
୧୮ ଜାନୁଆରୀରେ ଜଣେ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି ଯାହାର ଶୀର୍ଷକରେ ଲେଖା ଯାଇଅଛି ଯେ ଭିଡିଓରେ ଯେଉଁ ଘର ଦେଖା ଯାଉଛି ସେଇଟା ଇଟାଲୀରେ ରାହୁଲ ଗାନ୍ଧୀଙ୍କ ଘର। ଏହି ଭିଡିଓରେ ଜଣେ ବ୍ୟକ୍ତି ଗୁଜୁରାତି ଭାଷାରେ କହୁଛନ୍ତି ସେ ଇଟାଲୀରେ ଅଛନ୍ତି ଏବଂ ରାହୁଲ ଗାନ୍ଧୀ ଏହି ବିରାଟ ସମ୍ପତିର ମାଲିକ ଅଟନ୍ତି। ସେ ଏହା ମଧ୍ୟ କହୁଛନ୍ତି, “ରାହୁଲ ଗାନ୍ଧୀ ଭାରତକୁ ଲୁଟ କରିଛନ୍ତି ଏବଂ ଇଟାଲୀରେ ଏହି ବିରାଟ ବଡ଼ ଘର କିଣିଛନ୍ତି।“ ଏକ ମିନିଟର ଏହି ଭିଡିଓରେ ଲୋକ ମାନଙ୍କୁ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଚେତାବନୀ ଦେଉଥିବାର ଦେଖା ଯାଉଅଛି ଯେ ସେ ଇଟାଲୀରେ ତିନୋଟି ଘର କିଣିଛନ୍ତି ଏବଂ ତାହାକୁ ଭଡ଼ାରେ ଦେଇଛନ୍ତି।
ଫେକ୍ଟ କୃସେଣ୍ଡୋ ପୋଷ୍ଟରେ କରା ଯାଇଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
ଭିଡିଓରେ କୁହା ଯାଇଅଛି, “ଏହା ହାଉଛି ରାଜୀବ ଗାନ୍ଧୀଙ୍କ ପୁଅ ପପ୍ପୁର ଘର। ସମଗ୍ର ଦେଶକୁ ଲୋଟ କରିବା ପରେ ସେମାନେ ଏହି ଘର କିଣିଛନ୍ତି। ମୁଁ ଇଟାଲୀରେ ଅଛି ଏବଂ ଏହା ହେଉଛି ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ କୋଠା। ପପ୍ପୁ ଏହି ତିନୋଟି କୋଠା ଭଡ଼ାରେ ଦେଇ ଭାରତରେ ବସି ଟଙ୍କା ରୋଜଗାର କରନ୍ତି। ସେମାନଙ୍କର ବ୍ୟବସାୟ ହେଉଛି ଏହି ଘର ଭଡ଼ା କରିବା। ସେ ଭାରତକୁ ଲୁଟ କରିଛନ୍ତି। ପପ୍ପୁକୁ ସେଶ କର ଏବଂ ତାକୁ ଭାରତରୁ ବାହାର କରି ଦିଅ।“
ଯଦି ଇଟାଲୀରେ ରାହୁଲ ଗାନ୍ଧୀଙ୍କ ଏପରି ଅସାଧାରଣ ସମ୍ପତି ଥାଆନ୍ତା, ତେବେ ଏହି ଖବର ନିଶ୍ଚିତ ଭାବରେ ଭାରତରେ ହେଡଲାଇନ ହୋଇଥାନ୍ତା। କିନ୍ତୁ ଭାରତର ଗଣମାଧ୍ୟମରେ ଏହି ବିଷୟରେ କିଛି ଚର୍ଚା ହେଇନଥିବାରୁ ଆମକୁ ଏହି ଭିଡିଓ ସନ୍ଦେହଜଣକ ଲାଗିଲା। ଶେଠୀପାଇଁ ଆମ ଏହି ଭିଡିଓର ଅନୁସନ୍ଧାନ କରିବା ଆରମ୍ଭ କରିଲୁ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓକୁ ଇନଭିଡ୍ ୱି ଭେରିଫାଇ ଟୁଲ ସାହାଜ୍ଯତାରେ ବିହିନ୍ନ ଫ୍ରେମ୍ ରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଜାଣିବାକୁ ମିଳିଲା ଯେ ଭିଡିଓରେ ଥିବା ବିଲଡିଙ୍ଗ ପ୍ରକୃତରେ ଇଟାଲୀର ଅଟେ। ଅନୁସନ୍ଧାନରୁ ଜଣା ପଡ଼ିଲା ଯେ ଏହା ଇଟାଲୀର ଟ୍ୟୁରିନ ସହରର ପ୍ୟାଜା କ୍ୟାଷ୍ଟେଲୋ ନାମକ ସ୍ଥାନର ଅଟେ।
