
ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଛି ଯେ, ବିଜେପି ସରକାର ଭାରତୀୟ ରେଳବାଇକୁ ଆଦାନୀ ଗ୍ରୁପକୁ ବିକ୍ରି କରିଛନ୍ତି। 1.11 ମିନିଟ ଭିଡିଓରେ ଏକ ଟ୍ରେନର ଅଛି, ଯାହାର ଆଗ ପାର୍ଶ୍ୱରେ ଭଦୋଦରା ଲେଖା ହୋଇଛି ଏବଂ ଟ୍ରେନର ଉଭୟ ପାର୍ଶ୍ୱରେ ଫର୍ଚୁନ୍ ବ୍ରାଣ୍ଡ ମଇଦା ବିଜ୍ଞାପନ ଦିଆଯାଉଛି। ଏଥିସହ ‘ଆଦାନୀ ୱିଲମାର’ର ଏକ ପୋଷ୍ଟର ମଧ୍ୟ ଗୋଟିଏ ସ୍ଥାନରେ ରଖାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି।
13 ଡିସେମ୍ବରରେ Ray Rajesh ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ବିଜେପି ସରକାର ଭାରତୀୟ ରେଳକୁ ଅଦାନୀ ଗ୍ରୁପକୁ ବିକ୍ରି କରିଛ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଦେଶର ରେଳ ନା ଅଦାନି ର? ଏମିତି ଗୋଟେ ଗୋଟେ କରି 50% ବିକା ସାରିଲାଣି … 2024 ବେଳକୁ କିଛି ନଥିବ, ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର ଏବଂ ଲାଇକ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ବିଜେପି ସରକାର ଭାରତୀୟ ରେଳକୁ ଅଦାନୀ ଗ୍ରୁପକୁ ବିକ୍ରି କରିଦେଇଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନର ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଭାଙ୍ଗିଲୁ। ମିଳିଥିବା ଫଟୋକୁ ଆମେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Western Railwayର ଲିଙ୍କ ମିଳିଲା। ଯାହାକି 1 ଫେବୃଆରି ପୋଷ୍ଟ କରାଯାଇଥିଲା। ଖବର ଅନୁସେରେ ବଡୋଦରାରେ ଦଶଟି ଟ୍ରେନରେ ବିଜ୍ଞାପନ ଦେବା ପାଇଁ ପଞ୍ଚିମ ରେଳବାଇ ଟେଣ୍ଡର ଜାରି କରିଥିଲା। ଏହି ଟେଣ୍ଡରଗୁଡିକ ଆଦାନୀ ଗ୍ରୁପ୍କୁ ମିଳିଥିଲା। ଏବଂ ଫେବୃଆରୀରେ ଗ୍ରୁପ୍ କମ୍ପାନୀ ଆଦାନୀ ୱିଲମାରର ଫର୍ଚୁନ୍ ଅଟାର ବିଜ୍ଞାପନ ବଡୋଦରା ଟ୍ରେନରେ କରାଯାଇଥିଲା।
1 ଫେବୃଆରୀ ରେ ପଶ୍ଚିମ ରେଳବାଇ ଫେସବୁକ ପେଜରେ ବିଜ୍ଞାବନ କରାଯାଇଥିବା ଟ୍ରେନ ସହିତ ଟ୍ରେନର ଉଦଘାଟନୀ ସମାରୋହ ବିଷୟରେ ସୂଚନା ଦିଆଯାଇଥିଲା। ଏଥିସହ କୁହାଯାଇଛି ଯେ ଏହା ରେଳବାଇକୁ 1କୋଟି ଟଙ୍କା ଏବଂ ପାଞ୍ଚ ଲକ୍ଷ ରାଜସ୍ୱ ଦେବ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
13 ଡିସେମ୍ବରରେ The Printindia ପେଜରେ ପ୍ରକାଶିତ ହୋଇଥିବା ଏକ ଟ୍ୱିଟରେ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ଭିଡିଓରେ ଅଦାନି ଗ୍ରୁପକୁ ଭାରତୀୟ ରେଳ ବିକ୍ରି କରାଯାଇଥିବା ଦାବି ମିଥ୍ୟା ଅଟେ। ଏହା ଏକ ବିଜ୍ଞାପନ ଅଟେ। ଭାରତୀୟ ରେଳବାୟୀ ଅଦାନୀ ଗ୍ରୁକୁ ରେଳ ବିକ୍ରି କରି ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
16 ଡିସେମ୍ବରରେ PIB ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି ଏବଂ ଭିଡିଓ ସହ କରାଯାଇଥିବା ଦାବିକୁ ମିଥ୍ୟା ପ୍ରମାଣିତ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି। ଭିଡିଓରେ ବିଜେପି ସରକାର ଭାରତୀୟ ରେଳବାଇକୁ ଅଦାନୀକୁ ବିକ୍ରି କରିଥିବା ଦାବି ମିଥ୍ୟା ଅଟେ। ଏହି ଦାବି ଭ୍ରାମକ ଅଟେ। ଏହା କେବଳ ବିଜ୍ଞାପନ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓରେ ବିଜେପି ସରକାର ଭାରତୀୟ ରେଳ ଅଦାନୀ ଗ୍ରୁପକୁ ବିକ୍ରି କରିଥିବା ଦାବି ମିଥ୍ୟା ଅଟେ। ଟ୍ରେନରେ କରାଯାଇଥିବା ଅଦାନୀ ଗ୍ରୁପ ଚିତ୍ର କେବଳ ଏକ ବିଜ୍ଞାପନ ଅଟେ।

Title:କ’ଣ ବିଜେପି ସରକାର ଭାରତୀୟ ରେଳକୁ ଅଦାନୀ ଗ୍ରୁପକୁ ବିକ୍ରି କରିଛି? ଜାଣନ୍ତୁ ସତ୍ୟ।
Fact Check By: Saritadevi SamalResult: False