କ’ଣ କୃଷକ ଆନ୍ଦୋଳନ ମଧ୍ୟରେ ମୋଦୀଜି ଯୋଗ କରୁଛନ୍ତି? ଜାଣନ୍ତୁ ସତ୍ୟ।

Explainer Political

କୃଷି ଆଇନ ବିରୁଦ୍ଧରେ ବର୍ତମାନ ଦେଶ ସାରା ଆନ୍ଦୋଳନ ଚାଲିଛି। ସରକାର ବିରୋଧୀ ଲୋକମାନେ ଏହି ପରିସ୍ଥିତିର ସୁଯୋଗ ନେଉଛନ୍ତି ଏବଂ ଅନେକ ନକଲି ପୋଷ୍ଟ ଏବଂ ଭିଡିଓ ଭାଇରାଲ କରୁଛନ୍ତି। ବର୍ତମାନ ଗୋଟିଏ ପୋଷ୍ଟ ସାମନାକୁ ଆସିଛି ଯେଉଁଥିରେ ମୋଡିଜି ଆନ୍ଦୋଳନ ମଧ୍ୟରେ ଯୋଗ କରିବା ଦେଖିବାକୁ ମିଳିଛି। 

ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟରେ ଥିବା ଦାବିର ଅନୁସନ୍ଧାନ କରି ଏହାକୁ ମିଥ୍ୟା ବୋଲି ପାଇଲା।  

କ’ଣ ଦାବି ଏହି ପୋଷ୍ଟର?

୯ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଜୟ ନବୀନ ନାମକ ଫେସବୁକ ଗ୍ରୁପରେ ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ କୃଷକ ଆନ୍ଦୋଳନରେ ମୋଡିଜି ନିଜ ଯୋଗଦାନ ଦେଇଛନ୍ତି। 

fb.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ସର୍ଚ କରିଲୁ ଯେ ଏହି ଫୋଟୋ କେବେ ଓ କେଉଁ ପରି ଭାଇରାଲ ହେବା ଆରମ୍ଭ ହେଲା। ଏହି ବିଷୟରେ ଆମେ ବିଭିନ୍ନ ସୋସିଆଲ ମିଡିଆ ୱେବସାଇଟରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ମୋଦୀଜିଙ୍କ ଗୋଟିଏ ଭିଡିଓ ଟୁଇଟରରେ ଦେଖିବାକୁ ମିଳିଲା। ଏହି ଭିଡିଓ ମୋଦୀଜିଙ୍କ ଅଫିସିଆଲ ଟୁଇଟର ହେଣ୍ଡେଲରେ ପୋଷ୍ଟ ହେଇଛି। ଏହି ଭିଡିଓରେ ସେ ବ୍ୟାୟାମ କରୁଛନ୍ତି। ପୁରା ଭିଡିଓ ଦେଖିଲା ପରେ ଆମେ ତାଙ୍କ ଯୋଗର ସମାନ ଆସନ ଦେଖିବାକୁ ପାଇଲୁ ଯେଉଁଟା ଆନ୍ଦୋଳନରେ ଦେଖିବାକୁ ମିଳିଛି। 

ଏହି ଭିଡିଓରୁ ମୋଦୀଜିଙ୍କ ଯୋଗର ଗୋଟିଏ ଆସନର ପୁତୁଳା ବନେଇ ତାକୁ ଏକ ହାସ୍ୟାସ୍ପଦ ମୋଡ଼ ଦିଆଯାଇଅଛି।  

ଗୁଗୁଲରେ ଯାଇ ଏହି ବିଷୟରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ କୁନାଲ କାମ୍ରାଙ୍କ ଫେସବୁକ ଏକାଉଣ୍ଟରେ  ଏହି ଫୋଟୋ ୮ ଡିସେମ୍ବରରେ ପୋଷ୍ଟ ହେଇଥିବା ମିଳିଲା। ଏହି ପୋଷ୍ଟରେ ସେ ମୋଦୀଜିଙ୍କୁ ଥଟା କରି ଆନ୍ଦୋଳନରେ ଯୋଗଦାନ ଦେବାରୁ ଧନ୍ୟବାଦ ଜଣାଇଛନ୍ତି। 

