋଷ୍ଟରେ ଥିବା ଭିଡିଓର ଚଳିତ ବର୍ଷରେ ନିଭାର ବାତ୍ୟା ସହିତ କୌଣସି ସମ୍ବନ୍ଧ ନାହିଁ। ପୋଷ୍ଟ କରା ଯାଇଥିବା ଭିଡିଓ ୨୦୧୫ ମସିହାରେ ଚେନ୍ନାଇରେ ଆସିଥିବା ବନ୍ୟାର ଭିଡିଓ ଅଟେ। ପୁରୁଣା ଭିଡିଓକୁ ବର୍ତମାନ ସମୟର କହି ଗୁଜବ ସୃଷ୍ଟି କରା ଯାଉଅଛି।

Title:କ’ଣ ପୋଷ୍ଟ କରା ଯାଇଥିବା ଭିଡିଓ ତାନିଳନାଡ଼ୁରେ ଆସିଥିବା ନିଭାର ବାତ୍ୟାର ଦୃଶ୍ୟ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False