କ’ଣ କୃଷି ଆଇନ ବିରୋଧ ନାମରେ ବର୍ତ୍ତମାନ ପଞ୍ଜାବରେ ହିନ୍ଦୀ ଭାଷାକୁ ବିରୋଧ କରା ଯାଉଅଛି? ଜାଣନ୍ତୁ ସତ୍ୟ।

False Social

ବର୍ତ୍ତମାନ ଇଲଲି ଶିଙ୍ଘୁ ସୀମାରେ କୃଶକଙ୍କ ଆନ୍ଦୋଳନ ହେତୁ ସୋସିଆଲ ମିଡିଆରେ ଏକ ବହୁତ ପୁରୁଣା ଫୋଟୋ ଚାଷୀଙ୍କ ଆନ୍ଦୋଳନ ସହିତ ଜଡ଼ିତ ହୋଇ ଭାଇରାଲ ହେଉଛି। ଏହି ସମୟରେ ଗୋଟିଏ ଫୋଟୋ ଇଣ୍ଟରନେଟ୍ ରେ ଶେୟାର କରା ଯାଉଅଛି ଯେଉଁଟା ୮ ଟି ଫୋଟୋ ଯୋଗ କରି ପ୍ରସ୍ତୁତ ହୋଇଛି, ଯେଉଁଥିରେ ଆପଣ ଜଣେ ବ୍ୟକ୍ତିକୁ ରାଜପଥରେ ଲାଗିଥିବା ସାଇନବୋର୍ଡରେ ଲେଖା ଯାଇଥିବା ହିନ୍ଦୀ ଏବଂ ଇଂରାଜୀ ଭାଷା ଉପରେ କଳା ରଙ୍ଗ ପୋତୁ ଥିବା ଦେଖି ପାରିବେ। ଏହି ପୋଷ୍ଟର ଦାବି ଅନୁଯାୟୀ କୃଶକ ଆନ୍ଦୋଳନ ଅନ୍ତର୍ଗତ ସାଇନବୋର୍ଡରୁ ହିନ୍ଦୀ ଭାଷାକୁ ହଟା ଯାଉଅଛି। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା। 

fb.jpg

Facebook | Archive

ଆମ ଅନୁସନ୍ଧାନ:

ଏହି ଭାଇରାଲ ଫୋଟୋ ଗୁଡ଼ିକର ଗୁଗୁଲ ରିଭର୍ସ ଇମେଜ ସର୍ଚ କରି ଆମେ ଆମର ଅନୁସନ୍ଧାନ ଆରମ୍ଭ କରିଲୁ। ଫଳାଫଳରେ ଆମକୁ ୯ ଜାନୁଆରୀର ଗୋଟିଏ ଟୁଇଟ ମିଳିଲା ଯେଉଁଥିରେ ଏହି ଫୋଟୋ ଗୁଡ଼ିକ ଦେଖିବାକୁ ମିଳିଛି। ଏହି ଟୁଇଟରେ କୁହା ଯାଇଅଛି ଯେ “କୃଷକ ଆନ୍ଦୋଳନ ନାମରେ ଯେଉଁ ଫୋଟୋ ଗୁଡ଼ିକ ଭାଇରାଲ କରା ଯାଉଅଛି ସେହି ସବୁ ଫୋଟୋ ୨୦୧୭ ମସିହାର ଅଟେ। ଏହି ଫୋଟୋ ଗୁଡ଼ିକକୁ ଆନ୍ଦୋଳନ ସହିତ ଯୁଡ଼ନ୍ତୁ ନାହିଁ। ଏହି ଫୋଟୋ ଗୁଡ଼ିକ ୨୦୧୭ ମସିହାରେ ହେଇଥିବା ବିରୋଧର ଫୋଟୋ ଅଟେ ଯେଉଁଥିରେ ରାଜପଥରେ ଥିବା ସାଇନବୋର୍ଡରେ ସବୁ ଠାରୁ ଉପରେ ପଞ୍ଜାବୀ ଭାଷା ରଖିବାର ଦାବି କରା ଯାଇଥିଲା।“

