
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଚିତା ସହିତ ଜଣେ ବ୍ୟକ୍ତି ଶୋଇଥିବାର ଦେଖାଯାଉଛନ୍ତି। ଭିଡିଓରେ ଦେବି କରାଯାଇଛି ଯେସ ରାଜସ୍ଥାନର ଏକ ମନ୍ଦିର ଜଣେ ବ୍ୟକ୍ତି ଚିତା ସହିତ ରହୁଛନ୍ତି। ଅନୁସନ୍ଧାନରେ ଆମେ ଜାଣିବାକୁ ପାଇଲୁ ଯେ ରାଜସ୍ଥାନର ସିରୋହି ମନ୍ଦିର ନାମରେ ଦକ୍ଷିଣ ଆଫ୍ରିକାର ଏହି ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓର ରାଜସ୍ଥାନ ସହିତ କୈଣସି ସମ୍ପର୍କ ନାହିଁ।
2 ଜାନୁଆରି Upadhaya Panigrahi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ରାଜସ୍ଥାନ ମନ୍ଦିରରେ ଜଣେ ବ୍ୟକ୍ତି ଚିତା ସହିତ ରହୁଥିବାର ଦେଖାଯାଉଛି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ରାଜସ୍ଥାନ ରେ ସିରିହୋଲି ସ୍ଥିତ ପିପଲେଶ୍ୱର ମନ୍ଦିରକୁ ପ୍ରତିଦିନ ଏହି ପରିବାର ଆସି ପୂଜକଙ୍କ ସହିତ ରହନ୍ତି ।ଏହା ଜଣାପଡିବା ପରେ ବନବିଭାଗ ଦ୍ଵାରା କ୍ୟାମେରା ଲଗାଯାଇଥିଲା ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ 500ରୁ ଅଧିକ ଲୋକ ଦେଖିସାରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଚିତା ବାଘ ସହ ସୋଉଥିବା ବ୍ୟକ୍ତିର ଭିଡିଓ ରାଜସ୍ଥାନର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ ପରେ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ Dolph C.Volker ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପୋଇଲୁ। ଖବର ଅନୁସାରେ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ହେଉଛନ୍ତି ଡଲଫ୍ ସି ଭୋଲକର। ଏହି ଭିଡିଓକୁ ଡଲଫ୍ ସି ଭୋଲକର ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ 21 ଜାନୁୟାରୀ 2019 ରେ ଅପଲୋଡ୍ କରିଥିଲେ। ସମ୍ପୂର୍ଣ୍ଣ ଭିଡିଓ ଦେଖିବା ପରେ, ଆମେ ଜାଣିବାକୁ ପାଇଲୁ ଯେ ଏହି ଭିଡିଓ ଦକ୍ଷିଣ ଆଫ୍ରିକାର ଏକ ଚିତା ପ୍ରଜନନ କେନ୍ଦ୍ର ଅଟେ। ଡଲଫି ସି ୱୋଲ୍କର ସ୍ୱତନ୍ତ୍ର ଅନୁମତି ନେଇ ଚିତା ବାଘ ସହିତ ରାତି କଟାଇଲେଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
7 ମେ 2020ରେ Dolph C. Volker ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଅନ୍ୟ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଡଲଫ୍ ସି ୱାକର୍ ଜଣେ ପଶୁପ୍ରେମୀ ଯିଏ ପଶୁ ଅଧିକାର ଏବଂ ସଂରକ୍ଷଣ ପାଇଁ କାର୍ଯ୍ୟ କରନ୍ତି। ‘ଚିତା ୱିସର୍’ ଭାବରେ ଜଣାଶୁଣା। ପଶୁମାନଙ୍କର ପ୍ରକୃତି, ଏବଂ ଆଚରଣ ହେଉଛି ସେମାନଙ୍କର ଅଧ୍ୟୟନର ବିଷୟ। ଅନୁଦକ୍ଷିଣ ଆଫ୍ରିକାରେ ସେମାନଙ୍କର ଏକ ଚିତା ଫାର୍ମ ମଧ୍ୟ ଅଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ରାଜସ୍ଥାନର ନୁହେଁ ବରଂ ଦିକ୍ଷିଣ ଆଫ୍ରିକାର ପୁରୁଣା ଅଟେ।

Title:ପ୍ରକୃତରେ କ’ଣ ଏହି ଚିତାବାଘ ରାଜସ୍ଥାନର ପୁରୋହିତ ସହିତ ଶୋଉଛନ୍ତି ?
Fact Check By: Saritadevi SamalResult: False