
ଜାତୀୟ ସଙ୍ଗୀତ ହେଉଛି ଗୋଟିଏ ଦେଶର ଗର୍ବ। ସମସ୍ତଦେଶର ଜାତୀୟ ସଙ୍ଗୀତ ପଛରେ ସେହି ଦେଶର ଇତିହାସ ଯୁଡ଼ି ହୋଇ ରହି ଥାଏ। ଆମେ ମଧ୍ୟ ଛୁଆ ସମୟରୁ ପଢି ଆସିଛୁ ଯେ ଭାରତର ଜାତୀୟ ସଙ୍ଗୀତ ରବୀନ୍ଦ୍ରନାଥ ଟାଗୋର ଲେଖିଛନ୍ତି। କିନ୍ତୁ ବର୍ତମାନ ସୋସିଆଲ ମିଡିଆରେ ଏହି ବିଷୟନେଇ ଗୋଟିଏ ପୋଷ୍ଟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଭାରତର ଜାତୀୟ ସଙ୍ଗୀତ ଟାଗୋର ନୁହେଁ, ସୁଭାଷଚନ୍ଦ୍ର ବୋଷ ଲେଖି ଥିଲେ।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ପ୍ପୋଷ୍ଟର?
୩୦ ନଭେମ୍ବରରେ ଜଣେ ଫେସବୁକ ୟୁଜର ଭାରତର ଜାତୀୟ ସଙ୍ଗୀତର ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ “ନେତାଜୀ ସୁବାଷ ବୋଷ ଙ୍କ ଦ୍ବାରା ରବୀନ୍ଦ୍ରନାଥ ଠାକୁର ଙ୍କ ଦ୍ବାରା ଜତୀୟ ସଂଗୀତ ୧୯୪୯ ଭର୍ସନ ଜନ ଗଣ ମନଅଧିନାୟକ କୁ (ପଞ୍ଚମ_ଜର୍ଜଙ୍କ ସ୍ବାଗତ ପାଇଁ ରଚିତ ଥିଲା) ମୂଳ ତାଳରେ ରଖି ତାହାର ଲେଖାକୁ ବଦଳେଇ ଯେଉଁ ନୁଆ ଜାତୀୟ ସଂଗୀତକୁ ଗ୍ରହଣ କରିଥିଲେ ତାହାକୁ ବର୍ତ୍ତମାନ ବଦଳେଇବା ନିହାତି ଆବଶ୍ୟକ ।”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭରତର ଜାତୀୟ ସଙ୍ଗୀତ “ଜନ ଗଣ ମନ” ଇତିହାସ ବିଷୟରେ ଗୁଗୁଲରେ ସର୍ଚ କରିଲୁ। ଆମ ଅନୁସନ୍ଧାନରେ ଆମେ ଖୋଜିଲୁ ଯେ ଭାରତ ଜାତୀୟ ସଙ୍ଗୀତ କେବେ ଲେଖା ଯାଇଥିଲା, କିଏ ଲେଖିଥିଲେ ଏବଂ ଏହାକୁ ଜାତୀୟ ସଙ୍ଗୀତ ବୋଲି କେବେ ସ୍ଵୀକାର କରା ଯାଇଥିଲା।
ଗୁଗୁଲରେ ଯାଇ ଏହି ବିଷୟରେ ସର୍ଚ କରିଲା ପରେ ଆମକୁ ଭାରତ ସରକାରର ୱେବସାଇଟରେ ଏହି ବିଷୟରେ କିଛି ତଥ୍ୟ ମିଳିଲା। ୱେବସାଇଟରେ କୁହା ଯାଇଅଛି ଯେ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ଵାରା ବଙ୍ଗଳା ଭାଷାରେ ରଚନା ହୋଇଥିଲା। ଏହାର ହିନ୍ଦୀ ସଂସ୍କରଣ କୁ ୨୪ ଜାନୁଆରୀ ୧୯୫୦ ମସିହାରେ ବିଧାନସଭାରେ ଭାରତର ଜାତୀୟ ସଙ୍ଗୀତ ଭାବରେ ଗ୍ରହଣ କରା ଯାଇଥିଲା। ଏହାକୁ ପ୍ରଥମେ ୨୭ ଡିସେମ୍ବର ୧୯୧୧ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର କୋଲକାତା ଅଧିବେଶନରେ ଗାଁ କରା ଯାଇଥିଲା। ସମ୍ପୂର୍ଣ ଗୀତଟି ୫ଟି ସ୍ତର ନେଇ ଗଠିତ ହେଇଛି। ପ୍ରଥମ ସ୍ତରରେ ଜାତୀୟ ସଙ୍ଗୀତର ସମ୍ପୂର୍ଣ ସମ୍ପୂର୍ଣ ସଂସ୍କରଣ ରହିଛି। ଜାତୀୟ ସଙ୍ଗୀତର ପୂର୍ଣ ସଂସ୍କରଣର ଗାଇବା ସମୟ ପ୍ରାୟ ୫୨ ସେକେଣ୍ଡ ରହିଛି। ଏହାର ପ୍ରଥମ ଏବଂ ସେଶ ଧାଡ଼ିଗୁଡ଼ିକୁ ନେଇ ଗଠିତ ଏକ ସଂକ୍ଷିପ୍ତ ସଂସ୍କରଣ ମଧ୍ୟ ଅଛି ଯାହାର ଗାଇବା ସମର ପ୍ରାୟ ୨୦ ସେକେଣ୍ଡ ରଖା ଯାଇଅଛି।

ଆଇ.ଏନ.ଏ ଜଡ଼ିତ କିଛି ତଥ୍ୟ:
ଏହା କେବେ ସ୍ଥାପିତ ହେଇଥିଲା: ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ଗୋଟିଏ ସରକାରୀ ୱେବସାଇଟ ମିଳିଲା ଯେଉଁଥିରେ ଲେଖା ଯାଇଅଛି ଯେ ଜାପାନ ସାହାଜ୍ଯତାରେ ଆଇ.ଏନ.ଏ ୧୯୪୨ ମସିହାରେ ସ୍ଥାପିତ ହେଇଥିଲା। ଏହି ୱେବସାଇଟରେ ଏହା ମଧ୍ୟ କୁହା ଯାଇଅଛି ଯେ ଜାପାନ ସହିତ ମିଳିତ ଭାବେ କାର୍ଯ୍ୟ କରୁଥିବା ସୁଭାସଚନ୍ଦ୍ର ବୋଷଙ୍କ ସୈନ୍ୟ ସାମରିକ ଅନୁପ୍ରବେଶ, ଗୁପ୍ତଚର ଏବଂ ବ୍ରିଟିଶ ବିରୋଧୀ ପ୍ରଚାରରେ ନିଯୋଜିତ ହେବା ପାଇଁ ଉଦ୍ଦିଷ୍ଟ ଥିଲେ। ବର୍ମାରେ ଭାରତୀୟ ସ୍ଵାଧୀନତା ଲିଗ୍ ମୁଖ୍ୟତ ଭାରତୀୟ ସଂଖ୍ୟାଲଘୁଙ୍କୁ ବର୍ମା ଶତ୍ରୁତାରୁ ରକ୍ଷା କରିବା ପାଇଁ ଚିନ୍ତିତ ଥିଲେ। ୧୯୪୩ ମସିହାରେ ସୁଭାଷଚନ୍ଦ୍ର ବୋଷ ଆଇ.ଏନ.ଏ ର ନେତୃତା ଗ୍ରହଣ କରିଥିଲେ।
ବର୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହେଇଛି ଯେ ଭାରତ ଜାତୀୟ ସଙ୍ଗୀତ ପ୍ରଥମ ଥର ୧୯୧୧ ମସିହାରେ ଗାନ କରା ଯାଇଥିଲା କିନ୍ତୁ ସୁଭାଷଚନ୍ଦ୍ରଙ୍କ ନେତୃଟରେ ଥିବା ଆଇ.ଏନ.ଏ ୧୯୪୨ ମସିହାରେ ସ୍ଥାପିତ କରା ଯାଇଥିଲା। ଏହି ସୂଚନା ମାଧ୍ୟମରୁ ପ୍ରମାଣ ହେଲାଜେ ଭାରତର ଜାତୀୟ ସଙ୍ଗୀତ ଆଇ.ଏନ.ଏ ସ୍ଥାପିତ ହେବା ଅନେକ ବର୍ଷ ପୂର୍ବରୁ ଲେଖା ଯାଇଥିଲା। ସେଥିପାଇଁ ଟାଗୋରଙ୍କ ଦ୍ଵାରା ସୁଭାଷଚନ୍ଦ୍ର ବୋଷଙ୍କ ଜାତୀୟ ସଙ୍ଗୀତର ସଂସ୍କରଣକୁ ବଦଳାଈଥିବା ପ୍ରଶ୍ନ ମଧ୍ୟ ଉଠୁନାହିଁ।

ଜାତୀୟ ସଙ୍ଗୀତ କାହା ଦ୍ଵାରା ରଚିତ?