Archive

ଏହା ପରେ ଉପରୋକ୍ତ ସୂଚନାକୁ ଧ୍ୟାନରେ ରଖି ଆମେ ଗୁଗୁଲରେ ଏହି ବିଷୟରେ ସର୍ଚ କରିଲୁ। ଫଳାଫଳରେ ଆମକୁ ୨୦୧୭ ମସିହାର ଅନେକ ସମ୍ବାଦ ଅନୁଛେଦ ପାଇଲୁ ଯାହା ଏହି ଘଟଣା ବିଷୟରେ ଉଲ୍ଲେଖ କରିଥିଲା। ପଞ୍ଜାବ ଶିଖ ସଂଗଠନ ସମ୍ବାଦ ପ୍ରବନ୍ଧରେ ସୂଚନା ଦିଆ ଯାଇଅଛି ଯେ ରାଜପଥରେ ଥିବା ସମସ୍ତ ସାଇନବୋର୍ଡରେ ପ୍ରଥମେ ପଞ୍ଜାବୀ ଭାଷା ଲେଖା ଯିବା କଥାକୁ ସାର୍ବଜନୀକ ନିର୍ମାଣ ବିଭାଗ (PWD) ସ୍ଵୀକାର କରିଥିଲା। ୨୩ ଅକ୍ଟୋବର ୨୦୧୭ ମସିହାରୁ ପଞ୍ଜାବୀ ଭାଷା ସବୁ ଠାରୁ ଉପରେ ଲେଖା ହେବା କାର୍ଯ୍ୟ ଆରମ୍ଭ ହୋଇଥିଲା। ଶିରୋମଣି ଅକାଳୀ ଦଳର ସଭାପତି ସୁଖବିର ସିଂହ ବାଦଲ ତାଙ୍କ ଦାବି ସମ୍ପର୍କରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରିଙ୍କୁ ଏକ ଚିଠି ଲେଖିଥିବା ପରେ ଏହି ନିଷ୍ପତ୍ତି ନିଯା ଯାଇଥିଲା। 

C:\Users\Lenovo\Desktop\FC\Smudging of Hindi language from Signboards in 20171.jpg

Punjabi Shikh Sangat | Archive

ଆମେ ଶିଖ ସିୟାସତ ନ୍ୟୁଜ ନାମକ ଅନ୍ୟ ଏକ ସମ୍ବାଦ ପ୍ରବନ୍ଧ ପାଇଲୁ। ଏହି ସମ୍ବାଦ ଅନୁଯାୟୀ ୨୧ ଅକ୍ଟୋବର ୨୦୧୭ ମସିହାରେ ପଞ୍ଜାବରେ ରାଜପଥରେ ଥିବା ସାଇନବୋର୍ଡରେ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଲିଖିତ ନାମରେ କଳା ରଙ୍ଗ ପୋଟା ହେଇଥିଲା। ଏହି ସମ୍ବାଦରେ ଘଟଣାକୁ ନେଇ ଦଲ୍ ଖାଲ୍ସା ନେତା ହାର୍ଦିକ ସିଂହ ଏବଂ ଲଖବିର ସିଂହଙ୍କ ଗିରଫଦାରୀ ସମ୍ପର୍କରେ ସୂଚନା ଈଆ ଯାଇଅଛି। 

C:\Users\Lenovo\Desktop\FC\Smudging of Hindi language from Signboards in 20172.jpg

