ସ୍ତ୍ରୀ ବିୟୋଗ ପରେ ପ୍ରଫେସର ଜଣକ ନିଜ ଛୁଆକୁ ସମ୍ଭାଳିବା ସହ ପାଠ ପଢ଼ାଉଛନ୍ତି ?

False Social

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ଛୁଆକୁ ଧରି ପାଠ ପଢ଼ାଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ପ୍ରଫେସର ଜଣକ ସ୍ତ୍ରୀ ବିୟୋଗ ପରେ ଶିକ୍ଷାଦାନ ସହିତ ମାତା ପିତାର କର୍ତ୍ତବ୍ୟ ପୂର୍ଣ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

6 ଫେବୃଆରିରେ Kendujhar Local News ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଅସଲ ଜୀବନର ପ୍ରଫେସର ସ୍ତ୍ରୀଙ୍କ ବିୟୋଗ ପରେ ଶିକ୍ଷାଦାନ ସହିତ ମାତା ପିତାର କର୍ତ୍ତବ୍ୟ ପୂର୍ଣ କରୁଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 7ଥର ସେୟାର କରାଯାବି ସହ ପୋଷ୍ଟକୁ ଅଧିକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ପୋଷ୍ଟ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ତେବେ କଣ ସ୍ତ୍ରୀଙ୍କ ବିୟୋଗ ପରେ ପ୍ରଫେସର ଜଣକ ପାଠ ପଢ଼ାଇବା ସହିତ ଛୁଆ ସମ୍ଭାଳୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ସର୍ଚ୍ଚରେ ଆମକୁ tn.com ପେଜ ମିଳିଲା। ଯେଉଁଥିରେ ଭାଇରାଲ ଫଟୋ ପୋଷ୍ଟ ହୋଇଥିବାର ଦେଖିଲୁ। ଖବର ଅନୁସାରେ ଭାଇରାଲ ଫଟୋ ମେକ୍ସିକାନର ଅଟେ। ଫଟୋରେଥିବା ପ୍ରଫୋସର ତାଙ୍କର ଏକ ଛାତ୍ରୀର ଛୁଆକୁ ଧରିଛନ୍ତି। ଯେଉଁଥିପାଇଁ  ଛାତ୍ରୀ ଜଣକ ବିନା ବାଧାରେ ତାଙ୍କ ନୋଟ ଲେଖିପାରିଥିବା ସୂଚନା ଦିଆଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- tn.comArchive

ଏହା ପରେ ଆମେ ପୋଷ୍ଟ ସମ୍ପର୍କରେ ଅଧିକ ଜାଣିବା ପାଇଁ ସର୍ଚ୍ଚ କରିଲୁ। 13 ଜୁଲାଇ 2016ରେ CNN ନ୍ୟୁଜ ପେଜରେ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁଯାୟୀ, ଫଟୋ ରେ ଥିବା ବ୍ୟକ୍ତି ହେଉଛନ୍ତି ମେକ୍ସିକୋର ଆକାପୁଲକୋରେ ଥିବା ଇଣ୍ଟର-ଆମେରିକୀୟ ବିଶ୍ୱବିଦ୍ୟାଳୟର ବିକାଶ ବିଭାଗର ଆଇନ ପ୍ରଫେସର । ରିପୋର୍ଟରେ କୁହାଯାଇଛି ଯେ ସେ ନେଇଥିବା ଶିଶୁଟି ତାଙ୍କର 22 ବର୍ଷୀୟ ଛାତ୍ର ୟେଲେନା ସାଲାସଙ୍କର, ଯିଏ ଜୀବନରେ ଏକାଧିକ ଦାୟିତ୍ୱ ଥାଇ ମଧ୍ୟ ପଢ଼ିବା ପାଇଁ  ନିଷ୍ପତ୍ତି ନେଇଥିଲେ। ପ୍ରଫେସର ସିଏନଏ କହିଛନ୍ତି ଯେ, ପାଠ ପଢ଼ାଇଲା ବେଳେ ଶିଶୁଟି କାନ୍ଦିବାକୁ ଲାଗିଲା, ଯାହାଦ୍ୱାରା ମାଟି ଶିଶୁକୁ ସମ୍ଭାଳିବା ଏବଂ କ୍ଲାସରେ ଧ୍ୟାନ ଦେବା କଷ୍ଟକର ହୋଇଯାଇଥିଲା।  ସେତେବେଳେ ପ୍ରଫେସର ଶିଶୁଟିକୁ ନେଇ ସମ୍ଭାଳିଥିଲେ ଏବଂ ମା ବିନା ବାଧାରେ ନୋଟ୍ ଲେଖିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- CNNArchive

Moisés Reyes Sandoval ପେଜରେ ଆମେ ତାଙ୍କର ଏକ ପୋଷ୍ଟ ପାଇଲୁ। ସେ 6 ଜୁଲାଇ 2016ରେ ଭାଇରାଲ ଫଟୋ ସମ୍ପର୍କରେ ପୋଷ୍ଟ କରିଥିଲେ। ସ୍ପାନିଶ ପୋଷ୍ଟର କ୍ୟାପସନ୍  ଅନୁବାଦ ଅନୁସାରେ ପୋଷ୍ଟରେ ଲେଖାଯାଇଛି , “ମୋର ଜଣେ ଛାତ୍ର ଅଛନ୍ତି, ଯିଏ ଅନେକ ଦାଇତ୍ୱ ନେବା ସତ୍ତ୍ୱେ ପାଠ ପଢ଼ା ଛାଡି ନାହାଁନ୍ତି, ତେଣୁ ତାଙ୍କୁ ଶ୍ରେଣୀରେ ପାଠ ପଢ଼ିବା ଏବଂ ନୋଟ୍ ନେବାରେ କୌଣସି  ବାଧା ସୃଷ୍ଟି ନ ହେବା ପାଇଁ ତାଙ୍କ ପୁଅକୁ ମୁଁ ଧରି ପାଠ ପଢ଼ାଉଥିଲି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ସ୍ତ୍ରୀ ବିୟୋଗପରେ ପ୍ରଫେସର ତାଙ୍କ ଛୁଆକୁ ଧରି ପାଠ ପଢ଼ାଉଥିବା ଦାବିରେ ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ଅଟେ। ପ୍ରଫେସର ଜଣକ ତାଙ୍କ 22 ବର୍ଷ ଛାତ୍ରୀଙ୍କ ଛୁଆକୁ ଧରିଛନ୍ତି, ଯେଉଁଥିରେ ଛାତ୍ରୀ ଜଣକ ବିନା ବାଧାରେ କ୍ଲାସରେ ପାଠ ପଢ଼ିପାରିବେ। 

Leave a Reply

Your email address will not be published. Required fields are marked *