ଏହା ପରେ ଆମକୁ ରିଡିଫ୍ ୱେବସାଇଟରେ ଆଇ.ଏନ.ଏ ର କ୍ଯାପଟେନ ରାମ ସିଂହଙ୍କ ଦ୍ଵାରା କୁହା ଯାଇଥିବା ବିବୃତ୍ତି ମିଳିଲା। ରାମ ସିଂହ କହିଛନତି ଯେ “ନେତାଜୀନ ନେତୃଟରେ ଭାରତରେ ଇଂରାଜୀ ଶାସନର ସ୍ତମ୍ବ ହଳୀ ଯାଇଥିଲା। ସେ ତାଙ୍କ ଚିନ୍ତାଧାରା ଏବଂ ଭାଷଣ ଦ୍ଵାରା ଆମକୁ ପ୍ରେରଣା ଦେଉଥିଲେ। ସେ ଆମକୁ ଏହା ସ୍ମରଣ କରାଇ ଥିଲେ ଯେ ଇଂରେଜଙ୍କ ଶତ୍ରୁ ଠାରୁ ସାମରିକ ସାହାୟତା ନେଇ ଭାରତ ଜାଗ୍ରତ ହେବ ଏବଂ ବିଶ୍ଵଯୁଧ୍ୟର ଲାଭ ଉଠାଇବା ପାଇଁ ଏହା ଉପଯୁକ୍ତ ସମୟ। ମୁ ମାନେ ରଖିଚି ଯେ ୧୯୪୩ ମସିହାରେ ନେତାଜୀ ସିଙ୍ଗାପୁରର କ୍ୟାଥେ ବିଲଡିଙ୍ଗ ଆସିଥିଲେ ଏବଂ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ଵାରା ରଚିତ ବଙ୍ଗଳା ଭାଷା ଗୀତର ଅନୁବାଦ ହେଇଥିବା ଏକ ଗୀତ ପାଇଁ ସଙ୍ଗୀତ ରଚନା କରିବାକୁ କହିହଥିଲେ। ସେ ମତେ ଏହି ଗୀତକୁ ଗୋଟିଏ ମାର୍ଶାଲ୍ ସଙ୍ଗୀତ ଦେବାକୁ କହିଥିଲେ ଯାହା ଲୋକଙ୍କୁ ଜାଗ୍ରତ କରିବ। ସେହି ସଙ୍ଗୀତର ହିନ୍ଦୀ ସଂସ୍କରଣ ହେଲା ଶୁଭ, ସୁଖ ଶୃଙ୍ଖଳା କି ବର୍ଖା ବର୍ଷେ, ଭାରତ ଭାଗ୍ୟ ହେ ଜାଗା। ଏହି ଅନୁବାଦ ନେତାଜୀ ଏବଂ ତାଙ୍କର ଘନିଷ୍ଟ ବନ୍ଧୁ ଅବିଦ୍ ହସନ, ମମତାଜ ହୁସେନ ଏବଂ ଭୋସ୍ଲେ ଦ୍ଵାରା ମିଳିତ ଭାବରେ କରା ଯାଇଥିଲା। ମୁଁ ଏହାର ସଙ୍ଗୀତ ରଚନା କରିଥିଲି। ଏହା ମୋ ପାଇଁ ଏକ ସ୍ମରଣୀୟ ମୂହୁର୍ତ୍ତ ଥିଲା ଯେତେବେଳେ ଜବାହାର ଲାଲ ନେହରୂ ଦିଲ୍ଲୀରେ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ମତେ ଏହି ସଙ୍ଗୀତ ବଜାଇବାକୁ କହିଥିଲେ। ବଙ୍ଗଳା ଭାଷାରେ ଟାଗୋରଙ୍କ ମୂଳ ଜାତୀୟ ସଙ୍ଗୀତ ଭାବରେ ମନୋନୀତ ହୋଇଥିବା ବେଳେ ମୋ ଦ୍ଵାରା ରଚିତ ଏହାର ସଙ୍ଗୀତକୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରା ଯାଇଥିଲା।“

ଆଇ.ଏନ.ଏ ଦ୍ଵାରା ରଚିତ ସଙ୍ଗୀତ ତଳେ ଲିଙ୍କରେ କ୍ଲିକ୍ କରି ଦେଖନ୍ତୁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଭାରତର ଜାତୀୟ ସଙ୍ଗୀତ ଆଇ.ଏନ.ଏ ସ୍ଥାପିତ ହେବା ଅନେକ ବର୍ଷ ପୂର୍ବରୁ କୋଲକାତାରେ ଗାନ କରା ଯାଇଥିଲା। ଆଇ.ଏନ.ଏ କ୍ଯାପଟେନ ରାମ ସିଂହଙ୍କ କହିବା ଅନୁଯାୟୀ ସୁଭାଷ ବୋଷ ତାଙ୍କ ଘନିଷ୍ଟ ସାଙ୍ଗ ମାନଙ୍କ ସହିତ ସାହାୟତାରେ ଟାଗୋରଙ୍କ ଦ୍ଵାରା ରଚିତ ଜାତୀୟ ସଙ୍ଗୀତର ଅନୁବାଦ କରିଥିଲେ।

Title:କ’ଣ ରବୀନ୍ଦ୍ରନାଥ ଟାଗୋରେ ସୁଭାଷଚନ୍ଦ୍ର ବୋଷଙ୍କ ଜାତୀୟ ସଙ୍ଗୀତର ସଂସ୍କରଣକୁ ବଦଳାଈ ଘୋଷଣା କରିଥିଲେ ଯେ ସେ ଜାତୀୟ ସଙ୍ଗୀତ ଲେଖିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False