
ସୋସିଆଲ ମିଡିଆରେ କିଛି କୋଚର ଫଟୋ ଭାଇରାଲ ହେବାରେ ଲଗିଛି। ଫଟୋ ସହ ଦାବି କରପାଯାଉଛି ଯେ, ବିଜେପି ସରକାର ଆଦାନୀଙ୍କୁ ଭାରତୀୟ ରେଳ ବିକ୍ରି କରିଥିବା ଦାବି ହେଉଛି। ଆମ ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ବେସରକାରୀ କମ୍ପାନୀଗୁଡିକ 2007 ରୁ ସାମଗ୍ରୀ ଟ୍ରେନ୍ ଚଳାଚଳରେ ଅଂଶଗ୍ରହଣ କରୁଛନ୍ତି। ଆମେ ପୋଷ୍ଟରେ ଦାବି କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
20 ଡିସେମ୍ବରରେ Jayanata Ku jena ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରାଯାଇଛି। ଏବଂ ଦାବି କରାଯାଇଛି ଯେ, ଭକ୍ତଙ୍କ ବାପା ଆଦାନୀ ରେୟଲ ଚାଲିଲାରେ। ତେବେ ବିଜେପି ସରକାର ଅଦାନୀକୁ ରେଳ ବିକ୍ରି କରିଥିବାର ଖବର ଭାଇରାଲ ହୋଇଥିଲା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ଲାଇକ ଏବଂ ସେୟାର କରାଯାଇଛି। ତଳେ ପୋଷ୍ଟ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଫଟୋରେଥିବା ଭାରତୀୟ ମାଲବାହୀ ରେଳ ବିଜେପି ସରକାର ଅଦାନୀକୁ ବିକ୍ରି କରିଛି କି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ବିଭିନ୍ନ କି ଶବ୍ଦ ମାଧ୍ୟମରେ ଭାଇରାଲ ପୋଷ୍ଟ ସମ୍ପର୍କରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। economictimes ପେଜରେ ଏକ ଖବର ପ୍ରକାଶିତ ହୋଇଥିବାର ପାଇଲୁ। ଯାହାକି 2007ରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ 2007ରେ ଭାରତ ରେଳବାଇ ପ୍ରଥମ ଥର ପାଇଁ କଣ୍ଟେନର ଟ୍ରେନ୍ ଚଳାଇବା ପାଇଁ ଘରୋଇ କମ୍ପାନୀମାନଙ୍କୁ ସୁଜୋଗ ଦେଇଥିଲା। ସେତେବେଳେ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଥିଲେ। ୟୁପିଏ ସରକାର କେନ୍ଦ୍ରରେ ଥିଲେ। ସରକାର 14 ପ୍ରାଇଭେଟ କମ୍ପାନୀକୁ ଏଥିରେ ସାମିଲ କରିଥିଲା। ଏହି କମ୍ପାନୀଗୁଡିକରେ ଆଦାନୀ ଲଜିଷ୍ଟିକ୍ସ ମଧ୍ୟ ଜଡ଼ିତ ଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-economictimes । Archive
ଏହା ପରେ economic times ପେଜରେ ଅନ୍ୟ ଏକ ଖବର ପ୍ରକାଶିତ ହୋଇଥିବାର ପାଇଲୁ। ଖବର ଅନୁସାରେ ଅଗଷ୍ଟ 2007 ରେ, ଆଦାନୀଙ୍କ କମ୍ପାନୀ କଣ୍ଟେନର ଟ୍ରେନ୍ ଶୀଘ୍ର ଆରମ୍ଭ କରିବ। ଏଥିରୁ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋରେ ଲେଖାଯାଇଥିବା ଅଦାନୀ କେବଳ ଏକ ବିଜ୍ଞାପନ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-economic times । Archive
ଏହା ପରେ ଆମକୁ 17 ମାର୍ଚ୍ଚରେ Karan Adani ଏକ ଟ୍ୱିଟ କରିଛିଲେ। କରନ ଅଦାନି ଅଦାନୀ ପୋର୍ଟର ସିଇଓ ଅଟନ୍ତି। ଭାଇରାଲ ଫଟୋରେଥିବା ବଗିର ଏକ ଭିଡିଓ ଭାଇରାଲ ହେଉଥିବାର ଦେଖାଯାଉଛି। ଯେଉଁଥିରେ ଭିଡିଓରେ କରାଯାଇଥିବା ଦାବିକୁ ନେଇ ସେ ଥଟା କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
5 ଏପ୍ରିଲ 2019ରେ Karan Adaniର ଅନ୍ୟଏକ ଟ୍ୱିଟରରେ ବଗିର ଫଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ ଅଦାନୀ ଲେଖାଯାଇଛି। ଟ୍ୱିଟରେ କରନ ଅଦାନୀ ଲେଖିଛନ୍ତି ଯେ, ମତେ ଏହା କହୁଥିବାରେ ଖୁସି ହେଉଛୁ ଯେ, ଧାମରା ବନ୍ଦରରୁ ପ୍ରଥମ GPWIS ରେକ୍ ଯାତ୍ରା କରିବାକୁ ପ୍ରସ୍ତୁତ ହୋଇଛି। ଏହି ବିକାଶ କେବଳ ଭାରତର # ଲଜିଷ୍ଟିକ୍ କ୍ଷେତ୍ର ପାଇଁ ଏକ ନୂତନ ଅଧ୍ୟାୟ ନୁହେଁ ବରଂ ଦେଶର ଭିତର ଇଲାକାର ସଂଯୋଗ ଏବଂ ଏଣ୍ଡ-ଟୁ-ଏଣ୍ଡ୍ ଲଜିଷ୍ଟିକ୍ ସେବା ମଜବୁତ କରିବାର ଆମର ପ୍ରତିଜ୍ଞାକୁ ଦୃଢ଼ କରିଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
5 ମାର୍ଚ୍ଚ 2019ରେ You tube ଚ୍ୟାନେଲରେ ପ୍ରକାଶିତ ହୋଇଥିବା ଏକ ଭିଡିଓ ମିଳିଲା। ଯେଉଁଥିରେ ରେଳ ବଗିରେ ଅଦାନୀ ଲେଖାଯାଇଛି। ଏହା ସହ ଅନ୍ୟ ଏକ ୟୁଟ୍ୟୁବ ଚ୍ୟାନେଲରେ ଆମେ ଅନେକ ପୁରୁଣା ଭିଡିଓ ପାଇଲୁ । ଆମେ ପାଇଥିବା ଭିଡିଓ 5 ଜାନୁୟାରୀ 2013 ପୁରାତନ ଭିଡିଓ ଅଟେ। ଏଥିରେ ଦେଖାଯାଇଥିବା ମାଲବାହୀ ଟ୍ରେନରେ ଅଦାନୀ ମଧ୍ୟ ଲେଖାଯାଇଥିଲା। ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ଅଟେ। ଘରୋଇ କମ୍ପାନୀଗୁଡିକ 2007ରୁ ସାମଗ୍ରୀ ଟ୍ରେନ୍ କାର୍ଯ୍ୟରେ ଭାଗ ନେଉଛନ୍ତି। ଭାରତୀୟ ସରକାର ଅଦାନୀକୁ କୌଣସି ମାଲବାହୀ ଟ୍ରେନ ବିକ୍ରି କରି ନାହିଁ।

Title:ମାଲବାହି ରେଳ ବଗି ଅଦାନୀକୁ ବିକ୍ରି ହୋଇଥିବା ଦାବିରେ ମିଥ୍ୟା ପୋଷ୍ଟ ଭାଇରାଲ ।
Fact Check By: Saritadevi SamalResult: False