Sikh Siyasat | Archive

ଏହା ପରେ ଆମକୁ ୟୁଟ୍ୟୁବରେ ମଧ୍ୟ ଏହି ଘଟଣା ନେଇ ଗୋଟିଏ ଭିଡିଓ ମିଳିଲା। 

ଏହା ପରେ ଫେକ୍ଟ କୃସେଣ୍ଡୋ ହିନ୍ଦୀ ଦଲ ଶିଖ ସିୟାସତ ନ୍ୟୁଜ ସମ୍ପାଦକ ପରମଜିତ ସିଂହଙ୍କ ସହିତ ସମ୍ପର୍କ କରି ଏହି ଘଟଣା ବିଷୟରେ ଅଧିକ ସୂଚନା ସଂଗ୍ରହ ହାସଲ କରିଲା। ପରମଜିତ ସିଂହଙ୍କ କହିବା ଅନୁଯାୟୀ “ଭାଇରାଲ ହେଉଥିବା ଫୋଟୋର କୃଷି ଆନ୍ଦୋଳନ ସହିତ ସମ୍ବନ୍ଧ କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ଏହି ଫୋଟୋ ୨୦୧୭ ମସିହାର ଅଟେ ଯେତେବେଳେ ଜାତୀୟ ରାଜପଥ ପ୍ରାଧିକରଣ ପଞ୍ଜାବରେ କିଛି ନୂତନ ରାସ୍ତା ନିର୍ମାଣ କରିଥିଲା ଏବଂ ରାସ୍ତାରେ ସାଇନବୋର୍ଡରେ ହିନ୍ଦୀ/ଇଂରାଜୀ ନାମ ପଞ୍ଜାବୀ ଉପରେ ଲେଖା ଯାଇଥିଲା। ସେତେବେଳେ ଲୋକମାନେ ଏହାକୁ ବିରୋଧ କରି କହିଥିଲେ ଯେ ସ୍ଥାନୀୟ ଭାଷା ଉପରେ ଲେଖା ଯିବା ଉଚିତ ଏବଂ ଏହା ପରେ ହିନ୍ଦୀ ଆଉ ଇଂରାଜୀ ଭାଷା ଲେଖିବା ଉଚିତ। ସାଇନବୋର୍ଡରେ ହିନ୍ଦୀ ଏବଂ ଇଂରାଜୀ ଭାଷାଥିବା ନେଇ କିଛି ମନସ୍ଥ ନଥିଲା କିନ୍ତୁ ଅକ୍ଟୋବର ୨୦୧୭ରେ ଯେତେବେଳେ ଲୋକଙ୍କ ଦାବି ପୂରଣ ହେଲା ନାହିଁ, ସେତେବେଳେ ଯେଉଁ ସାଇନବୋର୍ଡରେ ହିନ୍ଦୀ ବା ଇଂରାଜୀ ଭାଷା ପଞ୍ଜାବୀ ଭାଷା ଉପରେ ଲେଖା ଯାଇଥିଲା ସେହି ସାଇନବୋର୍ଡରେ କଳା ରଙ୍ଗ ପୋତି ଥିଲେ

ଏହା ପରେ ପରମଜିତସିଂହଙ୍କ ସାହାଜ୍ଯତା ନେଇ ଆମେ ଦଲ୍ ଖାଲ୍ସା ନେତା ହରଦୀପ ସିଂହ ମେହରାଜଙ୍କ ସହିତ ସମ୍ପର୍କ କରିଲୁ। ସେ ଆମକୁ ସୂଚନା ଦେଲେ ଯେ, “ଭାଇରାଲ ହେଉଥିବା ଫୋଟୋ ୪ ବର୍ଷ ପୁରୁଣା ଅଟେ, ଯେତେବେଳେ ଆମେ ଆମ ମାତୃଭାଷା ପଞ୍ଜାବୀ ପାଇଁ ଆନ୍ଦୋଳନ କରିଥିଲୁ। ଆମେ ସମସ୍ତ ଭାଷାକୁ ସମ୍ମାନ କରୁ କିନ୍ତୁ ପଞ୍ଜାବୀ ଆମର ସ୍ଥାନୀୟ ଭାଷା ହେଇଥିବାରୁ ଆମେ ଚାହୁଁଥିଲୁ ଏହା ରାସ୍ତାରେ ଥିବା ସମସ୍ତ ସାଇନବୋର୍ଡରେ ଅନ୍ୟ କୌଣସି ଭାଷା ଉପରେ ଲେଖା ଯାଉ ଆଉ ପଞ୍ଜାବୀ ତଳେ ଅନ୍ୟ କୌଣସି ଭାଷା ଲେଖା ହେଲେ ମଧ୍ୟ ଆମକୁ କିଛି ଅସୁବିଧା ନାହିଁ। ଆମେ ବିଶ୍ଵାସ କରୁ ଯେ ମାତୃଭାଷା ପ୍ରଥମେ ହେବା ଉଚିତ। ଦେଶର ଅନ୍ୟ ଭାଷାକୁ ଆମେ ସମ୍ମାନ କରୁ। ଭାଇରାଲ ହେଉଥିବା ଫୋଟୋ ୨୧ ଅକ୍ଟୋବର ୨୦୧୭ ମସିହାର ଅଟେ। ଏହି ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀଙ୍କ ଉପରେ ୧୫-୨୦ ମାମଲା ପୋଲିସ ପାଖରେ ରୁଜୁ ହୋଇଥିଲା। ଏହି ଆନ୍ଦୋଳନ ସମୟରେ ଆମେ ଦାବି କରିଥିଲେ ଯେ ସାଇନବୋର୍ଡରେ ପ୍ରଥମେ ପଞ୍ଜାବୀ, ପରେ ହିନ୍ଦୀ ଏବଂ ତାହା ପରେ ଇଂରାଜୀ ଭାଷା ହେବା ଉଚିତ।” 

