ଫଟୋରେ ରାହୁଲ ଗାନ୍ଧୀଙ୍କ ସହ ଆମେରିକା ପୋର୍ନସ୍ଟାର ?

False Social

ରାହୁଲ ଗାନ୍ଧୀଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲିଗିଛି। ଫଟୋରେ ରାହୁଲ ଗାନ୍ଧୀ ଜଣେ ମହିଳଆ ସହ ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଇଛି ଯେ, ରାହୁଲ ଗାନ୍ଧୀ ଆମେରିକାର ସବୁଠୁ ଦାମି ପୋର୍ନସ୍ଟାର ନଥାନା ରେମୋସ ସହ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପାଇଲୁ।  

3 ଜାନୁଆରିରେ ଦେବବ୍ରତ ମହାନ୍ତି ପୁପୁ ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ରାହୁଲ ଗାନ୍ଧୀ ଆମେରିକାର ସବୁଠୁ ଦାମି ପୋର୍ନସ୍ଟାର ନଥାନା ରେମୋସ ସହ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି , ରାଜକୁମାର ପପୁ ସହିତ ରାଜ କୁମାରି କିଏ। ପୋର୍ନସ୍ଟାର ନଥାଲା ରେମୋସ ଆମେରିକାର ସବୁଠୁ ମହଙ୍ଗା ହୋଟେଲରେ ପପୁ ସହିତ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-  FacebookArchive

ତେବେ କଣ ଫଟୋରେ ରାହୁଲ ଗାନ୍ଧୀ ଆମେରିକାର ସବୁଠୁ ଦାବି ପୋର୍ନସ୍ଟାର ସହ । ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଫଟୋ Freepressjournal ପେଜରେ ପ୍ରକାଶିତ ହୋଇଥିବାର ଦେଖିଲୁ। ଭାଇରାଲ ଫଟୋ 22 ସେପ୍ଟେମ୍ବର 2017ରେ ପ୍ରକାଶିତ କରାଯାଇଥିଲା। ଖବର ଅନୁସାରେ ଫଟୋରେଥିବା ମହିଳା ସ୍ପେନିସ ଆକ୍ଟ୍ରେସ ନାଥିଲା ରାମୋସ ଅଟନ୍ତି। ଖବରରୁ ସ୍ପଷ୍ଟ ହେଉଛି ଯେ, ଫଟୋରେଥିବା ମହିଳା ଜଣେ ଅଭିନେତ୍ରୀ ଅଟନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- FreepressjournalArchive

ଏହା ପରେ ଆମେ Nathalia Ramos କିଏ ଜାଣିବା ପାଇଁ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରୁ ଆମକୁ ସୂଚନା ମିଳିଲା ଯେ, ଫଟୋରେଥିବା ମହିଳା ସ୍ପେନିସ ଅଟନ୍ତି। ଏବଂ ସେ ଜଣେ ଅଭିନେତ୍ରୀ । ତାଙ୍କ ବାପା ସ୍ପେନିସ ଥିବା ବେଳେ ମାଁ ଜଣେ ଅଷ୍ଟ୍ରେଲିଆନ ଅଟନ୍ତି। ଆମକୁ ମିଳିଥିବା ଫଟୋ ଭାଇରାଲ ଫଟୋରେଥିବା ମହିଳା ସମାନ ଅଟନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- ImdbArchive

ସେପ୍ଟେମ୍ବର 2017 ରେ, ରାହୁଲ ଗାନ୍ଧୀ ଆମେରିକା ଯାଇ ଆମେରିକାର ଲସ ଏଞ୍ଜେଲ୍ସର ବର୍ଗଗୁଏନ ଇନଷ୍ଟିଚ୍ୟୁଟରେ ସୋସିଆଲ ମିଡିଆରେ ଏକ ଅଧିବେଶନରେ ଯୋଗ ଦେଇଥିଲେ। ଏହି ଖବର News18ରେ ପ୍ରକାଶିତ ହୋଇଥିବାର ଦେଖିପାରିବେ। ରାହୁଲ ଗାନ୍ଧୀ ଯାଇଥିବା କାର୍ଯ୍ୟକ୍ରମର ଭିଡିଓ ମଧ୍ୟ Youtubeରୁ ପାଇଲୁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

Nathalia Ramos ପେଜରେ ନାଥେଲା 2017ରେ ରାହୁଲ ଗାନ୍ଧୀଙ୍କ ସହ ଭେଟିଥିବାର ଫଟୋ ପୋଷ୍ଟ କରିଛନ୍ତି। ଏବଂ ରାହୁଲ ଗାନ୍ଧୀଙ୍କ ସହ ଦେଖାକରିବା ତାଙ୍କୁ କେତେ ଭଲ ଲାଗିଥିଲା ତାହା ମଧ୍ୟ ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ରାହୁଲ ଗାନ୍ଧୀ ସହ ଫଟୋରେଥିବା ମହିଳା ପୋର୍ନ ସ୍ଟାର ନୁହଁନ୍ତି। ସେ ଜଣେ ଆମେରିକା- ସ୍ପେନିସ ଅଭିନେତ୍ରୀ । 

Avatar

Title:ଫଟୋରେ ରାହୁଲ ଗାନ୍ଧୀଙ୍କ ସହ ଆମେରିକା ପୋର୍ନସ୍ଟାର ?

Fact Check By: Saritadevi Samal 

Result: False