Archive

ଏହା ବାବଦ ଯଦି ମୋଡିଜି କୌଣସି ଆନ୍ଦୋଳନରେ ଯୋଗଦାନ କରିଥାନ୍ତେ ତେବେ ଏହା ଏକ ବଡ଼ ଖବର ହେଇଥାନ୍ତା। କିନ୍ତୁ ଗୁଗୁଲରେ ସର୍ଚ କରିଲା ପରେ ଆମକୁ ଏପରି କୌଣସି ସୂଚନା ଦେଖିବାକୁ ମିଳିଲା ନାହିଁ। ଏହା ଦେଖି ଆମକୁ ଏହି ପୋଷ୍ଟ ଫେକ୍ ହେଇଥିବାର ସନ୍ଦେହ ହେଲା। 

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଗୁଗୁଲରେ ଯାଇ ମୋଡିଜିଙ୍କ ଯୋଗ କରୁଥିବା ଫୋଟୋ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୪ ଜୁନ ୨୦୧୮ ମସିହାରେ ଦି ପ୍ରିଣ୍ଟ ନାମକ ପତ୍ରିକାରେ ମୋଦୀଜିଙ୍କ ଯୋଗ କରୁଥିବା ସେ ଫୋଟୋ ମିଳିଲା ଯେଉଁଟା ଦାବି କରା ଯାଇଥିବା ଫୋଟୋରେ ଅଛି। ଫୋଟୋ ୨୦୧୮ ମସିହାର ହେଇଥିବାରୁ ସ୍ପଷ୍ଟ ହେଲାଯେ ଭାଇରାଲ ହେଉଥିବା ଫୋଟୋରେ ମୋଦୀଜିଙ୍କ ଯୋଗଦାନ ଦେଇଥିବା ଖବର ମିଥ୍ୟା ଅଟେ। 

print.jpg

The Print | Archive

ଏହା ପରେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୮ ଡିସେମ୍ବର ୨୦୨୦ ରେ ଡୁଲ୍ ନ୍ୟୁଜ ନାମକ ୱେବସାଇଟରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ କୁହା ଯାଇଅଛି ଯେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବ୍ବିରୁଦ୍ଧରେ ଗୋଟିଏ ଆନ୍ଦୋଳନରେ ମୋଡିଜିଙ୍କ ଯୋଗ କରୁଥିବା ଏକ ପୁତୁଳା ଆଣି କୃଷକ ମାନେ ପ୍ରଦର୍ଶନ କରିଥିଲେ। ଏହି ଫୋଟୋକୁ ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା କୁନାଲ କାମ୍ରା ମଧ୍ୟ ନିଜ ଫେସବୁକରେ ଶେୟାର କରିଛନ୍ତି। 

dool.jpg

Dool News | Archive

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ପୋସ୍ତ କରା ଯାଇଥିବା ଫୋଟୋରେ ନରେନ୍ଦ୍ର ମୋଦୀଙ୍କ ଯୋଗ କରୁ ଥିବା ପୁତୁଳା ରଖା ଯାଇଅଛି। ନରେନ୍ଦ୍ର ମୋଦୀ ନିଜେ ଆନ୍ଦୋଳନରେ ଯୋଗ କରୁଥିବା ଦାବି ମିଥ୍ୟା ଅଟେ। 

Avatar

Title:କ’ଣ କୃଷକ ଆନ୍ଦୋଳନ ମଧ୍ୟରେ ମୋଦୀଜି ଯୋଗ କରୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Explainer

Leave a Reply

Your email address will not be published. Required fields are marked *