ଏହି ଆନ୍ଦୋଳନ ହରଦୀପ ସିଂହ ମେହରାଜଙ୍କ ନେତୃତ୍ଵର ହେଇଥିଲା। ଏହି ଘଟଣା ନେଇ ସେ ଆମକୁ କିଛି ଫୋଟୋ ଏବଂ ଡକ୍ୟୁମେଣ୍ଟ ପ୍ରଦାନ କରିଲେ। 

https://lh6.googleusercontent.com/OQCSzSt-oD50qN1zjTdefVxHd5Bax4iK1viLeSVImoBQft3W5EJgjI02Bk2AaE9XA6-RLLKI1jSISaN8db_2m0TeyPdpGR856yHxMLXGuJBETMGjQEO5DR4s7oyMFIl9CmhdCRAWQqHzNrzUwA
https://lh4.googleusercontent.com/61TlT4CDMm0p0uqh8RORjCrnzHBqS5vSFflkx4Nb751P20QlglDgjHw-9RsA0bZDsdPIn0vQZtN4tpPDCB8v4a38EA1Xwjh2kLuPTzQpqUa7t3k9BMgWtNCWvSmBO0PKDv0t5axrIyW3JLpG9w

ଶେଷକଥା:

ତଥ୍ୟ ଯାଞ୍ଚ କରିଲା ପରେ ଆମେ ଜାଣିବାକୁପାଇଲୁ ଯେ ଉପୋରକ୍ତ ଦାବି କୃଶକ ଆନ୍ଦୋଳନ ସହିତ ଯୋଡ଼ି ମିଥ୍ୟା ପ୍ରଚାର କରା ଯାଉଅଛି। ଭାଇରାଲ ହେଉଥିବା ଭିଡିଓ 2017 ମସିହାର ଫୋଟୋ ଅଟେ ଯେତେବେଳେ ଦାଲ୍ ଖାଲ୍ସା ଏବଂ ପଞ୍ଜାବର ଅନ୍ୟ ଦଳ ମାନେ ସାଇନବୋର୍ଡରେ ହିନ୍ଦୀ ଏବଂ ଇଂରାଜୀ ଉପରେ ପଞ୍ଜାବୀ ଭାଷା ଲେଖିବାକୁ ଦାବି କରିଥିଲେ। ଏହି ଫୋଟୋ ଗୁଡ଼ିକର କୃଷକ ଆନ୍ଦୋଳନ ସହିତ କୌଣସି ସମ୍ବନ୍ଧ ନାହିଁ।

Avatar

Title:କ’ଣ କୃଷି ଆଇନ ବିରୋଧ ନାମରେ ବର୍ତ୍ତମାନ ପଞ୍ଜାବରେ ହିନ୍ଦୀ ଭାଷାକୁ ବିରୋଧ କରା ଯାଉଅଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *