
ପୋଷ୍ଟ ଦାବି ଅନୁଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୧୦୦, ୧୦ ଓ ୫ ଟଙ୍କିଆ ପୁରୁଣା ନୋଟ୍ ବନ୍ଦ କରିବାକୁ ଯୋଜନା କରୁଛି। ଆରବିଆଇର ସହାୟକ ମହା ପ୍ରବନ୍ଧକ(ଏଜିଏମ) ବି.ମହେଶ ଏହାର ସୂଚନା ଦେଇଛନ୍ତି। ମେଙ୍ଗାଲୁରୁରେ ଜିଲ୍ଲାସ୍ତରୀୟ ସୁରକ୍ଷା କମିଟି ଓ ଜିଲ୍ଲାସ୍ତରୀୟ ମୁଦ୍ରା ପ୍ରବନ୍ଧକ କମିଟିର ବୈଠକରେ ଏଜିଏମ କହିଛନ୍ତି ଆରବିଆଇ ମାର୍ଚ୍ଚ-ଏପ୍ରିଲରୁ ଧିରେ ଧିରେ ଏହି ନୋଟ୍କୁ ସର୍କୁଲେସନରୁ ହଟାଇବାକୁ ଯୋଜନା କରାଯାଉଛି।

Facebook | Archive | Prameya News | Archive
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ବିଷୟରେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୫ ଜାନୁଆରୀରେ ଟାଇମ୍ସ ଅଫ ଇଣ୍ଡିଆ ପତ୍ରିକାର ଗୋଟିଏ ଅନୁଛେଦରେ ଏହି ବିଷୟରେ ପ୍ରକାଶିତ ହେଇଥିବା ମିଳିଲା। ଏହି ଅନୁଛେଦ ଅନୁଯାୟୀ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସୋମବାର ଦିନ ୧୦୦ ଟଙ୍କା, ୧୦ ଟଙ୍କା ଏବଂ ୫ ଟଙ୍କା ପୁରୁଣା ନୋଟ୍ ପ୍ରତ୍ୟାହାର ରିପୋର୍ଟକୁ ଖଣ୍ଡନ କରିଛି। ଆରବିଆଇ ନିଜେ ଟୁଇଟ ମାଧ୍ୟମରେ ଏହି କଥା କହିଛି।

ଏହା ପରେ ଆମେ ଟୁଇଟରରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଅଫିସିଆଲ ଟୁଇଟର ଏକାଉଣ୍ଟରେ ଏହି ବିଷୟରେ ସର୍ଚ କରିଲୁ। ୨୫ ଜାନୁଆରୀରେ ରିଜର୍ଭ ବ୍ୟାଙ୍କ ନିଜ ଟୁଇଟର ହେଣ୍ଡେଲରେ ଟୁଇଟ କରି ସ୍ପଷ୍ଟ କରିଛି ଯେ ୧୦୦, ୧୦ ଏବଂ ୫ ଟଙ୍କା ନୋଟ୍ ପ୍ର୍ସ୍ତ୍ଯଶ୍ସ୍ଶ୍ର ହେବା କଥା ମିଥ୍ୟା ଅଟେ। ରିଜର୍ଭ ବ୍ୟାଙ୍କ ଏପରି କୌଣସି ନିଷ୍ପତ୍ତି ନେଇ ନାହିଁ।
ଶେଷକଥା:
୧୦୦, ୧୦, ୫ ଟଙ୍କିଆ ନୋଟ୍ ପ୍ରତ୍ୟାହାର ଦାବିକୁ ରିଜର୍ଭ ବ୍ୟାଙ୍କ ଖଣ୍ଡନ କରି ଏହାକୁ ମିଥ୍ୟା ପ୍ରଚାର ବୋଲି କହିଛି। ଆରବିଆଇ ଏପରି କୌଣସି ନିଷ୍ପତ୍ତି ନେଇ ନାହିଁ।

Title:କ’ଣ ରିଜର୍ଭ ବ୍ୟାଙ୍କ ୧୦୦, ୧୦ ଏବଂ ୫ ଟଙ୍କା ନୋଟ୍ ବ୍ୟବହାର ଉପରେ ରୋକ ଲଗାଇବାର ନିଷ୍ପତ୍ତି ନେଇଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False