
କୋରୋନା ମାହାମାରୀ ଏବଂ ଏହାର ଟୀକା ବିଷୟରେ ସୋସିଆଲ ମିଡିଆରେ ଭୁଲ ତଥ୍ୟ ସହିତ ଅନେକ ପୋଷ୍ଟ ଭାଇରାଲ ହେଉଛି। କୋରୋନା ଟୀକା ଦର୍ଶାଇ ଏକ ଫୋଟୋ କାଟ୍ରିଜ୍ ଧାରଣ କାରିଥିବା ଏକ ପ୍ୟାକେଜ ଯାହା ଏକ ଇଲେକ୍ଟ୍ରୋନିକ୍ ସିଗାରେଟରେ ବ୍ୟବହୃତ ହେବ ଏବଂ ବାଷ୍ପ ଭାବରେ ନିଶ୍ଵାସରେ ନିଆଯିବ, ତାହା ସୋସିଆଲ ମିଡିଆରେ ବହୁ ଧ୍ୟାନ ଆକର୍ଷକ କରୁଛି। ଏହା ଏକ ଫାଇଜର ବ୍ରାଣ୍ଡିଂ ବହନ କରିଛି ଏବଂ ଏହାକୁ “ଏକକ ଦୋଜ୍” ଟୀକା କାଟ୍ରିଜ୍ ଭାବରେ ବର୍ଣନା କରା ଯାଇଅଛି। ପ୍ୟାକେଜ୍ ରେ କୁହା ଯାଇଅଛି ଯେ ଏହା କୋରୋନା ଭାଇରସ ଟୀକା ଅଟେ। ପ୍ଯାକେଟରେ ଫାଇଜରକୁ “ବୋନର ବଟିକା ନିର୍ମାତା” ଭାବରେ ବର୍ଣନା କରା ଯାଇଅଛି। ଭାରତରେ ଫାଇଜର ଦ୍ଵାରା ଆଗାମୀ କୋରୋନା ଟୀକାକରଣ ପ୍ରଥମ ଲୁକ୍ ଭାବରେ ବ୍ୟବହାରକାରୀଙ୍କ ଦ୍ଵାରା ଏହି ପ୍ରତିଛବି ଶେୟାର କରା ଯାଉଅଛି।
ଫେକ୍ଟ କୃସେଣ୍ଡୋ ଅନୁସନ୍ଧାନ କରି ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୨୪ ଡିସେମ୍ବରରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ ଫୋଟୋଟି କୋରୋନା ଟୀକାର ଫୋଟୋ ଅଟେ ଯାହାର ନିର୍ମାଣ ଚାଇନାରେ ହେଇଛି।
ଏହି ଖବର ପଞ୍ଜାବ କେଶରୀ ପତ୍ରିକାରେ ମଧ୍ୟ ଦେଖିବାକୁ ମିଳିଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ମୁଖ୍ୟଶବ୍ଦ ବ୍ୟବହାର କରି ଦାବି ଫୋଟୋ କୁ ଫାଇଜରର ୱେବସାଇଟ, ଟୁଇଟର ଏବଂ ଫେସବୁକ ହେଣ୍ଡେଲରେ ସର୍ଚ କରିଲୁ। କିନ୍ତୁ ଏହି ଫୋଟ ଆମକୁ ଫାଇଜରର କୌଣସି ଅଫିସିଆଲ ସୋସିଆଲ ମିଡିଆ ଏକାଉଣ୍ଟରେ ମିଳିଲା ନାହିଁ।ଏହା ପର ଆମେ ପ୍ୟାକେଜିଙ୍ଗକୁ ଦେଖିଲୁ ଯେଉଁଥିରେ “ମେଡ୍ ଇନ ଚାଇନା” ବୋଲି ଉଲ୍ଲେଖ କରା ଯାଇଅଛି। ଫାଇଜର ୱେବସାଇଟ ଅନୁଯାୟୀ ପ୍ରକୃତ ଟୀକା ଜର୍ମାନୀ, ବେଲଜିୟମ ଏବଂ ଆମେରିକାର ମିଳିତ ନେଟୱାର୍କ ବ୍ୟବହାର କରି ପ୍ରସ୍ତୁତ ହେଉଛି। ୱେବ୍ସାଇଟରେ ଏହା ମଧ୍ୟ କୁହା ଯାଇଅଛି ଯେ ବାୟୋଟେକ୍ ୟୁ.କେ ର ନିୟାମକ ପ୍ରାଧିକରଣ ଧାରଣ କରିବ ଏବଂ ଯଦି ଅନୁମତି ଦିଆଯାଏ, ତେବେ ଆମେରିକା, ୟୁଏଇ, କାନାଡ଼ା ଏବଂ ଅନ୍ୟାନ୍ୟ ଦେଶରେ ଏହା ପ୍ରସ୍ତୁତ କରାଯିବ। ଚାଇନା, ଜର୍ମାନୀ ଏବଂ ତୁର୍କୀକୁ ଛାଡ଼ି ଫାଇଜର ବିଶ୍ଵବ୍ୟାପୀ ବ୍ଯବସାୟିକରଣ ହେବ।
ଏହା ପରେ ଆମେ ଭାଇରାଲ ଇମେଜରେ ଫାଇଜରର ଲୋଗୋ ଦେଖିଲୁ ଯାହା ଫାଇଜରର ୱେବସାଇଟରେ ଥିବା ମୂଳ ଲୋଗୋ ଠାରୁ ଟିକେ ଭିନ୍ନ ଦେଖା ଯାଉଥିଲା। ତଳେ ଦିଆ ଯାଇଥିବା ଚାବିରେ ଆପଣ ମାନେ ଦୁଇଟି ଲୋଗୋର ତୁଳନା ଦେଖି ପାରିବେ ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଭାଇରାଲ ଇମେଜ ଫାଇଜର ଉତ୍ପାଦନ ନୁହେଁ।
ଯେତେବେଳେ ଆମେ କମ୍ପାନୀର ଟ୍ୟାଗଲାଇନ୍ ତୁଳନା କରିଲୁ ଆମେ ଭାଇରାଲ ଇମେଜର ଟ୍ୟାଗଲାଇନ୍ ଏବଂ ଫାଇଜରର ଟ୍ୟାଗଲାଇନ୍ କୁ ଭିନ୍ନ ବୋଲି ପାଇଲୁ। ଭାଇରାଲ ଇମେଜ ଏହା ଦାବି କରେ ଯେ ଏହା ହେଉଛି “ଫାଇଜର- ମେକର୍ଷ ଅଫ ବୋନର ପିଲ୍”, ମୂଳ କମ୍ପାନୀର ଲୋଗୋରେ “ଫାଇଜର- ଏକ ସ୍ଵସ୍ଥ ବିଶ୍ଵ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବା” ଉଲ୍ଲେଖ ଅଛି।
ଆମେ ଏକ ପ୍ରେସ୍ ବିଜ୍ଞପ୍ତି ମଧ୍ୟ ପାଇଲୁ ଯେଉଥିରେ ଦର୍ଶାଅ ଯାଇଅଛି ଯେ ପ୍ରକୃତର ଫାଇଜର ଟୀକା ଉପର ବାହୁରେ ଇଞ୍ଜେକ୍ସନ୍ ଦିଆଯାଏ ଏବଂ ୨୧ ଦିନ ପରେ ଦୁଇଟି ଦୋଜ୍ ଦିଆ ଯାଏ। କିନ୍ତୁ ଭାଇରାକ ଇମେଜରେ ଥିବା ପ୍ୟାକେଜ୍ ରେ ଗୋଟିଏ ଦୋଜ୍ ଉଲ୍ଲେଖ କରା ଯାଇଅଛି ଏବଂ ଏହା ମଧ୍ୟ କୁହା ଯାଇଅଛି ଯେ ଏହା ବାଷ୍ପିକରଣ କ୍ୟାଟ୍ରିଜ ଅଟେ।
ଫେକ୍ଟ କୃସେଣ୍ଡୋ ଇଙ୍ଗ୍ଲିଶ ଦଳ ଫାଇଜର ଇଣ୍ଡିଆ ସହିତ ଯୋଗାଯୋଗ କରିଥିଲେ ଏବଂ ଫାଇଜର ନିଶ୍ଚିତ କରିଥିଲେ ଯେ ବାଷ୍ପିକରଣ କ୍ୟାଟୃଜ୍ ନକଲି ଏବଂ ଏହା ଫାଇଜର ଉତ୍ପାଦନ ନୁହେଁ।
ଶେଷକଥା:
ଫେକ୍ଟ କୃସେଣ୍ଡୋ ଭାଇରାଲ ହେଉଥିବା ଫୋଟୋକୁ ମିୟହା ବୋଲି ପାଇଲା। ଭାଇରାଲ ହେଇଥିବା ଫୋଟୋ ଫାଇଜରର କୋରୋନା ଟୀକାର ପ୍ରଥମ ଟୀକାର ଫୋଟୋ ନୁହେଁ।

Title:କ’ଣ ପୋଷ୍ଟ କରା ଯାଇଥିବା ଟୀକା ଫାଇଜର କମ୍ପାନୀ ଦ୍ଵାରା ନିର୍ମିତ କୋରୋନା ଟୀକା ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False