ଭିଡିଓରେ ଦେଖା ଯାଇଥିବା କୋଠା ଗୁଡ଼ିକ ଇଟାଲୀର ଟ୍ୟୁନିର ସହରର ପ୍ୟାଜା କ୍ୟାଷ୍ଟେଲୋ ନାମକ ଏକ ଅଞ୍ଚଳରେ ଅଛି। ୧୭ ବର୍ଗ ଶତାବ୍ଦୀରେ ନିର୍ମିତ ଟ୍ୟୁରିନ ରାଜକୀୟ ମହଲ ସମେତ ଏହି ବର୍ଗ ଆକୃତିରେ ଐତିହାସିକ ସଙ୍ଘ୍ରାଳୟ ଏବଂ ଥିଏଟର ସାମିଲ ଅଛି। ଏହା ପରେ ଆମେ ପ୍ୟାଜା କ୍ୟାଷ୍ଟେଲୋକୁ ଗୁଗୁଲ ମ୍ୟାପ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ଆମକୁ ଭିଡିଓରେ ଥିବା ସମାନ ସ୍ଥାନ ମିଳିଲା।
ନିମ୍ନରେ ଥିବା କୋଲାଜ ଫୋଟୋରେ ପ୍ୟାଜା କ୍ୟାଷ୍ଟେଲୋରେ ଥିବା ରାଜକୀୟ ମହଲର ଗୁଗୁଲ ସ୍ତୃଟ୍ ଭ୍ୟୁ ଦେଖା ଯାଇଛି ଏବଂ ଏହାକୁ ଭାଇରାଲ ହେଇଥିବା ଭିଡିଓରେ ଦେଖା ଯାଇଥିବା କୋଠା ସହିତ ତୁଳନା କରା ଯାଇଅଛି।
ଅନୁସନ୍ଧାନରେ ଆମକୁ ଏହି ଫୋଟୋ ଗୁଡ଼ିକ ଟ୍ରିପ୍ ଏଡଭାଇଜର ୱେବସାଇଟରେ ମଧ୍ୟ ଦେଖିବାକୁ ମିଳିଲା। ଏହି ୱେବସାଇଟ ଅନୁଯାୟୀ ସ୍ଥାନର ନାମ ପ୍ୟାଜା କ୍ୟାଷ୍ଟେଲୋ, ଟ୍ୟୁରିନ, ଇଟାଲୀ ଅଟେ। ବର୍ଣନାରେ ଏହା ମଧ୍ୟ ଉଲ୍ଲେଖ କରା ଯାଇଅଛି ଯେ ଏହା ୧୫୬୪ ମସିହାରେ ଭୀଟଯୋଜିଦ୍ଵାରା ଡିଜାଇନ କରା ଯାଇଥିଲା।
ପ୍ୟାଜା କ୍ୟାଷ୍ଟେଲୋର ବିଷୟରେ ୟୁଟ୍ୟୁବରେ ଅନେକ ଭିଡିଓ ଉପଲବ୍ଧ ଅଛି ଯେଉଁଥିରେ ସମାନ ସ୍ଥାପତ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓ ୩ ଅଗଷ୍ଟ ୨୦୧୭ ମସିହାରେ ୟୁଟ୍ୟୁବରେ ପୋଷ୍ଟ କରା ଯାଇଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଉପରୋକ୍ତ ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ଅଟେ। ଭିଡିଓରେ ଦେଖା ଯାଉଥିବା କୋଠା ଗୁଡ଼ିକ ଇଟାଲୀର ଟ୍ୟୁରିନ ସହରରେ ଅବସ୍ଥିତ ପ୍ୟାଜା କ୍ୟାଷ୍ଟେଲୋର ଏକ ଅଂଶ, ଯେଉଁଥିରେ ଟ୍ୟୁରିନ ରାଜକୀୟ ମହଲ ମଧ୍ୟ ଦେଖିବାକୁ ପାଇଲୁ। ଏହି କୋଠା ଗୁଡ଼ିକ ଇଟାଲୀ ଦେଶର ସମ୍ପତ୍ତି ପରିଣତ ହୋଇଛି। ରାହୁଲ ଗାନ୍ଧୀଙ୍କ ଏହି କୋଠା ଗୁଡ଼ିକର ମାଲିକ ହେବା ଦାବି ମିଥ୍ୟା ଅଟେ।

Title:କ’ଣ ଭିଡିଓରେ ବ୍ୟକ୍ତି ଜଣକ ଯେଉଁ ଘର ଦେଖାଉଛନ୍ତି ସେଇଟା ଇଟାଲୀରେ ରାହୁଲ ଗାନ୍ଧୀଙ୍କ ଘର? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False