
ସୋସିଆଲ ମିଡିଆରେ ମୁକେଶ ଅମ୍ବାନୀର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ମକେଶ ଅମ୍ବାନୀ ଏକ ବଡ଼ ପାର୍ଟୀ ଦେଉଥିବାର ଦେଖାଯାଉଛି। 10 ଡିସେମ୍ବରରେ ମୁକେଶ ଅମ୍ବାନୀର ନାତୁଣି ଜନ୍ମ ହୋଇଥିଲେ। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଖବର ଭାଇରାଲ ହେଇଥିଲା। ଏବେ ମଧ୍ୟ ଭାଇରାଲ ଭିଡିଓରେ ଦାବି କରାଯାଉଛି ଯେ, କୋଭିଡ -19 ମହାମାରୀର ନିର୍ଦ୍ଦେଶାବଳୀ କେବଳ ସାଧାରଣ ଲୋକଙ୍କ ପାଇଁ ଏବଂ ଅମ୍ବାନୀଙ୍କ ପରି ଶକ୍ତିଶାଳୀ ବ୍ୟକ୍ତିମାନେ ଯେତେବେଳେ ଚାହିଁବେ ସେତେ ବେଳେ କୌଣସି କାର୍ଯ୍ୟକ୍ରମ କରିପାରିବେ। ଭିଡିଓରେ ଦାବି କରାଯାଉଛି ଯେ, ମୁକେଶ ଅମ୍ବାନୀ ତାଙ୍କର ନାତୁଣି ହେବା ଖୁସିରେ ପାର୍ଟି ଦେଉଛନ୍ତି।
23 ଡିସେମ୍ବରରେ Taher Khan ନାମକ ଜଣେ ଫେସବୁକ ୟୁଜ ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ମୁକେଶ ଅମ୍ବାନୀ ତାଙ୍କର ନାତୁଣି ହେବା ଖୁସିରେ ପାର୍ଟି ଦେଉଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ମୁକେଶ ଅମ୍ବାନୀଙ୍କ ନାତିର ଏକୋଇଶା।ଧନର ପ୍ରାଚୁର୍ଯ୍ୟ ପାଖରେ କେବଳ ସରକାର ବା ଗ୍ଲାମର ନୁହେଁ,ବରଂ ଗଣତନ୍ତ୍ରର ସବୁ ସ୍ତମ୍ଭ ବନ୍ଧା।ମହାରାଷ୍ଟ୍ରର କଡ଼ାକଡ଼ି କୋଭିଡ ନିୟମ କେବଳ ସାଧାରଣ ଲୋକଙ୍କ ପାଇଁ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ହଜାରାରୁ ଅଧିକ ଲୋକ ଦେଖିବା ସହାତ ପୋଷ୍ଟକୁ 40ରୁ ଅଧିକ ସେୟାର ମଧ୍ୟ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ ମୁକେଶ ଅମ୍ବାନୀ ତାଙ୍କ ନାତୁଣିର ଏକୋଶିଆ ପାଇଁ କାର୍ଯ୍ୟକ୍ରମ ଆୟୋଜିତ କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିକୁ ଇନବିଡ଼ରେ ପକାଇ ଭାଙ୍ଗିଲୁ। ପରେ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଛା। VOOMPLA ନାମକ ଫେସବୁକ ପେଜରେ ଭାଇରାଲ ଭିଡିଓ ପାଇଲୁ। ଖବର ଅନୁସାରେ ଭାଇରାଲ ଭିଡିଓ ବର୍ତ୍ତମାନରୁ ନହେଁ। ଏହା କୋରୋନା ପୂର୍ବର ଅଟେ। ଭାଇରାଲ ଭିଡିଓରେ ଦେଖାଯାଉଥିବା କାର୍ଯ୍ୟକ୍ରମ ଗଣେଶଚତୁର୍ଥିର ଅଟେ। ପୋଷ୍ଟରେ ଏହା ମଧ୍ୟ ଲେଖାଯାଇଛି ଯେ, ନିତା ଅମ୍ବାନୀର ଭବିଷ୍ୟତ ବହୂ। ଏହାର ଅର୍ଥ ଭିଡିଓଟି ମୁକେଶ ଅମ୍ବାନୀ ପୂଅର ବିବାହ ପୂର୍ବର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମେ ଭାଇରାଲ ଭିଡିଓକୁ ୟୁଟ୍ୟୁବରେ ଖୋଜିଲୁ ସର୍ଚ୍ଚରେ ଆମକୁ ଭିଡିଓ 2019ରେ ପୋଷ୍ଟ ହୋଇଥିବାର ଦେଖିଲୁ। Boollywood Headline ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯେଉଁଥିରେ ଲେଖାଯାଇଛି ଯେ , ମୁକେଶ ଅମ୍ବାନୀଙ୍କ ଘରେ ଗଣେଶ ଚତୁର୍ଥି ମନାଗଲା। ଯେଉଁଥିରେ ଅନେକ ସେଲିବ୍ରିଟି ସହ ନେତାମାନେ ମଧ୍ୟ ଉପସ୍ଥିତଥିଲେ। ଭାଇରାଲ ଭିଡିଓ 2 ସେପ୍ଟେମ୍ବରରେ 2019ରେ ପୋଷ୍ଟ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Youtube
ଶେଷକଥା–
ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ମୁକେଶ ଅମ୍ବାନୀ ତାଙ୍କ ନାତୁଣିର ଅକୋଶିଆକରୁଥିବା ଦାବିରେ ଭାଇରାଲ ହେଉଥିବା ଭିଡିଓ ପ୍ରକୃତରେ 2019 ସେପ୍ଟେମ୍ବର ଅଟେ।

Title:2019 ଭିଡିଓକୁ କୋରୋନା ସମୟରେ ମୁକେଶ ଅମ୍ବାନୀଙ୍କ ନାତିର ଏକୋଇଶା ମନାଉଥିବା ଦାବିରେ ଭାଇରାଲ ହେଉଛି।
Fact Check By: Saritadevi SamalResult: False