
ସୋସିଆଲ ମି଼ଡିଆରେ କୃଷୁ ଆନ୍ଦୋଳନକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲିଗିଛି। ଏଥି ମଧ୍ୟରୁ କିଛି ଖବର ମିଥ୍ୟା ହୋଇଥିବା ବେଳେ କିଛି ଫଟୋ ମିଥ୍ୟା ଦାବିରେ ମଧ୍ୟ ଭାଇରାଲ ହେବାରେ ଲାଗାଛି। ଏହିପରି କିଛି ଫଟୋ ସୋସିଆଲ ମିଡିଆରୋ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ଚାଷ ଜମିରେ ଦୁଇ ପୁଅ ଝିଅ ଫଟୋ ଉଠାଉଥିବାର ଦେଖାଯାଉଛନ୍ତି। ଭାଇରାଲ ଫଟୋରେ ଦାବି କରାଯାଉଛି ଯେ, ରାଜରାସ୍ତାରେ ଚାଷି ହକପାଇଁ ଲଢ଼ୁଛନ୍ତି, କିନ୍ତୁ ଏଠି ଚାଷ ଜମିରେ ରାସଲୀଳା କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। ଭାଇରାଲ ଫଟୋ ଭାରତର ନୁହେଁ।
10 ଜାନୁଆରିରେ Baalia Baba ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରଲା ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ରାଜସ୍ଥାନରେ ଚାଷି ହକ ପାଇଁ ଲଢ଼ୁଥିବା ବେଳେ ଏଠି ଚାଷ ଜମିରେ ରାସଲିଳା ଚାଲିଛି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, କଣ ଚାଲିଛି ଏଠି, ଚାଷୀ ହକ୍ ପାଇଁ ରାଜରାସ୍ତାରେ ଲଢ଼ୁଛି, ଏମାନେ ଚାଷ ଜମିରେ ରାସଲିଳା କରୁଛନ୍ତି। ଫାର୍ମାର ପ୍ରୋଟେଷ୍ଟ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook। Archive
ତେବେ କଣ ଭାଇରାଲ ଫଟୋ ଭାରତର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ସର୍ଚ୍ଚରେ ଆମକୁ philstar life ପେଜରେ ଭାଇରାଲ ଫୋଟୋ ମିଳିଲା। ଖବର ଅନୁସାରେ ଭାଇରାଲ ଫଟୋ ଏକ ପ୍ରି ୱେଡିଙ୍କ ଫଟୋସୁଟର ଅଟେ। ଫଟୋରେଥିବା ପୁଅ ଝିଅ କିଛି ଅଲଗା ରୁପରେ ବିବାହ ପୂର୍ବର ଫଟୋ ଉଠାଇବାକୁ ଚେଷ୍ଟା କରିଛନ୍ତି। ସେମାନେ ଚାଷି ଏବଂ ଚାଷ ଜିମକୁ ମହତ୍ୱ ଦେଇ ଏହି ଫଟୋ ସୁଟ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- philstar life। Archive
ଏହା ପରେ NEWS5 ପେଜରେ ମଧ୍ୟ ଭାଇରାଲ ଫଟୋ ପାଇଲୁ । ପୋଷ୍ଟ ଅନୁସାରେ ଭାଇରାଲ ଫଟୋ ଭାରତରକ ନୁହେଁ ବରଂ Ormoc Cityର ଅଟେ। ଦୁଇ ପୁଅ ଝିଅ ଚାଷି ପରିବାରରୁଥିବାରୁ ଦୁହେଁ ଏପରି ଫଟୋ ଉଠାଇବାର ନିସ୍ପତି ନେଇଥିଲେ। ତେବେ ଓରମକ ସିଟି ଭାରତର ନୁହେଁ ବେଲି ଆମ ଅନୁସନ୍ଧାନରୁ ସ୍ୁଷ୍ଟ ହେଲା। ଏହି ସହର ଫିଲିପିନ ଦେଶର ଅଟେ। ଭାଇରାଲ ଫଟୋର ଭାରତ ସହ କିମ୍ବା ଚାଷି ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- NEWS5 । Archive
ଭାଇରାଲ ଫଟୋ cuoi.tuoitre ପେଜରେ ମଧ୍ୟ ମିଳିଲା। ଯେଉଁଥିରେ ଫଟୋ ସମ୍ପର୍କରେ ସମ୍ପୁର୍ଣ୍ଣ ଲେଖାଯାଇଛି। ଭାଇରାଲ ଫଟୋ ଭାରତର ନୁହେଁ ଫିଲିପିନ୍ସ ଦେଶର ଅଟେ। 2019ରେ ଦୁଅ କପଲର ନିର୍ବନ୍ଧ ହୋଇ ସାରିଛି। ଏବେ ବିବାହ ପୂର୍ବରୁ ଦୁଇ ଜଣ ତାଙ୍କ ଫଟୋ ସୁଟ କରାଉଛନ୍ତି। ଯାହାର ଚାଷି କିମ୍ବା ଚାଷି ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- cuoi.tuoitre। Archive
ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋ ଭାରତ ନୁହେଁ ଏହା ଫିଲିପିନ ଦେଶର ଅଟେ। ଫଟୋରେ ଚାଷୀ କିମ୍ବା ଚାଷି ଆନ୍ଦୋଳନ ସହ କୌଣସି ସମ୍ପର୍କ ନାହିଁ।

Title:ଫିଲିପିନ୍ସ ଦେଶର ଫଟୋକୁ ଚାଷୀ ଏବଂ ଚାଷି ଆନ୍ଦୋଳନ ସହ ଜୋଡ଼ି ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False